ପୁଣି ଥରେ ବିଜେପି ଟାର୍ଗେଟରେ ଟିଏମ୍ସି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁଣି ଏକ ନିଷ୍ପତ୍ତିରେ ରାଜେନୖତିକ ଅସ୍ଥିରତା ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନରେ ଅଲଗା ଡାଇନିଂ ବ୍ୟବସ୍ଥା କରାଯାଇଛି। ଯେଉଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୭୦ ପ୍ରତିଶତରୁ ଅଧିକ ମୁସଲମାନ ଛାତ୍ରୀଛାତ୍ର ରହିଛନ୍ତି ସେମାନଙ୍କ ପାଇଁ ଅଲଗା ଡାଇନିଂ ହଲ୍ର ବ୍ୟବସ୍ଥା କରାଯିବ। ଏହି ନିର୍ଦ୍ଦେଶକୁ ନେଇ ବିଜେପି ଟିଏମ୍ସିକୁ ଟାର୍ଗେଟ କରିବା ସହ ଧାର୍ମିକ ଆଧାରରେ ବଙ୍ଗଳାକୁ ଭାଗ କରିବାକୁ ମମତା ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଛି। ବିଦ୍ୟାଳୟରେ ଭେଦଭାବ ଗ୍ରହଣୀୟ ନୁହେଁ ବୋଲି ବିଜେପି କହିଛି। ତେବେ ଏହି ମାମଲାକୁ ନେଇ ଅଧିକ ବିବାଦ ହେବାରୁ ମମତା ସ୍ପଷ୍ଟୀକରଣ ଦେଇଛନ୍ତି। ମମତା କହିଛନ୍ତି ଯେ, ଏଇ ସର୍କୁଲାର କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ହିସାବରେ ପାଳନ କରାଯାଉଛି। ସର୍କୁଲାରରେ କୁହାଯାଇଛି ଯେଉଁ ସ୍କୁଲରେ ଅଳ୍ପସଂଖ୍ୟକ ବା ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ ରହିଥିବ ସେମାନଙ୍କୁ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ତରଫରୁ ଅଧିକ ଫଣ୍ଡ ବା ଅନୁଦାନ ଦିଆଯିବ। ବିଜେପିର ଆରୋପକୁ ଭିତ୍ତିହୀନ କହିବା ସହ ମମତା କହିଛନ୍ତି ଯେ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ବିଭାଗକୁ ଫଣ୍ଡ ବା ଅନୁଦାନ ଦିଅଯାଉଛି, ଯେମିତିକି ଯୋଜନାଗୁଡ଼ିକ ପ୍ରଭାବୀ ଢଙ୍ଗରେ ଲାଗୁ କରାଯାଇପାରିବ। ଏହା ଦ୍ବାରା କୌଣସି ଧର୍ମର ବିଭାଜନ ହେଉନାହିଁ ବୋଲି ମମତା କହିଛନ୍ତି।
ଡାଇନିଂ ବିବାଦକୁ ନେଇ ମୁହଁ ଖୋଲିଲେ ଦିଦି : ଏହା ଧାର୍ମିକ ମାମଲା ନୁହେଁ
Published:
Jun 28, 2019, 4:07 pm IST
Tags: