Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଏୟାରଫାଇବର ସହିତ ଓଡିଶାର ଗ୍ରାମାଞ୍ଚଳରେ ଜିଓର ଡିଜିଟାଲ୍ କ୍ରାନ୍ତି
ଆଜିର ଖବର

ଜିଓ ଏୟାରଫାଇବର ସହିତ ଓଡିଶାର ଗ୍ରାମାଞ୍ଚଳରେ ଜିଓର ଡିଜିଟାଲ୍ କ୍ରାନ୍ତି

August 4, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ବିସ୍ତୀର୍ଣ୍ଣ ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଡିଜିଟାଲ୍ କ୍ରାନ୍ତି ସ୍ୱରୂପ ରିଲାଏନ୍ସ ଜିଓ ରାଜ୍ୟର ୩ ଲକ୍ଷରୁ ଅଧିକ ଘର ଏବଂ ପରିସରକୁ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସେବା ମାଧ୍ୟମରେ ସଂଯୋଗ କରି ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ ସୁବିଧା ପ୍ରଦାନ କରିଛି।

ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ପ୍ରାୟ ୩ ଲକ୍ଷ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକଙ୍କ ସହିତ ଓଡିଶାରେ ହୋମ ବ୍ରଡବ୍ୟାଣ୍ଡ ଏବଂ ଓୟାରଲାଇନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ସୁଦୃଢ କରିଛି।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି।

ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି।

ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି।

ଏହାର ଏକ ସଫଳ ଉଦାହରଣ ପାଲଟିଛନ୍ତି ଗଞ୍ଜାମ ଜିଲ୍ଲାର ଜରଡା ଗାଁର ଜଣେ ଗ୍ରାମବାସୀ ସୁନୀଲ କୁମାର ପାତ୍ର, ଯିଏ ଜିଓ ଏୟାରଫାଇବର ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସଂଯୋଗ ସହିତ ସିସିଟିଭି ଜରିଆରେ ବର୍ତ୍ତମାନ ତାଙ୍କ ଘରଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ତାଙ୍କ ମତ୍ସ୍ୟଚାଷ ଏବଂ ଉଦ୍ୟାନ କୃଷି ଫାର୍ମ ଉପରେ ବାସ୍ତବ ସମୟରେ ନଜର ରଖିବାରେ ସକ୍ଷମ ହୋଇଛନ୍ତି।

ଜିଓ ଏୟାରଫାଇବର ସଂଯୋଗ ନେବା ପରେ ହୋଇଥିବା ସୁବିଧା ସମ୍ପର୍କରେ ଖୁସି ବ୍ୟକ୍ତ କରି ସେ କହିଛନ୍ତି ଯେ ଏହାଯୋଗୁଁ ସୁଦୂର ବେଙ୍ଗାଲୁରୁରେ ରହୁଥିବା ତାଙ୍କ ପୁଅ ବର୍ତ୍ତମାନ କୃଷି ଫାର୍ମରେ ହେଉଥିବା କାମ ବାସ୍ତବ ସମୟରେ ଦେଖିପାରିବା ସହ କୌଣସି ଅଘଟଣ ଘଟିଲେ କିମ୍ବା ଗୋରୁଗାଈ ପ୍ରବେଶ କଲେ ଜାଣିପାରି ସତର୍କତାମୂଳକ ପଦକ୍ଷେପ ନେବାରେ ସହାୟକ ହୋଇପାରୁଛି।

ସେହିଭଳି, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ଦୁର୍ଗମ ଖାସିଗୁଡା ଗ୍ରାମର ଯୁବ ନିବେଶକ ତଥା ଅନଲାଇନ ଷ୍ଟକ୍ କାରବାର କରୁଥିବା ଶାଶ୍ୱତ ପଣ୍ଡାଙ୍କ ପାଇଁ ଜିଓ ଏୟାରଫାଇବର ସଂଯୋଗ ଏକ ବରଦାନ ସଦୃଶ ହୋଇଛି। କାରଣ ବଣଜଙ୍ଗଲ ଘେରି ରହିଥିବା ତାଙ୍କ ଗାଁ ପାଇଁ ନିର୍ଭରଯୋଗ୍ୟ ହାଇ ସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ପୂର୍ବରୁ ଏକ ଅସମ୍ଭବ ପ୍ରାୟ ସ୍ୱପ୍ନ ଥିଲା। ସେ ବର୍ତ୍ତମାନ ଜିଓ ଏୟାରଫାଇବର ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ସହାୟତାରେ ଖାସିଗୁଡା ଗାଁରେ ନିଜ ଘରେ ଆରାମର ସହିତ ଷ୍ଟକ୍ ମାର୍କେଟରେ କାରବାର କରିବାରେ ସକ୍ଷମ ହୋଇଥିବାବେଳେ ଜିଓ ଏୟାରଫାଇବର ସହିତ ଉପଲବ୍ଧ ବିଶ୍ୱ ସ୍ତରୀୟ ମନୋରଞ୍ଜନକୁ ଉପଭୋଗ କରୁଛନ୍ତି।

କେବଳ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଂଚଳ ନୁହେଁ, ଓଡ଼ିଶାର ସମସ୍ତ ସହର ତଥା ଦ୍ରୁତ ଗତିରେ ବିସ୍ତାରିତ ହୋଉଥିବା ସହର ଉପକଣ୍ଠ ଅଂଚଳରେ ହଜାର ହଜାର ଗ୍ରାହକ ଏବେ ଜିଓ ଏୟାରଫାଇବର ସେବାକୁ ଆପଣାଉଛନ୍ତି।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହାର ଫ୍ରିଡମ୍ ଅଫରରେ ଜିଓ ନୂତନ ଏୟାର ଫାଇବର ଗ୍ରାହକଙ୍କୁ ୧୦୦୦ ଟଙ୍କା ଇନଷ୍ଟାଲେସନ ଚାର୍ଜ ଛାଡ ମାଧ୍ୟମରେ ନୂତନ ସଂଯୋଗ ଉପରେ ୩୦% ରିହାତି ପ୍ରଦାନ କରୁଛି। ଏହି ସୀମିତ ଅବଧି ଉତ୍ସବ ଅଫର ୧୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବୈଧ ରହିଛି।

digital inclusion JIO AIRFIBER Odisha
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025
Latest News

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର-ଟିଟଲାଗଡ଼-ଥେରୁବାଲି ସେକ୍ସନ ନିରୀକ୍ଷଣ

July 25, 2025

ଜଗଦୀପ ଧନଖଡ଼ଙ୍କୁ ବିଦାୟକାଳୀନ ରାତ୍ରୀଭୋଜନ ଦେବେ ବିରୋଧୀ ଦଳ, ପଠାଗଲା ନିମନ୍ତ୍ରଣ

July 25, 2025

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 25, 2025

ନୂଆଦିଲ୍ଲୀରେ ନିର୍ବାଚନ ତାଲିମ: ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ନୟାଗଡ ଜିଲ୍ଲାର ଶକ୍ତି ପ୍ରସାଦ

July 25, 2025

ନାଲକୋର କର୍ପୋରେଟ୍ କାର୍ଯ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.