କ୍ରମାଗତ ଦୁଇ ଦିନ ଧରି ଭଲ ପ୍ରଦର୍ଶନ କରିବା ପରେ ଭାରତୀୟ ସେୟାର ବଜାର ତଳକୁ ଖସିଛି। ଶୁକ୍ରବାର ସେନ୍ସେକ୍ସ 76.80 ପଏଣ୍ଟ ତଳକୁ ଖସିଥିବା ବେଳେ ନିଫ୍ଟୀ 22.50 ପଏଣ୍ଟ ତଳକୁ ଖସିଛି। 76.80 ପଏଣ୍ଟ ହ୍ରାସ ଘଟିବା ସହିତ ସେନ୍ସେକ୍ସ 39506.61 ପଏଣ୍ଟରେ ରହିଥିବା ବେଳେ ନିଫ୍ଟୀ 22.50 ପଏଣ୍ଟ ତଳକୁ ଖସିବା ସହିତ 11819 ପଏଣ୍ଟରେ ପହଞ୍ଚିଛି। ସନ୍ ଫାର୍ମା, ଟେକ୍ ମହିନ୍ଦ୍ରା, ଇନ୍ଫୋସିସ୍, ଆଇଟିସି ଏବଂ ଲାର୍ସେନ୍ ଆଣ୍ଡ ଟର୍ବୋ ନିଫ୍ଟୀରେ ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ରହିଛନ୍ତି। ଆଜିର ଦିନରେ ଇଣ୍ଟ୍ରାଡେରେ ସେନ୍ସେକ୍ସ ସର୍ବାଧିକ 39675.25 ଏବଂ ସର୍ବନିମ୍ନ 39492.40 ପଏଣ୍ଟ ରହିଥିଲା। ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ କମ୍ପାନୀ ଗୁଡିକର ଅଂଶଧନ ଏହି ସମୟରେ ଭଲ ପ୍ରଦର୍ଶନ କରିଛନ୍ତି।
Tags: