Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ବିକଶିତ ହେବ ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ
ଆଜିର ଖବର

ପୁରୀରେ ବିକଶିତ ହେବ ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ

August 7, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉନ୍ନତ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ବିକାଶ ଲକ୍ଷ୍ୟରେ ଆଇସିଏମଆର ଏକ ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରାଥମିକତା ପ୍ରକଳ୍ପ ଆରମ୍ଭ କରିଛି। ଏହି ପ୍ରକଳ୍ପ ମାଧ୍ୟମରେ ଆମ ରାଜ୍ୟର ପୁରୀ ଜିଲ୍ଲା ସମେତ ଲୁଧିଆନା (ପଞ୍ଜାବ), ଭିଦିଶା (ମଧ୍ୟପ୍ରଦେଶ), ଭଦୋଦରା (ଗୁଜୁରାଟ) ଏବଂ ପଣ୍ଡିଚେରୀରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ପାଇଁ ଏକ ଉଚ୍ଚ-ଗୁଣାତ୍ମକ ରୋଗୀକୈନ୍ଦ୍ରିକ ଏକିକୃତ ମଡେଲ ପ୍ରତିଷ୍ଠା କରାଯିବ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

ସ୍ଵାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ଦକ୍ଷତା ବୃଦ୍ଧି, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଯୁକ୍ତ ଉପକରଣ ଏବଂ ମ୍ୟାପିଂ ସୁବିଧା ଦ୍ୱାରା ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ଦୃଢ଼ୀକରଣ କରାଯିବାର ଲକ୍ଷ୍ୟ ରହିଛି। ଏଥିସହିତ ଆମ୍ବୁଲାନ୍ସ ସେବାରେ ଉନ୍ନତି, ଗୋଷ୍ଠୀର ଚାହିଦାକୁ ଦୃଷ୍ଟିରେ ରଖି ସେବା ପ୍ରଦାନ ଏବଂ ପ୍ରାଥମିକ ସ୍ତରର ସେବାପ୍ରଦାନକାରୀଙ୍କୁ ତାଲିମ ପ୍ରଦାନ ଆଦି ବ୍ୟବସ୍ଥା ରହିଛି। ହୃଦଘାତ, ମସ୍ତିଷ୍କାଘାତ, ସାପ କାମୁଡ଼ା, ବିଷପାନ, ଶ୍ୱାସକ୍ରୀୟାଜନିତ ଜରୁରୀକାଳୀନ ପରିସ୍ଥିତି ଏବଂ ନବଜାତକ ଓ ପ୍ରସବକାଳୀନ ଭଳି ସାତଟି ଗୁରୁତ୍ଵପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତିକୁ ସମାଧାନ କରିବାରେ ଏହି ପ୍ରକଳ୍ପ ବେଶ ସହଯୋଗୀ ହେବା ନେଇ ଡ. ବିଶ୍ୱାସ ସୂଚନା ପ୍ରଦାନ କରିଛନ୍ତି।

ଆଇସିଏମଆର ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଏମ୍ସ ଭୁବନେଶ୍ୱର ରାଜ୍ୟରେ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରୁଛି। ଏନେଇ ଏମ୍ସ ଭୁବନେଶ୍ୱରରେ ଏକ ଜାତୀୟସ୍ତରୀୟ ପରାମର୍ଶ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସହଯୋଗୀତାମୂଳକ କାର୍ଯ୍ୟପନ୍ଥା ମାଧ୍ଯମରେ ଭାରତରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାକୁ ଦୃଢ଼ କରିବା ରଣନୀତି ଶୀର୍ଷକ ପ୍ରସଙ୍ଗରେ ଆୟୋଜିତ ଉକ୍ତ ବୈଠକରେ ପ୍ରମୁଖ ଅଂଶୀଦାରମାନେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ମଡେଲର ବିକାଶ ତଥା କାର୍ଯ୍ୟକାରୀ କରିବା ପାଇଁ ଏମ୍ସ ଭୁବନେଶ୍ୱରର ଅତିରିକ୍ତ ପ୍ରଫେସର ଡ. ଅରବିନ୍ଦ କୁମାର ସିଂଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି।

ଏହି ବୈଠକରେ ଡ. ମୀନାକ୍ଷୀ ଶର୍ମା (ଆଇସିଏମଆର, ନୂଆଦିଲ୍ଲୀ), ଡ. ବିଶ୍ୱଜିତ କୁମାର (ସିଇଏଲ୍, ଲକ୍ଷ୍ନୌ), ଡ. ଜୟରାଜ ଡି ପାଣ୍ଡିଆନ, (ସିଏମସି ଲୁଧିଆନା), ଡ. ସିତାଂଶୁ ଶେଖର କର (ଜିପିଏମଆର, ପୁଡୁଚେରୀ), ଡ. ପ୍ରଶାନ୍ତ ଆର ମହାପାତ୍ର, ଡ. ସୋନୁ ହାଙ୍ଗମା ସୁବା, ଡ. ଭାଗୀରଥୀ ଦ୍ୱିବେଦୀ, ଡ. ବିନୋଦ କୁମାର ପାତ୍ର, ଡ. ଅରବିନ୍ଦ କୁମାର ସିଂ, ଏମ୍ସ ଭୁବନେଶ୍ୱର, ଡ. ମନୁ ଆୟାନ (ଜିପିଏମଆର, ପୁଡୁଚେରୀ), ଡ. ହେମନ୍ତ କୁମାର ପାଟାଡିଆ (ପାରୁଲ ବିଶ୍ୱବିଦ୍ୟାଳୟ) ତଥା ପାଞ୍ଚ ପ୍ରକଳ୍ପ ସ୍ଥାନର ପ୍ରମୁଖ ନିରୀକ୍ଷକ ଉପସ୍ଥିତ ଥିଲେ।

ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର, ଡିଏମଇଟି ଡ. ସନ୍ତୋଷ କୁମାର ମିଶ୍ର, ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ୍ ପୁରୀ ଅଧୀକ୍ଷକ ଡ. କୌଶିକ ମିଶ୍ର, ପୁରୀ ସିଡିଏମଓ ଡ. ରୁପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ରାଜ୍ୟର ରାଜ୍ୟସ୍ତରୀୟ ଅଧିକାରୀମାନେ ଆଭାସୀ ମାଧ୍ଯମରେ ଯୋଗ ଦେଇଥିଲେ।

ଡ. ଆଶୁତୋଷ ବିଶ୍ୱାସ ଏହି ପ୍ରକଳ୍ପର ଟ୍ରେନିଂ ମାନୁଆଲର ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିଥିଲେ। ଜିଓ ଟ୍ୟାଗିଂ ସିଷ୍ଟମ, ଆଇଟି, ଏଚଆର, ଏବଂ ଏଚଏମଏସର ଏକୀକରଣ ଉପରେ ଗୁରୁତ୍ବ ଦେବା ସହିତ ପରିବହନ ବ୍ୟବସ୍ଥାରେ ଉନ୍ନତି, ଲାଇଫ୍ ସପୋର୍ଟ ସୁବିଧାଯୁକ୍ତ ଆମ୍ବୁଲାନ୍ସ, ତ୍ୱରିତ ଚିକିତ୍ସା ଏବଂ ଗୋଷ୍ଠୀରେ ମୌଳିକ ଜୀବନ ରକ୍ଷା ତାଲିମ ବାବଦରେ ମତ ରଖିଥିଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।

ରାଜ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଉନ୍ନତି ସଂପର୍କରେ ମତବ୍ୟକ୍ତ କରିଥିଲେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର। ପୁରୀରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ବିଶେଷ ଯତ୍ନ ନିଆଯିବ ବୋଲି ଡ. ମହାପାତ୍ର ପ୍ରକାଶ କରିଥିଲେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର ମିଶ୍ର ଏହାକୁ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରିବା ଉପରେ ଆଲୋକପାତ କରିଥିଲେ।

ସହଯୋଗିତା, ଉନ୍ନତ ଜ୍ଞାନକୌଶଳ ଏବଂ ବିସ୍ତୃତ ତାଲିମ ମାଧ୍ୟମରେ ଭାରତରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ ଆଣିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦିଗରେ କାର୍ଯ୍ୟ କରିବ।

BJP Ads
ଆଇସିଏମଆର ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025
BJP Ads
Latest News

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.