Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓଭାରତ ଫୋନ୍ ରେ ମାସିକ ରିଚାର୍ଜ ମୂଲ୍ୟ ମାତ୍ର ୧୨୩: ଯୋଡି ହେଲେ ଏକ କୋଟି ଭାରତୀୟ
ଆଜିର ଖବର

ଜିଓଭାରତ ଫୋନ୍ ରେ ମାସିକ ରିଚାର୍ଜ ମୂଲ୍ୟ ମାତ୍ର ୧୨୩: ଯୋଡି ହେଲେ ଏକ କୋଟି ଭାରତୀୟ

August 8, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଜିଓର ସୁଲଭ ୪ଜି ଫିଚର୍ ଫୋନ୍ ଜିଓଭାରତ ୪ଜି ମୋବାଇଲ୍ ଦେଶର ୨ଜି ଏବଂ ୩ଜି ଗ୍ରାହକଙ୍କ ପାଇଁ ଏକ ବରଦାନ ସଦୃଶ ହୋଇଛି। ଦେଶରେ ୨ଜି ଏବଂ ୩ଜି ବ୍ୟବହାର କରୁଥିବା ଏକ କୋଟିରୁ ଅଧିକ ଗ୍ରାହକ ଜିଓଭାରତ ମାଧ୍ୟମରେ ୪ଜି ନେଟୱାର୍କ ସହିତ ସଂଯୁକ୍ତ ହୋଇଛନ୍ତି। ୧୦୦୦ ଟଙ୍କାରୁ କମ୍ ମୂଲ୍ୟର ମୋବାଇଲ ଫୋନ୍ ବର୍ଗରେ ଜିଓଭାରତ ୪ଜି ଫୋନ ୫୦ ପ୍ରତିଶତ ବଜାର ଅଂଶ ହାସଲ କରିଛି। ରିଲାଏନ୍ସର ନିକଟରେ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।

ସୁଲଭ ଜିଓଭାରତ ମୋବାଇଲ୍ ଯୋଗୁଁ, ୨ଜି ଏବଂ ୩ଜି ରୁ ୪ଜି କୁ ବଦଳୁଥିବା ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଦେଶରେ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବାରେ ସହାୟକ ହେଉଛି। ଉଲ୍ଳେଖଯୋଗ୍ୟ ଯେ ଯେ ଦେଶରେ ପ୍ରାୟ ୨୫ କୋଟି ଗ୍ରାହକ ଏବେବି ଫିଚର ଫୋନ୍ ବ୍ୟବହାର କରୁଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଅଂଶୀଦାର (ସେୟାରହୋଲ୍ଡର) ମାନଙ୍କୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଦେଶର ଡିଜିଟାଲ ବୈଷମ୍ୟକୁ ଦୂର କରିବା ପାଇଁ ଜିଓଭାରତ ଫୋନର ଶୁଭାରମ୍ଭ ହେଉଛି ଆଉ ଏକ ବୈପ୍ଳବିକ ପଦକ୍ଷେପ। ୨ଜି ମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହା ଏକ ପ୍ରମୁଖ ପଦକ୍ଷେପ ହୋଇଛି।”

ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସେବାରେ ସଶକ୍ତ କରିବା ଲକ୍ଷ୍ୟରେ ଉନ୍ମୋଚିତ ହୋଇଥିବା ଜିଓଭାରତ ଦେଶର ୨୫ କୋଟି ଫିଚର ଫୋନ ବ୍ୟବହାରକାରୀଙ୍କ ପାଇଁ ଡିଜିଟାଲ ସ୍ୱାଧୀନତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି। ବର୍ଷକ ପୂର୍ବେ ଜିଓଭାରତ ୪ଜି ଉନ୍ମୋଚିତ ହେବା ପରଠାରୁ ୟୁପିଆଇ, ଜିଓସିନେମା ଏବଂ ଜିଓଟିଭି ଭଳି ସୁବିଧା ଏବଂ ଡିଜିଟାଲ ସାମର୍ଥ୍ୟ ପ୍ରଦାନ କରି ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି। ଫଳରେ ସମାଜର ବିଭିନ୍ନ ବର୍ଗ ଅଧିକ ସଫଳତା ହାସଲ କରିପାରିଛନ୍ତି। ଏହି ଅତ୍ୟାଧୁନିକ ସୁଲଭ ଡିଭାଇସ୍ କେବଳ ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ୍ କ୍ଷମତା ପ୍ରଦାନ କରିନାହିଁ, ବରଂ ଉଚ୍ଚ ଗୁଣବତା ଏବଂ ସୁଲଭ ଡାଟା ମଧ୍ୟ ପ୍ରଦାନ କରୁଛି ଯାହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରିଛି।

