Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ୩୦ଟି ହଲରେ ମୁକ୍ତିଲାଭ କଲା ହରିହର ମହାପାତ୍ରଙ୍କ ଭିନ୍ନ ଧରଣର ଚଳଚିତ୍ର ‘ଭଗିଆ ଭାରିଯା’
ଆଜିର ଖବର

ଓଡିଶାର ୩୦ଟି ହଲରେ ମୁକ୍ତିଲାଭ କଲା ହରିହର ମହାପାତ୍ରଙ୍କ ଭିନ୍ନ ଧରଣର ଚଳଚିତ୍ର ‘ଭଗିଆ ଭାରିଯା’

August 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ୩୦ଟି ହଲରେ ମୁକ୍ତିଲାଭ କଲା ହରିହର ମହାପାତ୍ରଙ୍କ ଭିନ୍ନ ଧରଣର ଚଳଚିତ୍ର 'ଭଗିଆ ଭାରିଯା'

ରିପୋର୍ଟ-ହରପ୍ରସାଦ ମହାପାତ୍ର

ଭୁବନେଶ୍ବର: ଓଡ଼ିଶାର ୩୦ଟି ପ୍ରେକ୍ଷାlଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଭଗିଆ ଭାରିଯା’। ଭୁବନେଶ୍ୱରରେ ସମୁଦାୟ ୬ଟି ସୋ’ରେ ପ୍ରଦର୍ଶନ ଜାରି ରଖିଥିବା ବେଳେ ସ୍ଥାନୀୟ ମହାରାଜା ହଲ ରେ ଏହାର ପ୍ରିମିୟର ସୋ ‘ ଅନୁଷ୍ଠିତ ହୋଇଯାଇଛି। ପ୍ରିମିୟର ସୋ’ ରେ ନିଜର ପ୍ରିୟ ତାରକାଙ୍କୁ ପାଖରେ ଦେଖିବାକୁ ଦର୍ଶକଙ୍କ ଭିଡ କହିଲେ ନସରେ। ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନ୍ ଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସଂପୃକ୍ତ ବହୁ ବ୍ୟକ୍ତିବିଶେଷ ଏହି ପ୍ରିମିୟର ସୋ ରେ ଯୋଗ ଦେଇଥିଲେ।

ସାମ୍ପ୍ରତିକ ଘଟଣାବଳୀକୁ ନେଇ ଏହାର କାହାଣୀ। ଜଣେ ଅଟୋ ଡ୍ରାଇଭର ସ୍ୱାମୀ ଓ ରିଲ୍ସ ପ୍ରେମରେ ପଡ଼ିଥିବା ସ୍ତ୍ରୀର ସମ୍ପର୍କ ଉପରେ ଆଧାରିତ। ହରିବୋଲ ଏଣ୍ଟରତେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ ‘ଭଗିଆ ଭାରିଯା ‘ ର ପ୍ରମୁଖ ଚରିତ୍ରରେ ହରିହର ମହାପାତ୍ର ଓ ଦେବଯାନୀ ଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ବବି ମିଶ୍ର, ପୁପିନ୍ଦର, ବ୍ରଜସିଂ, ଦେବୁବ୍ରହ୍ମା, ତୃପ୍ତି ସିହ୍ନା, କାଳିଆ ଓ ଭକ୍ତି।

କାହାଣୀ ଚିତ୍ରନାଟ୍ୟ ସଂଳାପ ନିଜେ ହରିହର ମହାପାତ୍ର ଲେଖିଥିଲା ବେଳେ ନିର୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ଓରଫ୍ ବାପି। ପ୍ରଯୋଜନା ଦାୟିତ୍ବ ନିର୍ବାହ କରିଛନ୍ତି ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର। ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର ମଳୟ ମିଶ୍ର। ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ।

‘ଭଗିଆ ଭାରିଯା’ ର ମୌଳିକ କାହାଣୀ ଦର୍ଶକଙ୍କ ଦ୍ଵାରା ଆଦୃତ ହୋଇଥିବା ବେଳେ ହରି, ଦେବଯାନୀ ବବି ମିଶ୍ର ଓ ପୁପିନ୍ଦରଙ୍କ ଅଭିନୟ ବେଶ୍ ଆକର୍ଷଣୀୟ ହୋଇପାରିଛି। ଚଳଚ୍ଚିତ୍ରଟି ପାଇଁ ପ୍ଲସ ପଏଣ୍ଟ ସାଜିଛି ଏହାର ସଙ୍ଗୀତ। ଟାଇଟଲ ଗୀତଟି ଏବେ ଟ୍ରେଣ୍ଡିଙ୍ଗରେ ରହିଛି।

ସବୁ ଦୃଷ୍ଟିରୁ ସିନେମାଟି ସର୍ବାଙ୍ଗ ସୁନ୍ଦର ହୋଇପାରିଛି ଓ ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି। ଯେଉଁମାନେ ମୌଳିକ ସିନେମା ହେଉନାହିଁ ବୋଲି ଅଭିଯୋଗ କରୁଛନ୍ତି ସେମାନେ ନିଶ୍ଚିତ ଭାବେ ଭଗିଆ ଭାରିଯା ଦେଖିବା ଉଚିତ୍।

ହରପ୍ରସାଦ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉପରେ ଜାତୀୟ ସମ୍ମିଳନୀ

October 31, 2025

ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ

October 31, 2025

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025 ରେ ଶ୍ରେଷ୍ଠ ଷ୍ଟଲ୍ ସମ୍ମାନ ହାସଲ କଲା ଓଡ଼ିଶା

October 31, 2025

ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ପ୍ରଚଳନ କରାଯିବ ଏଆଇ ଉପରେ ପାଠ୍ୟକ୍ରମ 

October 31, 2025
Latest News

ଆଜିଠାରୁ ଭୁବନେଶ୍ୱରରେ ଦୁଇଦିନିଆ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉପରେ ଜାତୀୟ ସମ୍ମିଳନୀ

October 31, 2025

ନଭେମ୍ବର ୨ରୁ ଶ୍ରୀକ୍ଷେତ୍ରରେ ମହାପଞ୍ଚୁକ ବ୍ରତ: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ପଦକ୍ଷେପ

October 31, 2025

ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେରିଟାଇମ୍ ସପ୍ତାହ 2025 ରେ ଶ୍ରେଷ୍ଠ ଷ୍ଟଲ୍ ସମ୍ମାନ ହାସଲ କଲା ଓଡ଼ିଶା

October 31, 2025

ସବୁ ସ୍କୁଲରେ ତୃତୀୟ ଶ୍ରେଣୀରୁ ପ୍ରଚଳନ କରାଯିବ ଏଆଇ ଉପରେ ପାଠ୍ୟକ୍ରମ 

October 31, 2025

ଆଜି ଅକ୍ଟୋବର ୩୧ ତାରିଖ ଶୁକ୍ରବାର ଦିନ କ’ଣ ରହିଛି ଆପଣଙ୍କର ରାଶିଫଳ? ଜାଣନ୍ତୁ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.