Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍‌ଘାଟିତ
ଆଜିର ଖବର

ସୋଆରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ତିନି ଦିନିଆ ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍‌ଘାଟିତ

July 18, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ‘ସଷ୍ଟେନେବୁଲ ଏଗ୍ରିକଲ୍‌ଚରାଲ ଡେଭଲେପ୍‌ମେଂଟ ୱିଥ୍ କ୍ଲାଇମେଟ ସ୍ମାର୍ଟ ସିଷ୍ଟମ୍‌’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ସିଂହଦେଓ।

ଜଳବାୟୁ ପରିବର୍ତନ ଓ ଏଥି ନିମନ୍ତେ ଉପୁଜୁଥିବା ବିଭିନ୍ନ ସମସ୍ୟା ଆଜି ଆମ ସମାଜ ପାଇଁ ବିପଦ ସୃଷ୍ଟି କରିଥିବା ବେଳେ କୃଷି ଉପରେ ଏହାର ପ୍ରଭାବ ଓ ପ୍ରତିକାର ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଛି।

ହି ସମ୍ମିଳନୀକୁ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର (ସିସିଏସ୍‌ଏ), ସୋଆର କୃଷି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇଣ୍ଡିଆନ୍ ମେଟିଓରୋଲଜିକାଲ୍ ସୋସାଇଟିର ସ୍ଥାନୀୟ ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ସହିତ ଶକ୍ତି ବିଭାଗର ମନ୍ତ୍ରୀପଦ ଦାୟିତ୍ୱ ନେଇଥିବା ଶ୍ରୀ ସିଂହଦେଓ କହିଥିଲେ ଯେ ବର୍ତମାନ ଉତ୍କଟ ଜଳ ସଂକଟ ଦେଖାଦେଉଥିବା ବେଳେ କୃଷି ନିମନ୍ତେ ଅନ୍ୟ ପନ୍ଥା ବାହାର କରିବାର ସମୟ ଆସିଛି।

ଯଦିଓ କୃଷି ଉତ୍ପାଦନ ନିମନ୍ତେ ବୈଷୟିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି କୃଷି କ୍ଷେତ୍ରରେ ବ୍ୟବହାର କରାଯାଉଥିବା ରସାୟନ ସାର ସମ୍ପର୍କରେ ମଧ୍ୟ ଚିନ୍ତା କରିବାର ଆବଶ୍ୟକତା ଅଛି କାରଣ ଏହା ଦ୍ୱାରା ମୃତିକାର ଉତ୍ପାଦନ କ୍ଷମତା କମିବାରେ ଲାଗିଛି।

ବିକାଶ ସହିତ ଆମକୁ ଭବିଷ୍ୟତ ପିଢ଼ି ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ସିଂହଦେଓ କହିବା ସହ ଆମେ ଅତୀତକୁ ଫେରିଯାଇ ଜୈବିକ ସାରର ବ୍ୟବହାର ଦ୍ୱାରା ମାଟିର ଉର୍ବରତାକୁ ବୃଦ୍ଧି କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ।

ରାଜ୍ୟରେ ରହିଥିବା ତାପ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ସେ କହିଥିଲେ ଯେ ଏଥିରେ ଶକ୍ତି ଉତ୍ପାଦନ ନିମନ୍ତେ ଜୀବାସ୍ମ ଇନ୍ଧନର ବ୍ୟବହାର ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ଏହା ଚିନ୍ତାର କାରଣ ହୋଇଛି। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ସୁର୍ଯ୍ୟଘର ପ୍ରକଳ୍ପକୁ ଓଡ଼ିଶାର କୃଷକମାନଙ୍କ ନିମନ୍ତେ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ରହିଛି। ଏହା ଦ୍ୱାରା କୃଷକମାନଙ୍କୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିପାରିବ ବୋଲି ସେ କହିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସ୍ୱାଗତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଦ୍ମଶ୍ରୀ ପାପଟରାଓ ବାଗୁଜୀ ପାୱାର, ଯିଏକି ମହାରାଷ୍ଟ୍ରର ହିଜୱାରେ ବଜାର ପଂଚାୟତର ସରପଂଚ ତଥା ସମେତ ଜଣେ ସମାଜସେବୀ , କହିଥିଲେ ଯେ ଜଳବାୟୁ ପରିବର୍ତନ ଯୋଗୁଁ ଆମେ ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଏହାକୁ ନେଇ ପୃଥିବୀ ଉପରେ ପଡ଼ୁଥିବା ପ୍ରଭାବର ଛୋଟ ଛୋଟ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ସମ୍ମୁଖୀନ ହେବା ସମ୍ଭବ ଅଟେ।

