କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହା ଶୁକ୍ରବାର ଲୋକସଭାରେ ଜମ୍ମୁ –କାଶ୍ମୀରରେ ରାଷ୍ଟ୍ରପତି ଶାସନ ବଢାଇବା ଉପରେ ପ୍ରସ୍ତାବ ରଖିଛନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ କାଳ ୬ ମାସ ବୃଦ୍ଧି କରାଯିବା ନେଇ ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ହୋଇଯାଇଛି। ଏବେ ରାଜ୍ୟରେ ନିର୍ବାଚନ କରିବା ପାଇଁ ସମୟ ଉପନୀତ ହୋଇନାହିଁ । ଏହି ଅବସରରେ ଘାଟିରେ କେନ୍ଦ୍ର ସରକାର କିପରି ଭାବେ ବିକାଶ କାର୍ଯ୍ୟ କରିଛନ୍ତି, ସେ ସମ୍ପର୍କରେ ଉଲ୍ଲେଖ କରିବା ସହିତ ତାଙ୍କ ଏଜେଣ୍ଡା ମଧ୍ୟ ରଖିଥିଲେ । ଶାହାଙ୍କ ଅନୁସାରେ ସରକାର ସୀମାନ୍ତରେ ଆତଙ୍କବାଦର ଶେଷ ଓ ବିକାଶ କାର୍ଯ୍ୟକୁ ବଢାଇବା ଉପରେ ଜୋର୍ ଦେଉଛନ୍ତି । ନିର୍ବାଚନ ଆୟୋଗ ଚଳିତବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସେଠାରେ ରାଷ୍ଟ୍ରପତି ଶାସନ ସମୟ ଆହୁରି ୬ମାସ ବୃଦ୍ଧି କରିବା ଆବଶ୍ୟକ। ଜୁଲାଇ ୩ରୁ ନୂଆ ସମୟ ସୀମା ଲାଗୁ କରିବାକୁ ଶାହ ପ୍ରସ୍ତାବରେ ଦର୍ଶାଇଛନ୍ତି। ଶାହା ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି।