ପୁନେର କୋନ୍ଧଓ୍ବା ଅଞ୍ଚଳରେ ଏକ କାନ୍ଥ ଭୁଷୁଡି ୧୭ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଯୋଗୁଁ କାନ୍ଥଟି ଭୁଷୁଡି ଏହି ଅଘଟଣ ଘଟିଛି। ଏହି ଘଟଣାରେ ୪ ଜଣ ଶିଶୁ ଏବଂ ୨ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଏକ ଆପାର୍ଟମେଣ୍ଟର କାନ୍ଥ ଭୁଷୁଡି ପଡିବାରୁ ନିକଟରେ ରହିଥିବା ବସ୍ତି ବାସିନ୍ଦା ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଘଟଣାରେ ନିକଟରେ ପାର୍କ ହୋଇଥିବା କିଛି କାର୍ ମଧ୍ୟ କାନ୍ଥ ତଳେ ଚାପି ହୋଇ ରହିଥିଲା। ଏନ୍ଡିଆରଏଫ୍ର ଅଧିକାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆହୁରି କିଛି ଲୋକ କାନ୍ଥ ତଳେ ଚାପି ହୋଇ ରହିଛନ୍ତି। ବିଗତ ୪୮ ଘଣ୍ଟା ମଧ୍ୟରେ ୭୩ ମିମି ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ଅଗ୍ନିଶମ ଅଧିକାରୀ ପ୍ରକାଶ କରିଛନ୍ତି।


