ଜୁଲାଇ ୨୧ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର

Published: Jul 16, 2024, 9:10 pm IST

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସଂସଦର ଉଭୟ ଗୃହରେ ରାଜନୈତିକ ଦଳର ନେତାମାନଙ୍କ ସହ ବୈଠକ କରିବେ। ୨୧ ଜୁଲାଇ, ୨୦୨୪ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ଆନେକ୍ସର ମୁଖ୍ୟ କମିଟି କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।

ସଂସଦର ବଜେଟ୍ ଅଧିବେଶନ ୨୨ ଜୁଲାଇ, ୨୦୨୪ରୁ ଆରମ୍ଭ ହେବ ଏବଂ ସରକାରୀ କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ ଅଧିବେଶନ ୧୨ ଅଗଷ୍ଟ, ୨୦୨୪ରେ ଶେଷ ହୋଇପାରେ।

Related posts