Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେଶନର ସାମ୍ବିଧାନିକ ତଥା ରାଜ୍ୟ ପରିଷଦ ବୈଠକ
ଆଜିର ଖବର

ରାଜ୍ୟ ପ୍ରାଥମିକ ଶିକ୍ଷକ ଫେଡେରେଶନର ସାମ୍ବିଧାନିକ ତଥା ରାଜ୍ୟ ପରିଷଦ ବୈଠକ

August 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଗତକାଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ, ୧ ହରିପୁର ରୋଡ୍, ୫ ଖାରବେଳ ନଗରର ରାଜ୍ୟ ପରିଷଦ ବୈଠକ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ, ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ଫେଡେରେଶନର ପଚିଶ ଗୋଟି ସାଂଗଠନିକ ଜିଲ୍ଲାର ପରିଷଦ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ।

ଆଜିର ପରିଷଦ ବୈଠକକୁ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।  ରାଜ୍ୟ ଫେଡରେଶନର ପୂର୍ବତନ ସଧାରଣ ସଂପାଦକ ଶେଖ୍ ଅବଦୁଲ୍ ଖାଲିକ୍ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟର ବରିଷ୍ଠ ଶିକ୍ଷକ ନେତ୍ରୀ ସୁଚିତ୍ରା ଦାଶ ଅତିଥି ପରିଚୟ ଓ ପୁରୀ ଜିଲ୍ଲା ସଂପାଦକ ରାମ ନାରାୟଣ ମିଶ୍ର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଶିକ୍ଷକମାନଙ୍କ ସମସ୍ୟା ଓ ସମ୍ବିଧାନର ବିଧି ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା କରାଯାଇ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ସଭାପତି ପଦରୁ ଗତ ତିରିଶି ଜୁନ୍ ରେ ସାଂଗଠନିକ ଅଚଳ ଅବସ୍ଥାକୁ ଦେଖି ରାଜ୍ୟ ସଙ୍ଗଠନକୁ ଭଙ୍ଗ କରିଥିବା ପଦକ୍ଷେପକୁ ପରିଷଦ ଅନୁମୋଦନ କରି ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ଚୟନ କରିଥିଲେ।

ଏହି ନିର୍ବାଚନ ତତ୍ତ୍ୱାବଧାରକ ଭାବରେ ସର୍ବଶ୍ରୀ ଭ୍ରମରବର ରାଉତ, ଗୋବିନ୍ଦ ଚନ୍ଦ୍ର ସୂଆର , ପଦ୍ମନାଭ ବେହେରା ଓ ପୂର୍ବତନ ମହାସଚିବ ଅମୀୟ କୁମାର୍ ଦାଶ ଦାୟିତ୍ୱ ନିର୍ବାହ କରିଥିଲେ। ରାଜ୍ୟ ଫେଡରେଶନର କର୍ମକର୍ତ୍ତା ଭାବରେ ଯଥାକ୍ରମେ ରମଣୀ ରଞ୍ଜନ ତ୍ରିପାଠୀ ସଭାପତି, ଉପସଭାପତି ଭାବରେ ଗୋବିନ୍ଦ ଚନ୍ଦ୍ର ରାଉତ, ସୁନୀଲ କୁମାର ବୋଡ, ରଞ୍ଜିତ କୁମାର ନାୟକ, ରାମ ନାରାୟଣ ମିଶ୍ର, ଲିଲିମା ପଟେଲ୍ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଜ୍ୟୋତିରଂଜନ ଦାଶ ମହାସଚିବ ଭାବେ ମନୋନୀତ ହୋଇଥିବା ବେଳେ ଆଞ୍ଚଳିକ ସଂପାଦକ ଭାବରେ ପ୍ରଦୀପ୍ତ କୁମାର୍ ମିଶ୍ର, ବିଧୁଭୂଷଣ ନାୟକ, ଭୃକୁଟି ଗୌଡ଼, ଅନୁସୂୟା ଦେବୀ ଓ ସଞ୍ଜୟ କୁମାର୍ ମିଶ୍ର ପ୍ରମୁଖ ମନୋନୀତ ହୋଇଛନ୍ତି। ସେହିପରି ରାଜ୍ଯ ଫେଡରେଶନର କୋଷାଧ୍ୟକ୍ଷ ଭାବରେ ସନାତନ ପଟ୍ଟନାୟକ ମନୋନୀତ ହେଲେ। ଅନ୍ୟତମ ନିର୍ବାଚନ ତତ୍ତ୍ୱାବଧାରକ ପଦ୍ମନାଭ ବେହେରା ସଭିଙ୍କୁ ଶପଥ ପାଠ କରାଇଥିଲେ।

ଶିକ୍ଷକ ମନ୍ତ୍ରୀ, ଯନ୍ତ୍ରୀ, ବୈଜ୍ଞାନିକ, ଡାକ୍ତର, ଶିକ୍ଷକ, ବୁଦ୍ଧାଜିବି, ସାହିତ୍ୟକ ତିଆରି କରେ।  ତେଣୁ ଶିକ୍ଷକର ଉନ୍ନତି ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟ। ଶିକ୍ଷକ ଦେଶ ଗଠନର ମୂଳ ଦୁଆ। ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଦୃଢ ହେଲେ ଶିକ୍ଷା ବ୍ୟବସ୍ଥାରେ ନିଶ୍ଚିତ ଉନ୍ନତି ହେବ ବୋଲି ମୁଖ୍ୟ ଅତିଥି କହିଥିଲେ।

ଶିକ୍ଷକ ବର୍ଗୀକରଣ ବନ୍ଦ କରି ସମସ୍ତ ଶିକ୍ଷକଙ୍କ ପାଇଁ ଗୋଟିଏ କ୍ୟାଡର କରାଯାଉ। ଶିକ୍ଷା ବ୍ୟବସ୍ଥାକୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ପରିବର୍ତ୍ତନ କରାଯାଉ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଓଡିଶା ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଉ ବୋଲି ଅତିଥି ଗୋବିନ୍ଦ ସୁଆର କହିଥିଲେ।

ଫେଡରେଶନର କର୍ମକର୍ତ୍ତା ଚୟନ ପରେ ଶପଥ ପାଠ କରାଯାଇଥିଲା। ଶିକ୍ଷକମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ନବ ନିର୍ବାଚିତ କର୍ମକର୍ତ୍ତାମାନେ କହିଛନ୍ତି। ପରିଶେଷରେ ନୟାଗଡ଼ ଜିଲ୍ଲା ସଂପାଦକ ଭକ୍ତ ରଞ୍ଜନ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026
Latest News

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026

ଧର୍ମ ପରିବର୍ତ୍ତନ କଲେ ହରାଇବେ SC/ST ମାନ୍ୟତା: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି

March 24, 2026

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.