ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନଶନରେ ବସିବେ କାନପୁର କଂଗ୍ରେସ କର୍ମୀ

Published: Jun 29, 2019, 10:43 am IST

ଉତ୍ତର ପ୍ରଦେଶର କାନପୁରର କଂଗ୍ରେସ କର୍ମୀମାନେ ଆଜିଠାରୁ ଅନଶନରେ ବସିବାକୁ ଯାଉଛନ୍ତି। ଇସ୍ତଫା ପ୍ରଦାନ କରିଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କର୍ମୀମାନେ ଆନ୍ଦୋଳନରେ ବସିବା ସୂଚନା ମିଳିଛି। ଜୁନ୍‌ ୨୯ ତାରିଖ ଦିନ ୧୧ଟାରୁ କାନପୁର କଂଗ୍ରେସ କର୍ମୀ ଏହି ଅନଶନରେ ବସିବେ। ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନୁଷ୍ଠିତ ଏହି ଅନଶନକୁ କଂଗ୍ରେସ କର୍ମୀ ସଦ୍‌ଭାବନା ଅନଶନ ବୋଲି ଅଭିହିତ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଭିନ୍ନ କଂଗ୍ରେସ କର୍ମୀଙ୍କ ସମେତ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଇସ୍ତଫା ପ୍ରଦାନ କରିଥିଲେ। ୨୦୧୭ରେ ଦଳର ସଭାପତି ଦାୟିତ୍ବ ଗ୍ରହଣ କରିଥିବା ରାହୁଲ ଗତ ମେ ୨୫ ତାରିଖରେ ଦଳର ସିଡବ୍ଲ୍ୟୁସି ବୈଠକରେ ନିଜର ଇସ୍ତଫା ପ୍ରଦାନ କରିଥିଲେ। ଏହା ପରେ ବିଭିନ୍ନ ନେତୃବୃନ୍ଦ ରାହୁଲଙ୍କୁ ଇସ୍ତଫା ପ୍ରତ୍ୟାହାରର ଅନୁରୋଧ କରିଥିଲେ ମଧ୍ୟ ରାହୁଲ ପ୍ରତ୍ୟାବର୍ତ୍ତନ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଥିଲା।

Related posts