ସେ ମହାରାଷ୍ଟ୍ରର ମରୁଡି ପ୍ରପୀଡ଼ିତ ଜିଲ୍ଲା ଅହମ୍ମଦନଗରର ହିଜ୍‌ୱାରେ ବଜାର ପଂଚାୟତର ସରପଂଚ ହିସାବରେ ସେଠାରେ ଘଟିଥିବା ପରିବର୍ତନ ବିଷୟରେ କହିଥିଲେ ଯାହା ଦ୍ୱାରା କି ମରୁଡ଼ି ଯୋଗୁଁ ସେ ଅଂଚଳ ଛାଡ଼ି ଚାଲିଯାଉଥିବା ଲୋକମାନେ ପୁଣି ଫେରି ଆସି ସେହି ଗ୍ରାମଗୁଡ଼ିକୁ ସବୁଜିମାରେ ଭରି ଦେଇଛନ୍ତି।

ଶ୍ରୀ ପାୱାର କହିଥିଲେ ଯେ ସେ ନିଜ ଅଂଚଳର ଲୋକମାନଙ୍କୁ ଜଳ ଏବଂ ମୃତିକା ସଂରକ୍ଷଣ ପ୍ରକଳ୍ପ ହାତକୁ ନେବା ପାଇଁ ପ୍ରେତ୍ସାହିତ କରିଥିଲେ। ବର୍ତ୍ତମାନ ସେହି ଅଂଚଳର କୃଷକମାନେ ପ୍ରତି ଏକର ପିଛା ବାର୍ଷିକ ୯ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଯାହାକି ସେମାନଙ୍କର ପୂର୍ବ ଆୟର ୨୦ ଗୁଣ ଅଧିକ ବୋଲି ସେ କେହିଥିଲେ।

ଜଳବାୟୁ ପରିବର୍ତ୍ତନ ବିଭିନ୍ନ ଅଂଚଳରେ ବାଦଲ ଫଟାବର୍ଷା ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ମୋ ପଂଚାୟତ ଏଥିରୁ ରକ୍ଷା ପାଇପାରିଛି କାରଣ ଏଠାରେ ଜଳ ସମସ୍ୟା ନାହିଁ। କାହିଁକି ନା ଭୂତଳ ଜଳ ପରିଚାଳନା ଦ୍ୱାରା ପରିସ୍ଥିତିର ଉନ୍ନତି ଘଟିଛି ଓ ଗତ କିଛି ବର୍ଷ ମଧ୍ୟରେ ଏହି ଅଂଚଳରେ ୧୦ ଲକ୍ଷ ବୃକ୍ଷରୋପଣ କରାଯାଇଛି ବୋଲି ସେ କହିଥିଲେ।

ଏହି ରୂପାନ୍ତରୀକରଣ ପରେ ଏହି ଅଂଚଳରେ କୌଣସି କୃଷକଙ୍କର ଆତ୍ମହତ୍ୟାର ରିପୋର୍ଟ ମିଳିନାହିଁ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଆମେରିକାର ନେବ୍ରାସ୍କା ବିଶ୍ୱବିଦ୍ୟାଳୟ ପରିଚାଳିତ ନେବ୍ରାସ୍କା ୱାଟର ସେଂଟରର ପ୍ରଫେସର ଓ ନିର୍ଦ୍ଦେଶକ ତଥା ସିସିଏସ୍‌ଏର ଆନ୍ତର୍ଜାତିକ ଉପଦେଷ୍ଟା ପ୍ରଫେସର ଚିତରଞ୍ଜନ ରାୟ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଶ୍ରୀ ରାୟ କୃଷିକୁ ଏକ ଦ୍ୱିଧାର ଖଡ଼ଗ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ଖାଦ୍ୟ ଏବଂ ଜୀବିକା ଯୋଗାଉଥିବା ବେଳେ ଜଳବାୟୁ ପରିବର୍ତନର କାରଣ ମଧ୍ୟ ପାଲଟିଛି ବୋଲି କହିଥିଲେ। ତେଣୁ କୃଷି ବ୍ୟବସ୍ଥା କ୍ଷେତ୍ରରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି। ଯୁକ୍ତରାଷ୍ଟ ଆମେରିକା ସରକାର ୨୦୫୦ ସୁଦ୍ଧା କାର୍ବନ୍ ନେଗେଟିଭ୍ ସ୍ତରରେ ପହଂଚିବାକୁ ଲକ୍ଷ୍ୟ ରଖିଥିବା ସେ କହିଥିଲେ।

