ଭୁବନେଶ୍ବର: ଅଗଷ୍ଟ ୯ ତାରିଖରେ ନାଭାଲ ଷ୍ଟାଫ ମୁଖ୍ୟ (ସିଏନଏସ) ଆଡମିରାଲ୍ ଦିନେଶ କେ. ତ୍ରିପାଠୀ ଅଗ୍ନିବୀର ମାନଙ୍କର ଚତୁର୍ଥ ବ୍ୟାଚ୍ର ଚୂଡ଼ାନ୍ତ ପ୍ୟାରେଡ୍ (ପିଓପି)ର ସମୀକ୍ଷା କରିବେ। ଆଇଏନଏସ ଚିଲିକାରେ ଏହି ସମାରୋହରେ ୨୧୬ ଜଣ ମହିଳା ଅଗ୍ନିବୀରଙ୍କ ସମେତ ୧୩୯୦ ଜଣ ଅଗ୍ନିବୀର ଅଂଶଗ୍ରହଣ କରିବେ।
ଏହି ଅବସରରେ ନୌସେନା ଅଗ୍ନିବୀରଙ୍କ ସହ ୩୩୦ ତଟରକ୍ଷୀ ନାବିକ ମଧ୍ୟ ଉତ୍ତୀର୍ଣ୍ଣ ହେବେ । ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ- ଇନ୍ -ଚିଫ୍ ଭାଇସ୍ ଆଡମିରାଲ ଭି. ଶ୍ରୀନିବାସ ପ୍ୟାରେଡ୍ ର ପରିଚାଳନା ଅଧିକାରୀ ହେବେ।
ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଅଗ୍ନିବୀରଙ୍କ ପରିବାର, ବିଶିଷ୍ଟ ବ୍ୟକ୍ତି ଏବଂ କ୍ରୀଡ଼ାବିତମାନେ ଉପସ୍ଥିତ ରହିବେ।
ପିଓପି କେବଳ ଅଗ୍ନିବୀର ମାନଙ୍କର ୧୬ ସପ୍ତାହର ପ୍ରାରମ୍ଭିକ ନୌସେନା ପ୍ରଶିକ୍ଷଣର ସଫଳ ସମାପ୍ତିକୁ ସୂଚିତ କରେ ନାହିଁ , ବରଂ ଯୁଦ୍ଧ ପ୍ରସ୍ତୁତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତୀୟ ନୌସେନାରେ ସେମାନଙ୍କର ନୂତନ ଯାତ୍ରାକୁ ମଧ୍ୟ ସୂଚିତ କରେ। ଚିଲିକାରେ ପ୍ରଶିକ୍ଷଣରେ କର୍ତ୍ତବ୍ୟ, ସମ୍ମାନ ଓ ସାହସର ମୂଳ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା, ସେବାର ବିଭିନ୍ନ ଦିଗ ଉପରେ ତାଲିମ ଏବଂ ବାହ୍ୟ ପ୍ରଶିକ୍ଷଣ ଅନ୍ତର୍ଭୁକ୍ତ ଥିଲା । ପିଓପି ସମୟରେ ଯୋଗ୍ୟ ଅଗ୍ନିବୀରମାନଙ୍କୁ ବିଭିନ୍ନ ବର୍ଗରେ ସିଏନଏସ ପୁରସ୍କାର ପ୍ରଦାନ କରିବେ।
କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ସିଏନଏସ ନୂତନ ଭିତ୍ତିଭୂମି କୋଠା / ସୁବିଧା ଗୁଡିକର ଉଦଘାଟନ କରିବେ ଏବଂ ଅଗ୍ନିବୀର ମାନଙ୍କର ସମାପନୀ କାର୍ଯ୍ୟରେ ଯୋଗ ଦେବେ ଏବଂ ବିଭିନ୍ନ ବିଭାଗକୁ ପୁରସ୍କାର ପ୍ରଦାନ କରିବେ।
ଉତ୍ତୀର୍ଣ୍ଣ ପ୍ୟାରେଡ୍ (ପିଓପି) ୯ ଅଗଷ୍ଟ ୨୦୨୪ ରେ ସନ୍ଧ୍ୟା ୫ : ୧୦ରୁ ଭାରତୀୟ ନୌସେନାର ୟୁଟ୍ୟୁବ୍ ଚ୍ୟାନେଲ, ଫେସବୁକ୍ ପୃଷ୍ଠା ଏବଂ ଆଞ୍ଚଳିକ ଦୂରଦର୍ଶନ ନେଟୱାର୍କରେ ସିଧା ପ୍ରସାରିତ ହେବ।