ହକିରେ ଭାରତକୁ ବ୍ରୋଞ୍ଜ: ସ୍ପେନକୁ ହରାଇ ୨-୧ ରେ ଜିତିଲା ଟିମ ଇଣ୍ଡିଆ

Published: Aug 8, 2024, 7:27 pm IST

ନୂଆଦିଲ୍ଲୀ: ୨୦୨୪ ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ବଡ ସଫଳତା ମିଳିଛି। ହକିରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ବ୍ରୋଞ୍ଜ ପଦକ ମ୍ୟାଚରେ ସ୍ପେନକୁ ଭାରତ ୨-୧ ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଟିମ୍ ଇଣ୍ଡିଆର ବରିଷ୍ଠ ଗୋଲକିପର ପି ଶ୍ରୀଜେଶଙ୍କ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ଏହା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଥିଲା। ପ୍ୟାରିସ୍ ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ଚତୁର୍ଥ ପଦକ ପାଇଛି। ଏହା ପୂର୍ବରୁ ଶୁଟିଂରେ ଭାରତ ୩ ଟି ପଦକ ଜିତିଛି।

Related posts