ଆଜି ରାଜ୍ୟରେ ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହେବାକୁ ଥିବାବେଳେ ପ୍ରକାଶ ପାଇଛି ରାଜ୍ୟର ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୮.୪%କୁ ବୃଦ୍ଧି ପାଇଛି । ୨୦୧୭-୧୮ରେ ଏହା ୭.୪% ରହିଥିଲା । ହରିଆନା, ପଞ୍ଜାବ, କେରଳ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶଠାରୁ ଏହି ଅଭିବୃଦ୍ଧି ହାର ଅଧିକ ରହିଛି । ସେହିପରି ଅନ୍ୟ ରାଜ୍ୟ ତୁଳନାରେ ଶିଶୁ ମୃତ୍ୟୁହାର କମ୍ ରହିଛି। ସ୍ବାସ୍ଥ୍ୟ, ଜୀବନଧାରଣ ମାନ ଓ ନିରାପତ୍ତା କ୍ଷେତ୍ରରେ ବିକାଶ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୨.୯% ରହିଛି। ରାଜ୍ୟ ଜିଡିପି ହାର ଜାତୀୟ ହାରଠୁ ଅଧିକ ରହିଛି। କୃଷି, ଶିଳ୍ପ, ସେବା କ୍ଷେତ୍ରରେ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି । ତେବେ ଏହି ରିପୋର୍ଟ ଉପସ୍ଥାପନକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିରୋଧ କରିଛନ୍ତି । ଏହି ରିପୋର୍ଟ ଜରିଆରେ ସରକାର ନିଜର ପ୍ରତିଛବିକୁ ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ କହିଛନ୍ତି । ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ବିଜେଡ଼ି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ରିପୋର୍ଟରେ ବାସ୍ତବତା ଅଛି କି ନାହିଁ ତାହା ରାଜ୍ୟବାସୀ କହିବେ ।
୨୦୧୮-୧୯ରେ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର ବଢିଛି
Published:
Jun 28, 2019, 1:47 pm IST
Tags: