Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ସ୍ୱଚ୍ଛକର୍ମୀଙ୍କୁ ରେନକୋଟ୍ ପ୍ରଦାନ
ଆଜିର ଖବର

ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ସ୍ୱଚ୍ଛକର୍ମୀଙ୍କୁ ରେନକୋଟ୍ ପ୍ରଦାନ

July 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁସିସିଆଇଏଲ) ଲେଡିଜ ଫୋରମ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬ ନମ୍ବର ୱାର୍ଡରେ କାର୍ଯ୍ୟରତ ସ୍ୱଚ୍ଛକର୍ମୀମାନଙ୍କୁ ରେନକୋଟ୍ ପ୍ରଦାନ କରାଯାଇଛି।

ସୋମବାର ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ୟୁସିସିଆଇ ଲେଡିଜ ଫୋରମର ସଦସ୍ୟମାନଙ୍କ ଏହି ପଦକ୍ଷେପକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ୟୁସିସିଆଇଏଲ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା ଓ ସମ୍ପାଦକ ଅର୍ଚ୍ଚନା ମଲ୍ଲଙ୍କ ନେତୃତ୍ୱରେ ରେନକୋଟ୍ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି ଯେଉଁମାନେ ପରିବେଶକୁ ସଫା ସୁତରା ରଖିଥାନ୍ତି, ଆମମାନଙ୍କୁ ମଧ୍ୟ ବେଳେ ବେଳେ ସେମାନଙ୍କ କଥା ଚିନ୍ତା କରିବା ଆବଶ୍ୟକ। ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱଚ୍ଛକର୍ମୀମାନଙ୍କ ସୁରକ୍ଷା ପାଇଁ ରେନକୋଟ୍ ଦିଆଯାଇଛି। ଏହା ସେମାନଙ୍କ ପାଇଁ ବେଶ୍ ସହାୟକ ହେବ ବୋଲି ଆଶା କରୁଛୁ,”  କହିଛନ୍ତି ୟୁସିସିଆଇଏଲ ଲେଡିଜ ଫୋରମର ସଭାପତି ପ୍ରଣତି ପରିଡ଼ା।

ସ୍ୱଚ୍ଛକର୍ମୀମାନେ ରେନକୋଟ୍ ପାଇବା ପରେ ୟୁସିସିଆଇଏଲ ଲେଡିଜ ଫୋରମକୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଲେଡିଜ ଫୋରମର ସଦସ୍ୟ ରୀତା ପଟ୍ଟନାୟକ, ରୋଶ୍‌ନୀ ମିଶ୍ର, ସ୍ୱର୍ଣ୍ଣପ୍ରଭା ସାମଲ, ମୀନତି ଦାସ ଏବଂ ନମିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।

ଭୁବନେଶ୍ୱର ମହାନଗର ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026
Latest News

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026

କେନ୍ଦ୍ର ବଜେଟ 2026-27: ପୂର୍ବ ବର୍ଷ ତୁଳନାରେ ଓଡ଼ିଶା ପାଇଁ ଅନୁଦାନ ବଢିଛି ନା କମିଛି?, ଜାଣନ୍ତୁ

February 2, 2026

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.