Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ, ଯାହା ମିଳିଲାଣି ତାହା ଜାଣିଲେ ହେବ ମୁଣ୍ଡ ଖରାପ
ଆଜିର ଖବର

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ, ଯାହା ମିଳିଲାଣି ତାହା ଜାଣିଲେ ହେବ ମୁଣ୍ଡ ଖରାପ

August 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢାଉ, ଯାହା ମିଳିଲାଣି ତାହା ଜାଣିଲେ ହେବ ମୁଣ୍ଡ ଖରାପ

ଭୁବନେଶ୍ବର: ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ରଥଙ୍କ ଘରେ ଆଜି ଭିଜିଲାନସ ଚଢାଉ କରିଛି। ତେବେ ଏହି ଚଢାଉରେ ଯାହା ମିଳିଛି ତାହା ଯେ କେହି ଜାଣିଲେ ତାଙ୍କର ମୁଣ୍ଡ ଖରାପ ହୋଇଯିବ। କାରଣ ଜଣେ ମୁଖ୍ୟ ଇଂଜିନିୟରଙ୍କ ଘରୁ ପୁଳା ପୁଳା ବାହାରିବ ତାହା କେହି ବିଶ୍ବାସ କରିପାରୁ ନାହିଁ।

ଆଜି ସକାଳୁ ଶ୍ରୀଯୁକ୍ତ ରଥଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢାଉ ବେଳେ ତାଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ଏଥିରେ ୪୨ଟି ଫ୍ଲାଟ ସହ ୮୮ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ନେଇ ତଥ୍ୟ ପାଇଛି ଭିଜିଲାନ୍ସ। ଏହାସହ ୨ଟି କୋଠା, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ, ଗୋଟିଏ ଔଷଧ ଦୋକାନ, କ୍ରସର ୟୁନିଟ, ଚାରିଚକିଆ ଗାଡ଼ି, ଦୁଇଟି ଜେସିବି ଓ ଗୋଟିଏ ଏକ୍ସାଭେଟର ଜବତ କରିଛି ଭିଜିଲାନ୍ସ।

ଏତିକିରେ ସରିନାହିଁ ଏହି ତାଲିକା, ଏହା ଆହୁରି ଲମ୍ବିଛି। ଚଢ଼ାଉ ବେଳେ ବାବୁଙ୍କ ଘରୁ ପୁଳା ପୁଳା ସୁନା ମିଳିଛି। ସୁନା ହାର, ଚେନ, ଚୁଡ଼ି, ମୁଦି ପରି ବହୁ ଦାମୀ ଅଳଙ୍କାର ମିଳିଛି। ଏଥିରେ ୨୫ରୁ ଅଧିକ ସୁନା ମୁଦି, ପାଖାପାଖି ୩୦ଟି ସୁନା ହାର ଏହାସହ ଅନ୍ୟ ଅଳଙ୍କାର ଜବତ କରିଛି ଭିଜିଲାନ୍ସ। କେବଳ ତାଙ୍କ ଘରୁ ଅଧିକିଲୋରୁ ଅଧିକ ସୁନା ମିଳିଥିବା ଜଣାପଡ଼ିଛି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ କାର୍ଯ୍ୟାଳୟ ସମେତ କଟକ, ଭୁବନେଶ୍ବର, ଭଦ୍ରକ, ଯାଜପୁର ଓ ଖୋର୍ଦ୍ଧାର ୧୨ଟି ଠିକଣାରେ ଏକକାଳୀନ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍। ବାରବାଟୀ ଷ୍ଟାଡିୟମରେ ଥିବା ତାଙ୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ବାସଭବନ, ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଆଚାର୍ଯ୍ୟ ନଗରରେ ଥିବା ଦୁଇ ମହଲା କୋଠା, ଯାଜପୁର, କଟକ ଓ ଖୋର୍ଦ୍ଧାରେ ଥିବା ପ୍ଲଟରେ ଚାଲିଛି ଚଢ଼ାଉ।

ଭଦ୍ରକରେ ଥିବା ଦୁଇଟି ପୈତୃକ ଘର, ଯାଜପୁର ଓ ଖୋର୍ଦ୍ଧାରେ ଘନିଷ୍ଠ ସହଯୋଗୀଙ୍କ ଘର ଓ ଭୁବନେଶ୍ୱର ନୟାପଲ୍ଲୀରେ ପ୍ରଦୀପ କୁମାର ରଥଙ୍କ ପୁଅଙ୍କ ଔଷଧ ଦୋକାନରେ ବି ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଟଢାଉ ଆଜି ଶେଷ ହୋଇପାରିବ ନାହିଁ ବୋଲି ଜଣାପଡିଛି। ତେବେ ଆସନ୍ତାକାଲି ପୁଣି ସଂପତ୍ତି ଆକଳନ କରାଯିବ ବୋଲି ଅନୁମାନ କରାଯାଉଛି।

( ଏଥିରେ ଥିବା ଫଟୋଟି ଶ୍ରୀଯୁକ୍ତ ରଥଙ୍କ ଘରୁ ଜବତ ହୋଇଥିବା ସୁନା ଅଳଙ୍କାର, ଯାହା ଭିଜିଲାନ୍ସ ତରଫରୁ ଉତ୍ତୋଳନ କରାଯାଇଛି। )

ଓବିସିସି ଟିମ୍ ପ୍ରଦୀପ କୁମାର ରଥ ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026
Latest News

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026

କଣ ଯୁଦ୍ଧକୁ ନେଇ ଅନ୍ଧାରରେ ଅଛନ୍ତି ଟ୍ରମ୍ପ !

April 29, 2026

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.