ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ପ୍ରଶଂସକମାନେ ସର୍ବଦା ପାଗଳଙ୍କ ପରି ଚାହିଁରହିଥାନ୍ତି। ଜୁନ୍ ମାସରେ ଖେଳାଯାଇଥିବା ୨୦୨୪ ଟି -୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ଭାରତୀୟ ଦଳ ପାକିସ୍ଥାନକୁ ଧୁଳି ଚଟାଇଥିଲା। କିନ୍ତୁ ଏବେ ମହିଳା ଦଳର ପାଳି।
ଆଜି ୨୦୨୪ ମହିଳା ଏସିଆ କପ୍ ରେ ପାକିସ୍ତାନକୁ ଭାରତୀୟ ମହିଳା ଦଳ ଭେଟିବ। ଏହା ଟି -୨୦ ଫର୍ମାଟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ନେପାଳ ଏବଂ ୟୁଏଇର ମହିଳା ଦଳ ମଧ୍ୟରେ ଖେଳାଯିବ। ତେବେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ୍ ଭାରତ ଏବଂ ପାକିସ୍ତାନର ମହିଳା ଦଳ ମଧ୍ୟରେ ହେବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସନ୍ଧ୍ୟା ୭ ଟାରୁ ମ୍ୟାଚ୍ ଆରମ୍ଭ ହେବ। ଶ୍ରୀଲଙ୍କା ମହିଳା ଏସିଆ କପ୍ ଆୟୋଜନ କରୁଛି।
ଉଲ୍ଲେଖ ଯୋଗ୍ୟ ଯେ, ଏସିଆ କପରେ ସମୁଦାୟ ଆଠଟି ଦଳ ଅଂଶଗ୍ରହଣ କରୁଛନ୍ତି, ଯାହା ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ୍-ଏରେ ଭାରତ ଏବଂ ପାକିସ୍ତାନର ଦଳ ଅଛନ୍ତି। ଭାରତ-ପାକିସ୍ତାନ ବ୍ୟତୀତ ୟୁଏଇ ଏବଂ ନେପାଳର ମହିଳା ଦଳ ମଧ୍ୟ ଏହି ଗ୍ରୁପରେ ଅଛନ୍ତି। ଯେଉଁଠାରେ ଗ୍ରୁପ୍ ବିରେ ଶ୍ରୀଲଙ୍କା, ମାଲେସିଆ, ଥାଇଲ୍ୟାଣ୍ଡ ଏବଂ ବାଂଲାଦେଶର ମହିଳା ଦଳ ଅନ୍ତର୍ଭୁକ୍ତ।
ଏସିଆ କପରେ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ:
୨୦୨୪ ମହିଳା ଏସିଆ କପ୍ ରେ ହରମନପ୍ରୀତକୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଜୁଲାଇ ୧୯ ତାରିଖ ଶୁକ୍ରବାର ଦିନ ଅର୍ଥାତ ଆଜି ପାକିସ୍ତାନ ବିପକ୍ଷରେ ଖେଳିବ। ତେବେ ଦଳର ଦ୍ୱିତୀୟ ମ୍ୟାଚ୍ ରବିବାର, ଜୁଲାଇ ୨୧ ତାରିଖରେ ୟୁଏଇ ବିପକ୍ଷରେ ହେବ। ଏହା ପରେ ଗ୍ରୁପ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ଶେଷ ମ୍ୟାଚ୍ ଜୁଲାଇ ୨୩ ତାରିଖ ମଙ୍ଗଳବାର ଦିନ ନେପାଳ ବିପକ୍ଷରେ ହେବ।