ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଶେଖର କାମୁଲ୍ଳାଙ୍କ ଆଗାମୀ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଛନ୍ତି ନାଗା ଚୈତନ୍ୟ ଏବଂ ସାଇ ପଲ୍ଲବୀ । ଫିଲ୍ମଟିର ନାମକରଣ ହୋଇନଥିବା ବେଳେ ଶୁକ୍ରବାର ହାଇଦ୍ରାବାଦରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ନେଇ ଫିଲ୍ମର ନିର୍ଦ୍ଦେଶକ ସେୟାର କରିଛନ୍ତି । ଲଞ୍ଚ ଇଭେଣ୍ଟରେ ଫିଲ୍ମର ସମସ୍ତ କଳାକାର ଏବଂ ସଦସ୍ୟ ଉପସ୍ଥିତ ଥିଲେ । ଶେଖର କାମୁଲ୍ଲା ଏବଂ ସାଇ ପଲ୍ଲବୀ ଦ୍ବିତୀୟ ଥର ପାଇଁ ଏକାଠି କାମ କରିବାକୁ ଯାଉଥିବା ବେଳେ ଚୈତନ୍ୟ ପ୍ରଥମ ଥର ପାଇଁ ଶେଖରଙ୍କ ସହିତ କାମ କରିବେ । ଟ୍ବିଟ୍ଟର ଜରିଆରେ ଏହି ଫିଲ୍ମ ପାଇଁ ଶେଖରଙ୍କୁ ଧନ୍ୟବାଦ ଜଣାଇଛନ୍ତି ନାଗା ଚୈତନ୍ୟ । ଏହି ଫିଲ୍ମଟି ଆସନ୍ତା ଡିସେମ୍ବର ମାସରେ ରିଲିଜ୍ ହେବ । ଉଭୟ ନାଗା ଚୈତନ୍ୟ ଏବଂ ସାଇ ପଲ୍ଲବୀଙ୍କ ଶେଷ ଫିଲ୍ମ ବକ୍ସ ଅଫିସ୍ରେ ଭଲ ପ୍ରଦର୍ଶନ କରିଛି । ଚୈତନ୍ୟଙ୍କ ମଜିଲି ତେଲୁଗୁ ଇଣ୍ଡଷ୍ଟ୍ରିରେ ବ୍ଲକ୍ବଷ୍ଟର ହୋଇଥିବା ବେଳେ ସାଇ ପଲ୍ଳବୀଙ୍କ ଏନ୍ଜିକେ ତାମିଲ୍ ବକ୍ସ ଅଫିସ୍ରେ ସଫଳ ହୋଇଥିଲା ।
Tags: