ଜାପାନର ଓସାକାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀ ବୈଠକ ଆରମ୍ଭ ହୋଇଛି। ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ପକ୍ଷରୁ ଅନୁଷ୍ଠିତ ଏହି ବୈଠକରେ ଆତଙ୍କବାଦକୁ ମାନବତ୍ବର ସବୁଠୁ ବଡ ଶତ୍ରୁ ଭାବରେ ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦ ଏବଂ ଜାତିବାଦ ମାନବ ସମାଜର ସବୁଠୁ ବଡ ଶତ୍ରୁ ବୋଲି ଅଭିହିତ କରିଛନ୍ତି ମୋଦି। ଆତଙ୍କବାଦ କେବଳ ସାଧାରଣ ଜନତାଙ୍କ ପ୍ରାଣ ନେଇନଥାଏ ବରଂ ଏହା ଏକ ରାଷ୍ଟ୍ରର ଆର୍ଥିକ ପ୍ରଗତି ବାଧାପ୍ରାପ୍ତ ହୋଇଥାଏ ବୋଲି ମୋଦି ଅଭିହିତ କରିଛନ୍ତି। ଆତଙ୍କବାଦ ଏବଂ ଜାତିବାଦକୁ ସହାୟତା କରୁଥିବା ସମସ୍ତ ମାଧ୍ୟମକୁ ବନ୍ଦ କରାଯିବା ଉଚିତ୍ ବୋଲି ମୋଦି କହିଛନ୍ତି। ଏହା ସହିତ ଜି-୨୦ ସମ୍ମିଳନୀ ଅବସରରେ ବ୍ରାଜିଲ୍ର ନବ ନିର୍ବାଚିତ ରାଷ୍ଟ୍ରପତି ଜୈର୍ ବୋଲ୍ସନାରୋଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ସରକାର ବିଗତ ବର୍ଷରେ ୧.୩ ଟ୍ରିଲିୟନ୍ ଡ଼ଲାର ନିବେଶର ଲକ୍ଷ୍ୟ ରଖିଥିବା ବେଳେ ଚଳିତ ବର୍ଷ ଏହି ଲକ୍ଷ୍ୟ ହାସଲ କରାଯିବ ବୋଲି ମୋଦି କହିଛନ୍ତି।
Tags: