ନିଜର ଆସନ୍ତା ଆମେରିକା ଗସ୍ତ ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ରହିବ ବୋଲି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ବାମୀ । ଏହି ଗସ୍ତ ବେସରକାରୀ ରହିଥିବା ବେଳେ ଗସ୍ତର ସମସ୍ତ ଖର୍ଚ୍ଚ ବ୍ୟକ୍ତିଗତ ଭାବରେ ନିର୍ବାହ କରିବେ କୁମାରସ୍ବାମୀ । ଅଦିଚୁଞ୍ଚାଗିରିର ଏକ ମଠ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନ୍ୟୁ ଜର୍ସି ଯାଉଛନ୍ତି । ଗ୍ରାମାଞ୍ଚଳରେ ପହଞ୍ଚିବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ‘ଗ୍ରାମ ବାସ୍ତବ୍ୟ’ ଅବସରରେ ଏହି ସୂଚନା ଦେଇଛନ୍ତି କୁମାରସ୍ବାମୀ । ବିଦାର ଜିଲ୍ଲାର ଉଜାଲମ୍ବା ଗ୍ରାମରେ ଗଣମାଧ୍ୟମ ଅଧିକାରୀଙ୍କୁ ଏହି ସୂଚନା ଦେଇଛନ୍ତି କୁମାରସ୍ବାମୀ । ବ୍ୟକ୍ତିଗତ ଗସ୍ତରେ ସରକାରୀ ଅର୍ଥର ଅପଚୟ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁମାରସ୍ବାମୀ କହିଛନ୍ତି । ଜନତା ଦଳର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ଏବଂ ସରକାରୀ ଅଫିସର ମାନେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କୁମାରସ୍ବାମୀ ।