Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏସ୍‌ପିଡି ସମ୍ମିଳନୀରେ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି” ପୁସ୍ତକ ଉନ୍ମୋଚିତ
ଆଜିର ଖବର

ଆଇଏସ୍‌ପିଡି ସମ୍ମିଳନୀରେ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି” ପୁସ୍ତକ ଉନ୍ମୋଚିତ

August 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଡାକ୍ତର ସନ୍ଦୀପନ୍ ଧର ଓ ଡାକ୍ତର ମୈତ୍ରୈୟୀ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି”ର ୫ମ ସଂସ୍କରଣ ନିକଟରେ ଚେନ୍ନାଇ ଠାରେ ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଫର୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି (ଆଇଏସ୍‌ପିଡି) ର ଜାତୀୟ ସମ୍ମିଳନୀ ତଥା ରୌପ୍ୟ ଜୟନ୍ତୀ ଉତ୍ସବରେ ଉନ୍ମୋଚିତ ହୋଇଯାଇଛି।

ଡାକ୍ତର ଧର ଆଇଏସ୍‌ପିଡିର ମୁଖ୍ୟ ଉପଦେଷ୍ଟା ଏବଂ ପୂର୍ବତନ ସଭାପତି ରହିଥିବା ବେଳେ ଡାକ୍ତର ପଣ୍ଡା ଏହି ଅନୁଷ୍ଠାନର ସାଧାରଣ ସମ୍ପାଦିକା ଅଟନ୍ତି। ଡାକ୍ତର ପଣ୍ଡା ବର୍ତ୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡର୍ମାଟୋଲୋଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ପୁସ୍ତକରେ ଚର୍ମରୋଗ ସମ୍ପର୍କିତ ୧୦ ହଜାରରୁ ଊର୍ଦ୍ଧ୍ୱ ଚିତ୍ର ଏବଂ ବିଷୟବସ୍ତୁ ରହିଥିବା ବେଳେ ଏହା ଶିଶୁରୋଗ ବିଶେଷଜ୍ଞ ଏବଂ ଚର୍ମରୋଗ ସମ୍ପର୍କୀୟ ଚିକିତ୍ସା କରୁଥିବା ଚିକିତ୍ସକଙ୍କ ନିମନ୍ତେ ଉପାଦେୟ ହୋଇପାରିବ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଅଗଷ୍ଟ ୨ – ୪ ତାରିଖ ମଧ୍ୟରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ପାଠ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯିବା ସହିତ ଆଟୋପିକ୍ ଡର୍ମାଟାଇଟିସ୍ ଏବଂ ଜେନୋଡର୍ମାଟୋସେସ୍ ସମ୍ବନ୍ଧରେ କର୍ମଶାଳା ଆୟୋଜିତ ହୋଇଥିଲା। ପେଡିଆଟ୍ରିକ୍ ଡର୍ମାଟୋଲୋଜି ସମ୍ପର୍କିତ ଭିଡିଓ ପ୍ରଦର୍ଶନ ଏବଂ ସାଇନ୍‌ଟିଫିକ୍ ଲେକଚର ପ୍ରଦାନ କରାଯାଇଥିଲା।

ଦେଶର ବିଭିନ୍ନ ପ୍ରାନ୍ତରୁ ଚର୍ମରୋଗ ଓ ଶିଶୁରୋଗ ବିଶେଷଜ୍ଞଙ୍କ ସମେତ ପ୍ରାୟ ୫୦୦ ଜଣ ପ୍ରତିନିଧି ଏହି ସଭାରେ ଯୋଗ ଦେଇଥିଲେ।

ପୁସ୍ତକ ଉନ୍ମୋଚିତ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟମାନଙ୍କୁ କାହିଁକି ବଳପୂର୍ବକ ବିତାଡ଼ିତ କରୁଛନ୍ତି କାନାଡା ସରକାର?: ପ୍ରଧାନମନ୍ତ୍ରୀଙ୍କ ବଡ଼ ଖୁଲାସା

October 19, 2025

ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ, ଆତ୍ମସମର୍ପଣ ପାଇଁ ଚିଠି ଜାରି କଲେ ନକ୍ସଲ ନେତା

October 19, 2025

ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ: ୭ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

October 19, 2025

ଭାରତ ୧୩୬ ରନ୍ କରିବା ସତ୍ତ୍ୱେ ଅଷ୍ଟ୍ରେଲିଆକୁ କାହିଁକି ୧୩୧ ରନ୍ ର ଟାର୍ଗେଟ ଦିଆଯାଇଥିଲା?: ଜାଣନ୍ତୁ

October 19, 2025
Latest News

ଭାରତୀୟମାନଙ୍କୁ କାହିଁକି ବଳପୂର୍ବକ ବିତାଡ଼ିତ କରୁଛନ୍ତି କାନାଡା ସରକାର?: ପ୍ରଧାନମନ୍ତ୍ରୀଙ୍କ ବଡ଼ ଖୁଲାସା

October 19, 2025

“୫୦୦ ବର୍ଷର ଅପମାନ ଏବଂ ସଂଘର୍ଷ ପରେ ବିଶ୍ୱାସର ବିଜୟ”: ଦୀପୋତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗୀ

October 19, 2025

ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ, ଆତ୍ମସମର୍ପଣ ପାଇଁ ଚିଠି ଜାରି କଲେ ନକ୍ସଲ ନେତା

October 19, 2025

ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ: ୭ ୱିକେଟରେ ଜିତିଲା ଅଷ୍ଟ୍ରେଲିଆ

October 19, 2025

ଅନ୍ତ୍ୟୋଦୟ ଗୃହ ଯୋଜନା: ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ୪୦ ହଜାର ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.