ଅଲି ଫଜଲ-ରିଚା ଚଢାଙ୍କ ଘରକୁ ଆସିଲା କୁନି ଅତିଥି, ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ

Published: Jul 18, 2024, 5:22 pm IST

ନୂଆଦିଲ୍ଲୀ: ରିଚା ଚଢା ଏବଂ ଅଲି ଫଜଲଙ୍କ ଘର ଖୁସିରେ ଭରି ଯାଇଛି। ଏହି ଦମ୍ପତି ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ରିଚା ଜୁଲାଇ ୧୬ ତାରିଖରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ରିଚା ଚଢା ଏବଂ ଅଲି ଫଜଲ ଏକ ବିବୃତ୍ତି ସେୟାର କରି ନିଜ ଝିଅର ଜନ୍ମ ବିଷୟରେ ସୂଚନା ଦେଇଛନ୍ତି।

ଅଲି ଏବଂ ରିଚା ବିବୃତ୍ତିରେ ଲେଖିଛନ୍ତି ଯେ, ୧୬.୦୨.୨୪ ରେ ଏକ ସୁସ୍ଥ ଶିଶୁ କନ୍ୟାଙ୍କ ଆଗମନ ଘୋଷଣା କରି ଆମେ ବହୁତ ଖୁସି! ଆମ ପରିବାର ବହୁତ ଖୁସି ଏବଂ ଆମେ ଆମର ଶୁଭେଚ୍ଛୁମାନଙ୍କୁ ସେମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେଉଛୁ।

Related posts