Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୧୬ ରେ ଶିକ୍ଷକ ଦାବିଦିବସ, ସମବେତ ହେବେ ବିଭିନ୍ନ ଶିକ୍ଷକ ସଂଗଠନ
ଆଜିର ଖବର

ଅଗଷ୍ଟ ୧୬ ରେ ଶିକ୍ଷକ ଦାବିଦିବସ, ସମବେତ ହେବେ ବିଭିନ୍ନ ଶିକ୍ଷକ ସଂଗଠନ

August 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବିଦିବସ। ଏହି ଦିବସରେ ସମବେତ ହେବାକୁ ଯାଉଛନ୍ତି ଅନେକ ଶିକ୍ଷକ ସଂଗଠନ। ରାଜ୍ୟର ଶିକ୍ଷାବ୍ୟବସ୍ଥା ତଥା ଛାତ୍ରଶିକ୍ଷକମାନଙ୍କର ସମସ୍ୟାକୁ ନେଇ ପ୍ରମୁଖ କିଛି ଦାବି ଉଠାଇବେ ଶିକ୍ଷକ ସଂଗଠନ। ସେଥିମଧ୍ୟରୁ ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟରେ ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନ୍‌ସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନସନ୍ ବ୍ୟବସ୍ଥା (ଘ.ଚ.ଝ) କୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ (ଙ.ଚ.ଝ) ଲାଗୁ କରିବା, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା ଏବଂ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବା ଆଦି ପ୍ରମୁଖ ଦାବୀ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି, ଅଗଷ୍ଟ ୧୬ ରାଜ୍ୟର ଶିକ୍ଷକମାନଙ୍କ ପାଇଁ ଏକ ସମ୍ବେଦନଶୀଳ ଦିବସ। ୧୯୬୯ ମସିହାରୁ ଶିକ୍ଷକ ମାନଙ୍କର ମଉଡ଼ମଣି ତଥା ରାଜ୍ୟ, ଦେଶ ଓ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷକ ନେତା ସ୍ୱର୍ଗତଃ ଅବନୀ କୁମାର ବରାଳ, କୈଳାଶ ଚନ୍ଦ୍ର ମହାପାତ୍ର ଏବଂ ବନମାଳୀ ବ୍ରହ୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶାରେ ସବୁ ଶିକ୍ଷକ ସଂଗଠନମାନଙ୍କୁ ନେଇ ପ୍ରଥମକରି ଏକତ୍ରିତ ଭାବରେ ଦାବୀ ଉପସ୍ଥାପନ କରାଯାଇଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକମାନେ ଅଗଷ୍ଟ ୧୬କୁ ସେମାନଙ୍କର ଦାବିଦିବସ ରୂପେ ପାଳନ କରି ଆସୁଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିକଟରେ ରାଜ୍ୟର ପ୍ରମୁଖ ଶିକ୍ଷକ ସଂଗଠନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା), ସଂସ୍କୃତ ଟୋଲ୍ ଶିକ୍ଷକ ସଂଘ, ମଦ୍ରାଶା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ମିଳିତ ଭାବରେ କେତେକ ନ୍ୟାର୍ଯ୍ୟ ଦାବୀ ଉପସ୍ଥାପନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ସେଥିମଧ୍ୟରୁ କେନ୍ଦ୍ର ଓ ରାଜ୍ୟ ସରକାର ୨୦୦୪ ମସିହାଠାରୁ ପ୍ରଚଳିତ ପୁରୁଣା ପେନସନ୍ ବ୍ୟବସ୍ଥାକୁ ବାତିଲ କରି ୨୦୦୫ ମସିହା ପରଠାରୁ ନୂତନ ପେନସନ୍ (ଘ.ଚ.ଝ) ଲାଗୁ କରିଛନ୍ତି। ତାହା କେନ୍ଦ୍ର ଓ ରାଜ୍ୟ ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଥିସହିତ ରାଜ୍ୟ ସରକାର ପୁରୁଣା ପେନ୍‌ସନ ବ୍ୟବସ୍ଥା ବାତିଲ ପୂର୍ବରୁ ଚାକିରିରେ ଯୋଗଦେଇ ବ୍ୟବସ୍ଥା ଅନୁସାରେ ଯୋଗ୍ୟ ବିବେଚିତ ହୋଇ ଅନୁଦାନ ପାଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନୂତନ ଅନୁଦାନ ପରିସରଭୁକ୍ତ କରିବା ପରେ ଉଚ୍ଚଅଦାଲତଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଏହିବର୍ଗର ଶିକ୍ଷକ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ କିମ୍ବା ଅବସର ଜନିତ ସୁବିଧା ପ୍ରଦାନ କରୁ ନଥିବାରୁ ସେମାନେ ହା ହତାଶ ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି।

ଦୀର୍ଘ ୩୦ରୁ ୩୫ ବର୍ଷର ଶିକ୍ଷାଦାନ କରି ଅବସର ନେଇଥିବା ଶିକ୍ଷକଟିଏ ମୂଲଲାଗି ଗୁଜୁରାଣ ମେଣ୍ଟାଇବାପାଇଁ ବାଧ୍ୟ ହେଉଛି। ଦ୍ୱିତୀୟରେ ରାଜ୍ୟରେ ଥିବା ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଧିରେ ଧିରେ ଶିକ୍ଷକ ଶୂନ୍ୟ ହେବାରେ ଲାଗିଛି। ଏପରିକି ଅନେକ ଶିକ୍ଷାନୁଷ୍ଠାନ ଶିକ୍ଷକମାନଙ୍କର ଅବସର ଜନିତ କାରଣରୁ ବନ୍ଦ ହୋଇ ଗଲାଣି। ରାଜ୍ୟର ଅର୍ଦ୍ଧାଧିକ ଶିକ୍ଷାଭାର ବହନ କରୁଥିବା ଏହି ଶିକ୍ଷାନୁଷ୍ଠାନ ଅର୍ଥାତ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ସରକାର ତୁରନ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ପରିଣତ କରି ଶିକ୍ଷକ ନିଯୁକ୍ତିର ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ସମ୍ଭବ ହେବ ବୋଲି ଶିକ୍ଷକ ସଂଗଠନମାନେ ଦାବୀ କରିଛନ୍ତି।

