କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ, ଏଭଳି ଉଠାଇଲେ ପ୍ରଶ୍ନ

Published: Jul 16, 2024, 12:01 pm IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ସାମ୍ବାଦିକମାନଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ପ୍ରତୀକାତ୍ମକ କେଦାରନାଥ ମନ୍ଦିର (ନୂଆଦିଲ୍ଲୀରେ) ନିର୍ମାଣ ହୋଇପାରିବ ନାହିଁ। ଶଙ୍କରାଚାର୍ଯ୍ୟଙ୍କ ଅନୁଯାୟୀ, “ଆମର ଶିବ ପୁରାଣରେ ୧୨ ଜ୍ୟୋତିର୍ଲିଙ୍ଗ ଉଲ୍ଲେଖ ଅଛି। ସେଗୁଡିକର ନାମ ଓ ଠିକଣା ମଧ୍ୟ ଉଲ୍ଲେଖ କରାଯାଇଛି।”

ସ୍ଵାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ, କେଦାରନାଥ ହିମାଳୟ ପୃଷ୍ଠରେ ଅଛନ୍ତି। ଯଦି ଏହା ସ୍ପଷ୍ଟ, ତେବେ କାହିଁକି ସ୍ଥାନ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି? ପ୍ରଶ୍ନ ଉଠାଇ ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି ଯେ, “ଆପଣ କାହିଁକି ଜନସାଧାରଣଙ୍କୁ ଦ୍ୱନ୍ଦରେ ପକାଇବାକୁ ଚାହୁଁଛନ୍ତି? କେଦାରନାଥ ଦିଲ୍ଲୀରେ ନିର୍ମାଣ ହେବ, ଏହା ଏକ ଅନଧିକୃତ ପ୍ରୟାସ।”

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, ଜ୍ୟୋତିର୍ଲିଙ୍ଗ ଗୋଟିଏ, ସ୍ଥାନ ଗୋଟିଏ। ସେ ଅନ୍ୟ କେଉଁଠାରେ ରହିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ପ୍ରତୀକାତ୍ମକ ମନ୍ଦିର ନିର୍ମାଣ କରାଯାଇଛି, କିନ୍ତୁ ମୂଳ ଜ୍ୟୋତିର୍ଲିଙ୍ଗ ଉତ୍ତରାଖଣ୍ଡରେ ଅଛି। କେଦାର ଧାମ କେବଳ ଗୋଟିଏ ଅଛି, ଯାହା ଉତ୍ତରାଖଣ୍ଡ ଦେବଭୂମିରେ ଅଛି।

 

Kedarnath Temple,
Pushkar Singh Dhami,
BJP,
Uttarakhand,
Shankaracharya,

Related posts