ଜି-୨୦ ଶିଖର ସମ୍ମିଳନୀ : ବାଣିଜ୍ୟ ସମ୍ପର୍କିତ ଆଲୋଚନା ନେଇ ଇଣ୍ଡୋନେସିଆ ଏବଂ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

Published: Jun 29, 2019, 9:59 am IST
PM Modi Meets Presidents Of Indonesia, Brazil

ଜାପାନର ଓସାକାରେ ଅନୁଷ୍ଠିତ ହେଉଥିବା ଜି-୨୦ ଶିଖର ସମ୍ମିଳନୀର ଦ୍ବିତୀୟ ଦିବସରେ ବୈଠକରେ ବ୍ରାଜିଲ ଏବଂ ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଛନ୍ତି ନରେନ୍ଦ୍ର ମୋଦି। ଉଭୟ ରାଷ୍ଟ୍ର ସହିତ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଆଲୋଚନା ହୋଇଥିବା ଜଣାପଡିଛି। ବାଣିଜ୍ୟ ଏବଂ ନିବେଶ ନେଇ ମଧ୍ୟ ଉଭୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ପୃଥକ ଆଲୋଚନାରେ ଭାଗ ନେଇଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଟ୍ବିଟ୍ ଅନୁଯାୟୀ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ବିଡୋଡୋଙ୍କ ସହିତ ଦ୍ବିପାକ୍ଷିକ ସହଯୋଗ, ବାଣିଜ୍ୟ, ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପୁଞ୍ଜିନିବେଶ, ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଷୟ ନେଇ ଆଲୋଚନା ହୋଇଥିଲା। ଏହାପରେ ମୋଦି ବ୍ରାଜିଲ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋଙ୍କୁ ଭେଟିଥିଲେ। ଦ୍ବିପାକ୍ଷିକ ସମ୍ପର୍କ ସହିତ, ପ୍ରତ୍ୟକ୍ଷ ଓ ପରୋକ୍ଷ ପୁଞ୍ଜିନିବେଶ, କୃଷି କୌଶଳ ଏବଂ ପ୍ରାକୃତିକ ଗ୍ୟାସ୍‌ର ବିନିମୟ ଉପରେ ଆଲୋଚନା ହୋଇଥିଲା ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ୍‌ କୁମାର ସୂଚନା ଦେଇଛନ୍ତି।

Related posts