ରାଜ୍ୟର ଅନ୍ୟସମସ୍ତ କର୍ମଚାରୀମାନଙ୍କ ପାଇଁ ଗୋଟେ ପ୍ରକାର ନିୟମ ପ୍ରଣୟନ କରିଥିଲାବେଳେ ଏହି ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଣଶିକ୍ଷକମାନଙ୍କ ପାଇଁ ଭିନ୍ନ ବ୍ୟବସ୍ଥା ପ୍ରଣୟନ କରି ସରକାର ଯେଉଁ ବୈମାତୃକ ମନୋଭାବର ଉଦାହରଣ ସୃଷ୍ଟି କରିଛନ୍ତି ତାହା କେବଳ ଅସନ୍ତୋଷ ସୃଷ୍ଟି କରୁନାହିଁ ବରଂ ସମଗ୍ର ବ୍ୟବସ୍ଥାକୁ ଅବକ୍ଷୟ ଆଡ଼କୁ ଟାଣି ନେଉଛି। ଏଥିସହିତ ଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ସହିତ ରାଜ୍ୟର ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନଭୋଜନ, ସାଇକେଲ୍‌, ପୋଷାକ ଆଦି ଯୋଗାଇ ଦେବା ପାଇଁ ମିଳିତ ସମନ୍ୱୟ ସମିତି ଦାବୀ କରିଛି।

ଦୀର୍ଘ ୨୪ ବର୍ଷର ଅବଧିପରେ ନୂତନ ଭାବେ ଆସିଥିବା ସରକାରଙ୍କ ଉପରେ ସମସ୍ତ ବର୍ଗର କର୍ମଚାରୀଙ୍କ ମନରେ ଆଶାର ସଂଚାର ସୃଷ୍ଟି ହୋଇଛି ତେଣୁ ସରକାର ତୁରନ୍ତ ଏହି ସମସ୍ତ ବିଷୟବସ୍ତୁ ଉପରେ ଅନୁଧ୍ୟାନ କରି ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ଅନୁଦାନ, ପେନସନ୍ ଓ ଅନ୍ୟାନ୍ୟ ଦାବୀ ସମ୍ପର୍କରେ ଆଶୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଗଷ୍ଟ ୧୬ ଦାବିଦିବସରେ ଶିକ୍ଷକମାନେ ରାଜରାସ୍ତାରେ ସମବେତ ହେବାକୁ ଯାଉଛନ୍ତି ବୋଲି ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବିଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

କାହିଁକି ଏସିଆ କପ୍ ଟ୍ରଫି ଗ୍ରହଣ କଲା ନାହିଁ ଟିମ୍ ଇଣ୍ଡିଆ?: ସାମ୍ନାକୁ ଆସିଲା ପ୍ରକୃତ କାରଣ

September 29, 2025

ନୂଆପଡା ଦଖଲ ପାଇଁ କଂଗ୍ରେସ ଖୋଲିଲା ୱାର ରୁମ୍, ଘାସିରାମ ମାଝୀଙ୍କ ପ୍ରାର୍ଥୀତ୍ବକୁ ଭକ୍ତଙ୍କ ସ୍ବୀକୃତି

September 29, 2025

ଶାରଦୀୟ ନବରାତ୍ରିରେ କରିନାହାନ୍ତି କି ଉପବାସ?: କରନ୍ତୁ ଏହି ୫ ଟି ଉପଚାର, ମିଳିବ ଆଶୀର୍ବାଦ

September 29, 2025
Latest News

ବିହାର ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ: ଏନଡିଏ ନା ଇଣ୍ଡିଆ?, କିଏ ଗଢିବ ସରକାର

September 29, 2025

ପାକିସ୍ତାନ ଦଳର ଆତଙ୍କବାଦୀ ପ୍ରେମ!: ମାସୁଦ ଆଝାରଙ୍କ ପରିବାରକୁ ଦାନ କରିବ ମ୍ୟାଚ୍ ଫିସ୍

September 29, 2025

ବିବାହ ପାଇଁ ରାସ୍ତାରେ ହୋର୍ଡିଂ ଲଗାଇଲେ କନ୍ୟା, ଅନଲାଇନରେ ଆବେଦନ କରିବାକୁ ବରମାନଙ୍କୁ ଆହ୍ବାନ

September 29, 2025

କାହିଁକି ଏସିଆ କପ୍ ଟ୍ରଫି ଗ୍ରହଣ କଲା ନାହିଁ ଟିମ୍ ଇଣ୍ଡିଆ?: ସାମ୍ନାକୁ ଆସିଲା ପ୍ରକୃତ କାରଣ

September 29, 2025

କୁଲଦୀପ ଯାଦବଙ୍କ ବିଶ୍ୱ ରେକର୍ଡ, ପାକିସ୍ତାନକୁ ସର୍ବଦା ଯନ୍ତ୍ରଣା ଦେବ ଏହି ଭାରତୀୟ ବୋଲରଙ୍କ ଆକ୍ରମଣ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.