Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏନଏସ ଚିଲିକାରେ ଚତୁର୍ଥ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀ ପାସିଙ୍ଗ ଆଉଟ ସମାରୋହ
ଆଜିର ଖବର

ଆଇଏନଏସ ଚିଲିକାରେ ଚତୁର୍ଥ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀ ପାସିଙ୍ଗ ଆଉଟ ସମାରୋହ

August 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଆନୁଷ୍ଠାନିକ ଭାବେ ଚତୁର୍ଥ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀ ପାସିଙ୍ଗ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ସମୁଦାୟ ୧୩୮୯ ଆଗ୍ନିଭର୍ସଙ୍କ ମଧ୍ୟରେ ୨୧୬ ଜଣ ମହିଳା ଆଗ୍ନିଭର୍ସ ଏବଂ ୩୩୦ ଜଣ ତଟରକ୍ଷି ନାବିକ ସଫଳତାର ସହ ଶାରୀରିକ ଓ ମାନସିକ ପ୍ରଶିକ୍ଷଣ ନେଇ ସୁଦକ୍ଷ ଭାବେ ଦେଶ ସେବା ପାଇଁ ଭାରତୀୟ ନୌସେନାରେ ନୂତନ ଯାତ୍ରା ଆରମ୍ଭ କରିଥିବାରୁ ଏହି ଭବ୍ୟ ସମାରୋହରେ ସେମାନଙ୍କ ଅବଦାନକୁ ସ୍ୱୀକାର କରି ଅଗ୍ନିବୀରଙ୍କ ପିତାମାତା, ଅଭିଭାବକଙ୍କୁ କୃତଜ୍ଞତା ଜଣାଇଛନ୍ତି।

ନୌସେନା ମୁଖ୍ୟ ଆଡ଼ମିରାଲ ଦୀନେଶ କେ ତ୍ରିପାଠୀ ପିଭିଏସଏମ, ଏଭିଏସଏମ, ଏନଏମ ଉକ୍ତ ପ୍ୟାରେଡକୁ ନିରିକ୍ଷଣ କରିଥିବା ବେଳେ ଭାଇସ ଆଡ଼ମିରାଲ ଭି.ଶ୍ରୀନିବାସ ଏଭିଏସଏମ, ଏନଏମ, ଫ୍ଲାଗ ଅଫିସର କମାଣ୍ଡିଙ୍ଗ-ଇନ-ମୁଖ୍ୟ ଦକ୍ଷିଣ ନୌସେନା କମାଣ୍ଡର ପରିଚାଳନା କରିଥିଲେ।

ଉକ୍ତ ପ୍ୟାରେଡରେ ଭାଇସ ଆଡ଼ମିରାଲ ରାଜେଶ ପେଦନାକର ଏଭିଏସଏମ, ଭିଏସଏମ ପୂର୍ବ କମାଣ ପତାକା ଅଧିକାରୀ, ବିଶିଷ୍ଟ କ୍ରୀଡ଼ାବିତ ଓଁକର ସିଂ ଏମଏସପିଓ, ବେସିଲ ପିଟର ପୁଆନାଟ, ଏକ୍ସ-ଏଲଏସ ଆରପି, ସାଣ୍ଟଶ ଭାସ୍କର, ଏକ୍ସ-ପିଓଙ୍କ ସମେତ ବିଶିଷ୍ଟ ଉଚ୍ଚକୋଟୀର ପୂର୍ବତନ ନୌସେନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଇଏନଏସ ଚିଲିକାରେ ୧୬ ସପ୍ତାହର ସଫଳ ପ୍ରଶିକ୍ଷଣ ଶେଷ ନୁହେଁ ବରଂ ଭାରତୀୟ ନୌସେନାର ଏକ ନୂତନ ଯାତ୍ରା ଆରମ୍ଭ ଯେଉଁଠାରେ ପୁରୁଷ ଏବଂ ମହିଳା ମିଳିତ ଭାବେ ଭାରତୀୟ ନୌସେନାରେ ଏକ ବିର ଯୋଦ୍ଧା ରୂପେ ଦେଶ ସେବାରେ ନିସଂକୋଚ ଭାବେ ପ୍ରସ୍ତୁତ ରହିବାସହ ଦକ୍ଷତା ବୃଦ୍ଧିକରିବା, ବୈଷୟିକ ଦୃଷ୍ଟିରୁ ସଚେତନ ହେବା, ବିଶ୍ଵାସନୀୟ,ସମନ୍ୱୟ ଏବଂ ଉଜ୍ବଳ ଭବିଷ୍ୟତ ଦିଗରେ ପ୍ରଚେଷ୍ଟା ଜାରି ରଖିବାନେଇ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରତିବନ୍ଧତା ପାଇଁ ଅଗ୍ନିବୀରଙ୍କୁ ପ୍ରଭାବିତ କରିଥିଲେ।