ଶ୍ରୀ ରାଉଳ କହିଥିଲେ ଯେ, ଜଳବାୟୁ ପରିବର୍ତନ ଯୋଗୁଁ ପରିବର୍ତନ ସବୁ କ୍ଷେତ୍ରରେ ହୋଇଥିବା ବେଳେ ୧୯୦୧ ମସିହା ଠାରୁ ଗତ ୧୨୨ ବର୍ଷ ମଧ୍ୟରେ ପାଂଚ ବର୍ଷ ସବୁଠାରୁ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି। ଏହି ବର୍ଷଗୁଡ଼ିକ ହେଲା ୨୦୦୯, ୨୦୧୦, ୨୦୧୬, ୨୦୧୭ ଏବଂ ୨୦୨୩।

ଏହି ପରିସ୍ଥିତି ଦ୍ୱାରା ଅର୍ଥନୀତି କ୍ଷେତ୍ର ମଧ୍ୟ ବାଧାପ୍ରାପ୍ତ ହେଉଛି। ତେଣୁ ଏହି ବ୍ୟବସ୍ଥାରେ ପରିବର୍ତନ ଆଣିବାର ଆବଶ୍ୟକତା ରହିଛି ଯାହାଦ୍ୱାରା କି କୃଷକମାନେ ଏହି ସମସ୍ୟାର ମୁକାବିଲା କରିପାରିବେ ବୋଲି ପ୍ରଫେସର ରାଉଳ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ ଗବେଷଣା କ୍ଷେତ୍ରରେ ଜଳବାୟୁ ପରିବର୍ତନ ପ୍ରସଙ୍ଗକୁ ସୋଆ ଗୁରୁତ୍ୱ ଦେଉଛି। ବିଶ୍ୱବିଦ୍ୟାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ୨୦ଟି ଗବେଷଣା କେନ୍ଦ୍ର ମଧ୍ୟରୁ ସିସିଏସ୍‌ଏ ଅନ୍ୟତମ ବୋଲି ପ୍ରଫେସର ନନ୍ଦ କହିଥିଲେ। ନିକଟରେ ବଜ୍ରପାତ ଏବଂ ଘଡ଼ଘଡ଼ି ସହ ବର୍ଷା ସମ୍ପର୍କରେ ଅଧିକ ଅନୁଧ୍ୟାନ ନିମନ୍ତେ ସୋଆ ଏବଂ ପୁନେ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲଜି (ଆଇଆଇଟିଏମ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ସିସିଏସ୍‌ଏର ନିର୍ଦ୍ଦେଶକ ପ୍ରପେସର ରବୀନ୍ଦ୍ର କୁମାର ପଣ୍ଡା ନିଜ ସ୍ୱାଗତ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ବର୍ଷ ବର୍ଷ ଧରି ଜଳବାୟୁ ପରିବର୍ତନ ଯୋଗୁଁ ଏହା ମାନବଜାତି ଉପରେ ଗଭୀର ପ୍ରଭାବ ପକାଉଛି। ଏହା ଦ୍ୱାରା କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି ବୋଲି ସେ କହିଥିଲେ। ସୋଆ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଜଳବାୟୁ ପରିବର୍ତ୍ତନ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

ଆମେରିକୀୟ କୃଷକଙ୍କୁ ସମୃଦ୍ଧ କରିବ ବାଣିଜ୍ୟ ଚୁକ୍ତି: ଆମେରିକା ସଚିବଙ୍କ ଦାବିର ଜବାବ ଦେଲା ଭାରତ

February 3, 2026

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.