
ନୂଆଦିଲ୍ଲୀ: ୨୦୨୪ ମହିଳା ଏସିଆ କପ୍ ଟି -୨୦ ରେ ଭାରତ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତିଛି। ୟୁଏଇକୁ ଟିମ୍ ଇଣ୍ଡିଆ ୭୮ ରନରେ ପରାସ୍ତ କରିଛି। ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ବର୍ତ୍ତମାନ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଜିତିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦୨ ରନ୍ର ଟାର୍ଗେଟ ଦେଇଥିଲା। ଏହି ସମୟରେ ରିଚା ଘୋଷ ଏବଂ ହରମାନପ୍ରୀତ କୌର ବିସ୍ଫୋରକ ଇନିଂସ ଖେଳିଥିଲେ। ଭାରତ ଦେଇଥିବା ଟାର୍ଗେଟକୁ ପିଛା କରି ୟୁଏଇ ଦଳ ମାତ୍ର ୧୨୩ ରନ୍ ସ୍କୋର କରିପାରିଥିଲା। କବିଶାଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ୪୦ ରନ୍ ସ୍କୋର କରିବା ସହିତ ସେ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୫ ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ରିଚା ବୋଲରମାନଙ୍କୁ ଶ୍ୱାସରୁଦ୍ଧ କରିଥିଲେ। ସେ ୨୯ ବଲରେ ଅପରାଜିତ ୬୪ ରନ ସ୍କୋର କରିଥିଲେ। ରିଚାଙ୍କ ଏହି ଇନିଂସରେ ୧୨ ଚୌକା ଓ ୧ ଛକା ଅନ୍ତର୍ଭୁକ୍ତ ଥିଲା। ହରମାନପ୍ରୀତ ୪୭ ବଲରେ ୬୬ ରନ୍ ସଂଗ୍ରହ କରିଥିଲେ। ସେ ୭ ଚୌକା ଓ ୧ ଛକା ମାରିଥିଲେ। ଏହାପୂର୍ବରୁ ଓପନର୍ ଶେଫାଲି ବର୍ମା ୩୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ୧୮ ବଲର ସମ୍ମୁଖୀନ ହୋଇ ସେ ୫ ଚୌକା ଓ ୧ ଛକା ମାରିଥିଲେ।