Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ
ଆଜିର ଖବର

ଡିଏଭି ପୋଖରୀପୁଟରେ ଛାତ୍ର ପ୍ରତିନିଧିଙ୍କ ଶପଥ ପାଠୋତ୍ସବ

August 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଛାତ୍ର ପ୍ରତିନିଧଙ୍କ ଶପଥ ଗ୍ରହଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିରୂପେ ୧-ଓଡ଼ିଆ ବାଟାଲିଅନ୍, ଏନ୍.ସି.ସି.ର କମାଣ୍ଡିଙ୍ଗ୍ ଅଫିସର କର୍ଣ୍ଣେଲ ସଞ୍ଜୀବ୍ ଦିୱାନ୍ ଯୋଗଦାନ କରି ନିଜର ବକ୍ତବ୍ୟରେ ଶୃଙ୍ଖଳିତ, ମାର୍ଜିତ, ତ୍ୟାଗ, ସେବା, ସମର୍ପଣ ଭାବନା ହିଁ ଜଣେ ଛାତ୍ର ପ୍ରତିନିଧିର ବାସ୍ତବ ପ୍ରତିଫଳନ ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ତଥା ଜରୁରୀକାଳୀନ ପରିସ୍ଥିତିରେ ସମରଶିକ୍ଷାର୍ଥୀବାହିନୀଙ୍କ ପରି ସମାଜସେବାରେ ନିଜକୁ ନିୟୋଜିତ କରିପାରିଲେ ପ୍ରତିନିଧି ହେବାର ଗୌରବ ରକ୍ଷା ପାଇପାରିବ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଛାତ୍ର ପ୍ରତିନିଧିମାନଙ୍କୁ ପଦ ଓ ଦାୟିତ୍ୱବୋଧର ଶପଥପାଠ କରାଇଥିଲେ। ଏକାଦଶ ଶ୍ରେଣୀର ସଂଯୋଗ ଦାଶ ଲିଡ଼ର ଏବଂ ସାନୁଶୀ ପାତ୍ର ଆସିଷ୍ଟାଣ୍ଟ ସ୍କୁଲ ଲିଡ଼ର ରୂପେ ମନୋନୀତ ହୋଇଥିବା ବେଳେ ଭକ୍ତି, ସ୍ତୁତି, ଶ୍ଲୋକ ଏବଂ ମନ୍ତ୍ର ଚାରୋଟି ସଦନର ୧୨ ଜଣ ଛାତ୍ର ପ୍ରତିନିଧି ତଥା ୭ଟି କ୍ଲବର ସାତ ଜଣ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ  ବିଦ୍ୟାଳୟସ୍ତରୀୟ ନାନାବିଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ଲୋକ ସଦନ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବାବେଳେ ମନ୍ତ୍ର ସଦନ ରନର୍ସଅପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିପରି ଇକୋ କ୍ଲବ୍ ଚମ୍ପିଆନ୍ ହୋଇଥିବା ବେଳେ ଇନୋଭେସନ୍ କ୍ଲବ୍ ରନର୍ସଅପ୍ ନିମନ୍ତେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା।

ପରିଶେଷରେ ବିଦ୍ୟାଳୟର ସମସ୍ତ ସଦନ ଓ କ୍ଲବର ସଂଯୋଜକ ଶିକ୍ଷକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମର ସାଫଲ୍ୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡିଏଭି ପୋଖରୀପୁଟ ଶପଥ ଗ୍ରହଣ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

December 30, 2025

ଚଳିତ ବର୍ଷ  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ

December 30, 2025

ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ

December 30, 2025

ନାରଦୀୟ ଜ୍ୟୋତିଷ ସଂହିତା ଓ ସାମା ପାଞ୍ଚ ତତ୍ତ୍ୱ ପୂଜା ବିଧାନମ” ଗ୍ରନ୍ଥ ଉନ୍ମୋଚନ

December 30, 2025
Latest News

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

December 30, 2025

ଚଳିତ ବର୍ଷ  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ

December 30, 2025

ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ

December 30, 2025

ନାରଦୀୟ ଜ୍ୟୋତିଷ ସଂହିତା ଓ ସାମା ପାଞ୍ଚ ତତ୍ତ୍ୱ ପୂଜା ବିଧାନମ” ଗ୍ରନ୍ଥ ଉନ୍ମୋଚନ

December 30, 2025

ନୂଆବର୍ଷ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହେଲା କଡ଼ା କଟକଣା

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.