ଏଥିସହିତ ଶକ୍ତି ଏବଂ ସଂମାନ ସହିତ ଦେଶ ସେବା କରୁଥିବା ବେଳେ ନୌସେନାର ମୂଳ ମୂଲ୍ୟବୋଧ, ଡ୍ୟୁଟି, ସଂମାନ ଏବଂ ସାହାସକୁ ସେମାନେ ସମର୍ଥନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମେରିଟ ଅଗ୍ନିଭର୍ସଙ୍କୁ ମୁଖ୍ୟ ଅତିଥି ପଦକ ଏବଂ ଟ୍ରଫି ପ୍ରଦାନ କରିଥିଲେ। ବିନୟ ମାରୁତି କଦମ ଏଭିଆର ଏସଆର ଏବଂ ସଞ୍ଜନା ଏଭିଆର ଏମଆର ଯଥାକ୍ରମେ ଶ୍ରେଷ୍ଠ ଅଗ୍ନିବୀର ଏସଆର ଏବଂ ଏମଆର ଭାବେ ନାଭାଲ ଷ୍ଟାଫ ରୋଲିଂ ଟ୍ରଫି ଓ ସ୍ୱର୍ଣ୍ଣ ପଦକ ପାଇଥିଲେ।ଶ୍ରେଷ୍ଠ ମହିଳା ଅଗ୍ନିବୀର ସାଧି ମୋହନ ମିର୍ଜେ ଏଭିଆର ଏସଏସଆରଙ୍କୁ ଜେନେରାଲ ବିପିନ ରାୱତ ରୋଲିଂ ଟ୍ରଫି ପ୍ରଦାନ କରାଯାଇଥିଲା।

ଏଥିସହିତ ଆଶିଷ ଏବଂ ଯୁବରାଜ ନାବିକ ଜିଡ଼ି ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ପୁରସ୍କୃତ ହୋଇଥିଲେ।ଉର୍ଣ୍ଣତମାନର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଶିବାଜୀ ଡିଭିଜନକୁ ଚମ୍ପିୟାନ ଟ୍ରଫି ଓ ଅର୍ଜୁନ ଡିଭିଜନକୁ ରନର୍ସ ଟ୍ରଫି ପ୍ରଦାନ କରାଯାଇଥିଲା।

ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ମୁଖ୍ୟ ସାଉଥ୍ ନୌସେନା କମାଣ୍ଡ ଏବଂ କମୋଡୋର ଏନପି ପ୍ରଦୀପ, ଭିଏସ୍ଏମ୍,କମାଣ୍ଡିଂ ଅଫିସର, ଆଇଏନ୍ଏସ୍ ଚିଲିକାଙ୍କ ଉପସ୍ଥିତିରେ ଅଙ୍କୁରର ୧/୨୪ ସଂସ୍କରଣ ଆଇଏନଏସ ଚିଲିକା ଦ୍ୱିଭାଷୀ ପ୍ରଶିକ୍ଷକଙ୍କ ପତ୍ରିକା ଉନ୍ମୋଚନ କରାଯାଇଥିଲା।ସୂଚନା ଥାଉକି ପ୍ରଥମ ବ୍ୟାଚରେ ୨୫୮୫ ଅଗ୍ନିବୀରଙ୍କ ମଧ୍ୟରେ ୨୭୩ ଜଣ ମହିଳା ରହିଥିବା ବେଳେ ଦ୍ୱିତୀୟ ବ୍ୟାଚରେ ୨୮୯୫ ଅଗ୍ନିବୀରଙ୍କ ମଧ୍ୟରେ ୪୪୮ ଜଣ ମହିଳା, ତୃତୀୟ ବ୍ୟଚରେ ୨୬୩୦ ଅଗ୍ନିବୀରଙ୍କ ମଧ୍ୟରେ ୩୯୭ ଜଣ ମହିଳା ଆଇଏନଏସ ଚିଲିକାରେ ପ୍ରାରମ୍ଭିକ ତାଲିମ ନେଇ ଭାରତୀୟ ନୌସେନାରେ ବୀର ସିପାହୀ ଭାବେ ନିୟୋଜିତ ରହିଛନ୍ତି।

Agniveer indian navy ins chilika
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.