Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାଗରରେ ମର୍ମନ୍ତୁଦ ଦୁର୍ଘଟଣା, କାନ୍ଥ ଭୁଶୁଡ଼ି ୮ ଶିଶୁ ମୃତ, ଚାରି ଆହତ
ଆଜିର ଖବର

ସାଗରରେ ମର୍ମନ୍ତୁଦ ଦୁର୍ଘଟଣା, କାନ୍ଥ ଭୁଶୁଡ଼ି ୮ ଶିଶୁ ମୃତ, ଚାରି ଆହତ

August 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଯେଉଁଠାରେ କାନ୍ଥ ଭୁଶୁଡ଼ିବା କାରଣରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେମାନେ ୧୦ ରୁ ୧୪ ବର୍ଷର ଶିଶୁ ଥିଲେ। ସୂଚନା ଅନୁଯାୟୀ, ଲୋକମାନେ ଶାହପୁରାର ମନ୍ଦିର ନିକଟରେ ପାର୍ଥିବ ଶିବଲିଙ୍ଗ ତିଆରି କରୁଥିଲେ। ଏହି ସମୟରେ ୫୦ ବର୍ଷ ପୁରୁଣା ଘରର କାନ୍ଥ ଭୁଶୁଡି ପିଲାମାନଙ୍କ ଉପରେ ପଡିଥିଲା।

ଏହି ଦୁର୍ଘଟଣାରେ ଆଠ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଶିଶୁ ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏହି ଘଟଣାରେ ଦୁଃଖ ପ୍ରକାଶ ପ୍ରକାଶ କରି ପୀଡିତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସାଗର ଜିଲ୍ଲାର ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବହୁ ସଂଖ୍ୟାରେ ସ୍କୁଲ ଛାତ୍ର ଶାହପୁରା ଅଞ୍ଚଳର ହରାଦୋଇ ଶିବ ମନ୍ଦିରରେ ଏକାଠି ହୋଇଥିଲେ। ଏଠାରେ ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା ସହିତ ଭଗବତ କଥାର ମଧ୍ୟ ଆୟୋଜନ କରାଯାଉଛି। ମନ୍ଦିର ପରିସର ନିକଟରେ ଯେଉଁଠାରେ ଛାତ୍ରମାନେ ଭଗବାନ ଶିବଙ୍କ ଶିବଲିଙ୍ଗ ତିଆରି କରୁଥିଲେ, ସେଠାରେ ମଲ୍ଲୁ କୁଶୱା ନାମକ ଜଣେ ବ୍ୟକ୍ତିଙ୍କ ଘର ଥିଲା ଯାହାକି ବହୁତ ପୁରୁଣା ଥିଲା। ପ୍ରବଳ ବର୍ଷା ହେତୁ ଏହି ଘରର କାନ୍ଥ ଦୁର୍ବଳ ହୋଇଯାଇଥିଲା।

Breaking News madhyapradesh
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026
Latest News

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.