ନୂଆଦିଲ୍ଲୀ: ଚମତ୍କାର ପ୍ରଦର୍ଶନ ସହ ଇଣ୍ଡୋନେସିଆକୁ ଭାରତ ପରାସ୍ତ କରିଛି। ମିଶ୍ରିତ ଦଳ ଇଭେଣ୍ଟ ପ୍ରି-କ୍ୱାର୍ଟର ଫାଇନାଲରେ ଭାରତର ଧୀରଜ ଏବଂ ଅଙ୍କିତା ୫-୧ରେ ଜିତିଛନ୍ତି। ଟିମ୍ ଇଣ୍ଡିଆ ବର୍ତ୍ତମାନ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।
ଭାରତୀୟ ମିଶ୍ରିତ ଦଳ ତୀରନ୍ଦାଜର ଇଭେଣ୍ଟ୍ ର କ୍ୱାର୍ଟର ଫାଇନାଲରେ ସ୍ପେନ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ମ୍ୟାଚ୍ ଅପରାହ୍ନ ୫.୪୫ ରୁ ଅନୁଷ୍ଠିତ ହେବ। ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ଚାଇନାକୁ ୬-୨ ରେ ପରାସ୍ତ କରିଛି।