ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଆର୍ଥିକ ବର୍ଷ ୨୦୨୩-୨୪ର ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ଆକାଉଣ୍ଟସ୍ ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଫଳପ୍ରସୂ ହୋଇଛି ଏବଂ ସାଧାରଣ ଲୋକଙ୍କ ନିମନ୍ତେ ଏହା ସୁଲଭ ହୋଇପାରିଛି।
ଏହି ସମୀକ୍ଷା ରିପୋର୍ଟରେ କୁହାଯାଇଛି ଯେ ନବୀନତମ ଏନଏସଏ ଅନୁମାନ (ଆର୍ଥିକ ବର୍ଷ ୨୦୨୦ ନିମନ୍ତେ)ରେ ମୋଟ ଜିଡିପିରେ ସରକାରୀ ସ୍ୱାସ୍ଥ୍ୟ ବ୍ୟୟ (ଜିଏଚଇ)ର ଭାଗ ସହିତ ମୋଟ ସ୍ୱାସ୍ଥ୍ୟ ବ୍ୟୟ ସଚଏିଇର ଭାଗରେ ବୃଦ୍ଧି ସୂଚୀତ ହୋଇଛି।
ଏହା ବ୍ୟତୀତ ସମୀକ୍ଷାରେ ଆହୁରି ଦର୍ଶାଯାଇଛି ଯେ ବିଗତ ବର୍ଷମାନଙ୍କରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟୟର ଅଂଶ ଆର୍ଥିକ ବର୍ଷ ୨୦୧୫ରେ ଜିଏଚଇର ୫୧.୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୦ ଆର୍ଥିକ ବର୍ଷରେ ଜିଏଚଇର ୫୫.୯ ପ୍ରତିଶତ ଛୁଇଁଛି। ଜିଏଚଇରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟସେବା ଅଂଶ ଆର୍ଥିକ ବର୍ଷ ୨୦୧୫ରେ ୭୩.୨ ପ୍ରତିଶତ ଥିବାବେଳେ ତାହା ବୃଦ୍ଧି ପାଇ ୨୦୨୦ ଆର୍ଥିକ ବର୍ଷରେ ୮୫.୫ ପ୍ରତିଶତ ହୋଇଛି। ଅନ୍ୟ ପକ୍ଷରେ ଘରୋଇ କ୍ଷେତ୍ରରେ ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟସେବା ଅଂଶ ଏହି ଅବଧିରେ ତୃତୀୟ ପର୍ଯ୍ୟାୟର ରୋଗୀଙ୍କ ଉପରେ ପଡ଼ୁଥିବା ଆର୍ଥିକ ବୋଝ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ସରକାରୀ ସୁବିଧାଗୁଡ଼ିକର ଉପଯୋଗର କାରଣ ୮୩.୦ ପ୍ରତିଶତରୁ ହ୍ରାସ ପାଇ ୭୩.୭ ପ୍ରତିଶତ ହୋଇଛି।
ଏହି ସମୀକ୍ଷାରୁ ଜଣାପଡ଼ିଛି ଯେ ସ୍ୱାସ୍ଥ୍ୟ ଉପରେ ସାମାଜିକ ସୁରକ୍ଷା ବ୍ୟୟରେ ବିଶେଷ ଭାବରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ଆର୍ଥିକ ବର୍ଷ ୨୦୧୫ରେ ୫.୭ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୦ରେ ୯.୩ ପ୍ରତିଶତରେ ପହଞ୍ଚିଛି। ଆର୍ଥିକ ବର୍ଷ ୨୦୧୫ ଏବଂ ଆର୍ଥିକ ବର୍ଷ ୨୦୨୦ ମଧ୍ୟରେ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟୟ (ଟିଏଚଇ)ର ପ୍ରତିଶତ ରୂପରେ ଆଉଟ୍ ଅଫ୍ ଫୋକସ୍ ବ୍ୟୟ (ଓଓପିଇ)ରେ ହ୍ରାସ ପରିଲକ୍ଷିତ ହୋଇଛି।
ଉପଯୁକ୍ତ ବିକାଶ ସହିତ ପ୍ରମୁଖ ସ୍ୱାସ୍ଥ୍ୟ ସୂଚକାଂକରେ ମଧ୍ୟ ସୁଧାର ଆସିଛି। ୨୦୧୩ ମସିହାରେ ଶିଶୁ ମୃତ୍ୟୁହାର ପ୍ରତି ୧୦୦୦ ଜୀବିତ ପ୍ରସବରେ ୩୯ ଥିଲା ଯାହାକି ହ୍ରାସ ପାଇ ୨୦୨୦ ମସିହାରେ ପ୍ରତି ୧୦୦୦ ଜୀବିତ ପ୍ରସବ କ୍ଷେତ୍ରରେ ୨୮ ହୋଇଛି। ମାତୃମୃତ୍ୟୁ ହାର ୨୦୧୪ ମସିହାରେ ପ୍ରତି ଏକ ଲକ୍ଷ ଜୀବିତ ପ୍ରସବ କ୍ଷେତ୍ରରେ ୧୬୭ ଥିଲା ଏବଂ ତାହା ହ୍ରାସ ପାଇ ୨୦୨୦ ମସିହାରେ ୯୭ ଛୁଇଁଛି।
ଆର୍ଥିକ ସର୍ଭେ ରିପୋର୍ଟରେ ଦୁଇଟି ପ୍ରସଙ୍ଗ ଉପରେ ସୁପାରିଶ କରାଯାଇଛି ଯାହା ନିକଟ ଭବିଷ୍ୟତରେ ଦେଶର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରୋଫାଇଲକୁ ଦେଖି ନିର୍ଣ୍ଣାୟକ ହେବ ବୋଲି ଅନୁମାନ କରାଯାଇଛି। ପ୍ରଥମଟି ହେଲା, ସମୀକ୍ଷାରେ ସରକାର ଏବଂ ସାଧାରଣ ଲୋକଙ୍କୁ ପୌଷ୍ଟିକ ଭୋଜନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରାଥମିକତା ପ୍ରଦାନ କରାଯିବାର ପରାମର୍ଶ ଦିଆଯାଇଛି। ଦ୍ୱିତୀୟରେ, ସାର୍ବଜନୀନ ସ୍ୱାସ୍ଥ୍ୟକୁ ରାଜ୍ୟ ସରକାରଙ୍କ ବିଷୟ ବୋଲି ଦର୍ଶାଯାଇ ସମୀକ୍ଷାରେ ‘ଅତି କମ୍ ବାଧାର ମାର୍ଗ’ ମାଧ୍ୟମରେ ଶେଷତମ ସ୍ଥାନରେ ଥିବା ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଯିବା ନିମନ୍ତେ ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟ ଏବଂ ସ୍ଥାନୀୟ ସ୍ତରର ଶାସନର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି।