Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇରାନ: ଗୋଟିଏ ଦିନରେ ୨୯ ଜଣଙ୍କୁ ମୃତ୍ୟୁଦଣ୍ଡ
ଆଜିର ଖବର

ଇରାନ: ଗୋଟିଏ ଦିନରେ ୨୯ ଜଣଙ୍କୁ ମୃତ୍ୟୁଦଣ୍ଡ

August 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ
ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ଇରାନ ଅନେକ ଚର୍ଚ୍ଚାରେ ଅଛି। ନିକଟରେ ତେହେରାନରେ ହମାସ ମୁଖ୍ୟ ଇସମାଇଲ ହନିୟାଙ୍କ ହତ୍ୟା ଯୋଗୁଁ ଇରାନ ଖବରରେ ଅଛି। ଏବେ ଇରାନରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସୁଛି। ବାସ୍ତବରେ ଇରାନ ଗୋଟିଏ ଦିନରେ ୨୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ବୁଧବାର ଦିନ ତେହେରାନର ଜେଲରେ ୨୬ ଜଣଙ୍କୁ ଏବଂ କରଜ ସହରର କାରାଗାରରେ ଫାଶୀ ଦିଆଯାଇଛି।

ଗଣମାଧ୍ୟମ ପୋର୍ଟ ଅନୁଯାୟୀ, ମୃତ୍ୟୁଦଣ୍ଡ ଦିଆଯାଇଥିବା ୨୯ ଜଣଙ୍କ ମଧ୍ୟରେ ୨ ଜଣ ମଧ୍ୟ ଆଫଗାନିସ୍ତାନର ନାଗରିକ। ସେମାନଙ୍କ ଉପରେ ହତ୍ୟା, ନିଶା କାରବାର ଏବଂ ଦୁଷ୍କର୍ମ ଅଭିଯୋଗ ଥିଲା। ତେବେ କେତେକ ଲୋକ ଏହା ମଧ୍ୟ କହିଛନ୍ତି ଯେ, ୨୦୨୨ ବିକ୍ଷୋଭରେ ଜଡିତ ଲୋକଙ୍କୁ ଇରାନ ମୃତ୍ୟୁଦଣ୍ଡ ଦେଉଛି, ଯାହା ଦ୍ଵାରା ଏହା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିପାରିବ।

ବାସ୍ତବରେ ସେପ୍ଟେମ୍ବର ୧୩ ତାରିଖ ୨୦୨୨ରେ କୁର୍ଦ୍ଦ ସମ୍ପ୍ରଦାୟର ମହସା ଆମିନି (୨୨) ତେହେରାନରେ ଗିରଫ ହୋଇଥିଲେ। ସେ ହିଜାବ ପିନ୍ଧି ନଥିଲେ, ତେଣୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ପରେ ଇରାନରେ ବହୁତ ଗଣ୍ଡଗୋଳ ହୋଇଥିଲା। ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଇରାନରେ ୮୫୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା, ତା’ପରେ ସାଉଦି ଆରବରେ ୧୭୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହା ମଧ୍ୟ କୁହାଯାଇଛି ଯେ, ଚାଇନାରେ ସର୍ବାଧିକ ମୃତ୍ୟୁଦଣ୍ଡ ଦିଆଯାଉଛି, କିନ୍ତୁ ଠୋସ୍ ଆକଳନ ଉପଲବ୍ଧ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026
Latest News

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.