ନିକଟରେ ଶିଳ୍ପବ୍ୟାପୀ ଶୁଳ୍କ ବୃଦ୍ଧି ସତ୍ତ୍ୱେ ଜିଓଭାରତ ୪ଜି ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଜିଓ ପୂର୍ବଭଳି ଦର (ଟାରିଫ) ବଜାୟ ରଖିଛି। ଏହାଦ୍ୱାରା ଉପଭୋକ୍ତାମାନେ ମାସକୁ ମାତ୍ର ୧୨୩ ଟଙ୍କାରେ ସମ୍ପୂର୍ଣ୍ଣ ଡିଜିଟାଲ ସୁବିଧା ଉପଭୋଗ କରିପାରୁଛନ୍ତି। ଅପରପକ୍ଷରେ, ଅନ୍ୟ ସବୁ ଅପରେଟରମାନଙ୍କର ସବୁଠାରୁ ସୁଲଭ ପ୍ଲାନ୍ ମାସିକ ୧୯୯ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଭଏସ୍ ଓ ଏସ୍‌ଏମ୍‌ଏସ୍ ସେବା ସୀମିତ ଭାବେ ଉପଲବ୍ଧ ହେଉଛି। କାରଣ ସେମାନଙ୍କ ଫିଚର ଫୋନ୍ ଡାଟା କିମ୍ବା ଏଲଟିଇ ବ୍ୟବହାରକୁ ସମର୍ଥନ କରୁନାହିଁ।

୨୦୧୬ରେ ଯେତେବେଳେ ଜିଓର ଶୁଭାରମ୍ଭ ହୋଇଥିଲା। ସେତେବେଳେ ଇଂଟରନେଟ୍‌କୁ ସମସ୍ତଙ୍କ ପାଖରେ ପହଂଚାଇବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପ୍ରଯୁକ୍ତିର ଲାଭ ପହଂଚାଇବାର କୌଣସି ସୁଯୋଗ ଏହା ହାତଛଡ଼ା କରିନଥିଲା। ସୁଲଭ ହାଇସ୍ପିଡ୍ ଡାଟା ଏବଂ ଏକ ସର୍ବାଧୁନିକ ତଥା ସର୍ବବ୍ୟାପୀ ନେଟୱାର୍କ ସହିତ ପ୍ରଯୁକ୍ତି ଆଉ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ବର୍ଗରେ ସୀମିତ ନାହିଁ। ପରବର୍ତ୍ତୀ ସମୟରେ ଜିଓଫୋନ୍ ଭଳି ସୁଲଭ ଡିଭାଇସ୍‌ର ଶୁଭାରମ୍ଭ ଏବଂ ସୁଲଭ ଓୟାରଲାଇନ୍ ବ୍ରଡବ୍ୟାଣ୍ଡ୍ (ଜିଓଫାଇବର)ର ଉପଲବ୍ଧତା ପ୍ରକୃତରେ ହାଇସ୍ପିଡ ଡାଟା ସଂଯୋଗକୁ ସମସ୍ତଙ୍କ ପାଖରେ ପହଞ୍ଚାଇପାରିଛି।

୨୦୧୬ରେ ଜିଓ ୪ଜିର ଶୁଭାରମ୍ଭ ସହିତ ଆମେ ଭାରତରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ବାସ୍ତବ ରୂପ ଦେବା ପାଇଁ ଯାତ୍ରା ଆରମ୍ଭ କରିଛୁ। ଜିଓ ଏକ ଡାଟା ଅଭାବୀ ଭାରତକୁୁ ଡାଟା ସମୃଦ୍ଧ ରାଷ୍ଟ୍ରରେ ପରିଣତ କରି ପ୍ରତ୍ୟେକ ଭାରତୀୟଙ୍କୁ ସୁଲଭ ହାଇସ୍ପିଡ୍ ୪ଜି ଡାଟା ପ୍ରଦାନ କରୁଛି । ଚଳିତ ବର୍ଷ ଜିଓ ବିଶ୍ଵର ରେକର୍ଡ ସମୟ ମଧ୍ୟରେ ସମଗ୍ର ଭାରତରେ ଏହାର ଟ୍ରୁ-୫ଜି ନେଟୱାର୍କ ଆରମ୍ଭ କରି ଦେଶର ଡିଜିଟାଲ ଭିତିଭୂମିକୁ ଆହୁରି ଉନ୍ନତ କରିଛି ବୋଲି ମୁକେଶ ଅମ୍ବାନୀ ଅଂଶୀଦାରମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଗତବର୍ଷ ଶୁଭାରମ୍ଭ ହୋଇଥିବା ଜିଓଭାରତ ୪ଜି ଫୋନ୍ ସେହି ଦିଗରେ ଆଉ ଏକ ପଦକ୍ଷେପ। ଏହା ଅଭିନବତା ଓ ନବସୃଜନକୁ କେନ୍ଦ୍ରରେ ରଖି ଅର୍ଥପୂର୍ଣ୍ଣ ବାସ୍ତବ ଜୀବନ ବ୍ୟବହାର ସମୂହ ସହିତ ଉପଭୋକ୍ତାଙ୍କୁ ବିଭିନ୍ନ କ୍ଷେତ୍ର ପାଇଁ ବାସ୍ତବ ମୂଲ୍ୟଯୁକ୍ତ ସେବା ପ୍ରଦାନ ଉପରେ ଜିଓର ଧ୍ୟାନ କେନ୍ଦ୍ରିତ କରୁଛି।

Reliance Industries
Share. Facebook Twitter LinkedIn Email WhatsApp Copy Link

Related Posts

ଏଫ.ଏମ. କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

September 10, 2025

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 10, 2025

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025
Latest News

ଏଫ.ଏମ. କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

September 10, 2025

ହିମାଚଳ ପ୍ରଦେଶର ବନ୍ୟାପୀଡ଼ିତ ଅଞ୍ଚଳର ଆକାଶମାର୍ଗରୁ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

September 10, 2025

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

September 10, 2025

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.