Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ରେ ଜଟିଳ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରୋମ୍ବୋସିସ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀଙ୍କ ସଫଳ ଚିକିତ୍ସା
ଆଜିର ଖବର

ସମ୍ ରେ ଜଟିଳ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରୋମ୍ବୋସିସ୍ ସମସ୍ୟାରେ ପୀଡ଼ିତ ଥିବା ରୋଗୀଙ୍କ ସଫଳ ଚିକିତ୍ସା

August 10, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅନ୍ତନଳୀରେ ଜଟିଳ ସମସ୍ୟା ସହ ସୁପିରିୟର୍ ମେସେନଟେରିକ୍ ଆର୍ଟେରୀ (ଏସ୍‌ଏମ୍‌ଏ) ବ୍ୟାଧିରେ ପୀଡ଼ିତ ଥିବା ଜଣେ ୪୩ ବର୍ଷୀୟ ରୋଗୀଙ୍କର ସମ୍ ଅଲ୍ଟିମେଟ ମେଡିକେୟାରରେ ସଫଳ ଚିକିତ୍ସା କରାଯାଇଛି।

କଟକରୁ ଆସିଥିବା ଏହି ରୋଗୀ ଜଣକ ସମ୍ମମ୍‌ରେ ପହଂଚିବା ପରେ ତାଙ୍କର ସେପ୍‌ସିସ୍ ଓ ସବ୍‌-ଆକ୍ୟୁଟ୍ ଇନ୍‌ଟେଷ୍ଟାଇନାଲ୍ ଅବ୍‌ଷ୍ଟ୍ରକ୍‌ସନ୍ ଦେଖାଦେବା ସହ ତଳି ପେଟରେ ଜଳୀୟ ଅଂଶ ସଂଗୃହୀତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ହସ୍ପିଟାଲ୍‌ର ଇନ୍‌ଟରଭେନ୍‌ସନାଲ ରେଡିଓଲୋଜି ବିଭାଗର ଆସୋସିଏଟ୍ କନ୍‌ସଲ୍‌ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକଙ୍କ ଅଧୀନରେ ଭର୍ତି କରାଯାଇଥିଲା।

ରୋଗୀ ଜଣଙ୍କୁ ତୁରନ୍ତ ଆଇସିୟୁକୁ ନିଆଯାଇ ସିଟି ଆନ୍‌ଜିଓଗ୍ରାମ୍ ପରୀକ୍ଷା ପରେ ତାଙ୍କ ଶରୀରରେ ଏସ୍‌ଏମ୍‌ଏ ଆକ୍ୟୁଟ୍ ଥ୍ରମ୍ବୋସିସ୍ ଓ ଆକ୍ୟୁଟ୍ ମେସେନ୍‌ଟେରିକ୍ ଇଶ୍ଚେମିଆ ଚିହ୍ନଟ ହୋଇଥିଲା ବୋଲି ଡାକ୍ତର ପଟ୍ଟନାୟକ କହିଥିଲେ।

ପ୍ରାଥମିକ ପର୍ଯ୍ୟାୟରେ ରୋଗୀ ଜଣଙ୍କୁ କ୍ୟାଥଲ୍ୟାବ୍‌ରେ ମିନିମାଲି ଇନ୍‌ଭେସିଭ୍ ଇମେଜ୍ ପରିଚାଳିତ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କର ବାମପଟ ଆର୍ଟେରୀରେ ଏକ ଛୋଟ ପିନ୍ ଆକାରର ଛିଦ୍ର କରାଯାଇ ଛୋଟଛୋଟ କ୍ୟାଥେଟର ଏବଂ ୱେୟାର ଦ୍ୱାରା ଫାର୍ମାକୋ -ମେକାନିକାଲ୍ ଥ୍ରୋମ୍ବେକ୍ଟୋମି ପ୍ରକ୍ରିୟାରେ ଜମାଟ ବାନ୍ଧିଥିବା ଅଂଶଗୁଡ଼ିକୁ ବାହାର କରାଯାଇଥିଲା।

ଏହା ପରେ ରୋଗୀକୁ ଜରୁରୀ ଏକ୍ସପ୍ଲୋରେଟୋରୀ ଲାପାରୋଟୋମି ଅସ୍ତ୍ରୋପଚାର ପାଇଁ ଅପରେସନ୍ ଥିଏଟରକୁ ନିଆଯାଇଥିଲା। ଅସ୍ତ୍ରୋପଚାର ସମୟରେ ୩୦ ରୁ ୪୦ ପ୍ରତିଶତ ଅନ୍ତନଳୀ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁଥିଲା ବୋଲି ସେ କହିଛନ୍ତି।

ଜରୁରୀ ଅସ୍ତ୍ରୋପଚାର କରି ନଥିଲେ ଏହା ଅନ୍ତନଳୀକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାନ୍ତା ବୋଲି ଡାକ୍ତର ପଟ୍ଟନାୟକ କହିବା ସହ ଏସ୍‌ଏମ୍‌ଏ ଥ୍ରୋମ୍ବୋସିସ୍ ଏକ ଜଟିଳ ସମସ୍ୟା ଏବଂ ଏ କ୍ଷେତ୍ରରେ ଠିକ୍ ଭାବେ ଚିକିତ୍ସା କରା ନଗଲେ ୮୦ ରୁ ୯୦ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥାଏ ବୋଲି କହିଛନ୍ତି।

ସେପ୍‌ସିସ୍ ସମସ୍ୟା କମିବା ପରେ ରୋଗୀଙ୍କୁ ଆଇସିୟୁରୁ ୱାର୍ଡକୁ ଅଣାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲ ଡାକ୍ତର ପଟ୍ଟନାୟକ କହିଛନ୍ତି।

SUM Ultimate Medicare
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026
Latest News

କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କଲା ବିସିସିଆଇ: କେବଳ ତିନି ଖେଳାଳିଙ୍କୁ ସର୍ବୋଚ୍ଚ ଗ୍ରେଡ୍

February 10, 2026

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.