Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୧୬ ଶିକ୍ଷକ ଦାବିଦିବସକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ଆଭାଷୀ ଆଲୋଚନା ଚକ୍ର
ଆଜିର ଖବର

ଅଗଷ୍ଟ ୧୬ ଶିକ୍ଷକ ଦାବିଦିବସକୁ ସଫଳ କରିବା ପାଇଁ ରାଜ୍ୟସ୍ତରୀୟ ଆଭାଷୀ ଆଲୋଚନା ଚକ୍ର

August 10, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
teacher strike
ସରକାର ଶିକ୍ଷକମାନଙ୍କର ସମସ୍ୟା ଯଥାଶିଘ୍ର ସମାଧାନ କରନ୍ତୁ: ଓଷ୍ଟା

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ଅଗଷ୍ଟ ୯ କ୍ରାନ୍ତିଦିବସ ଅବସରରେ ଆଜି ସନ୍ଧ୍ୟା ୭ ଘଟିକା ସମୟରେ ଏକ ରାଜ୍ୟସ୍ତରୀୟ ଆଭାଷୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଷ୍ଟାର ସମସ୍ତ ପଦାଧିକାରୀଙ୍କ ସମେତ ଜିଲ୍ଲା ସମ୍ପାଦକ, କାର୍ଯ୍ୟକାରୀ କମିଟି ସଦସ୍ୟ ଅଂଶଗ୍ରହଣ କରିଥିଲେ। ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବିଦିବସରେ ଓଷ୍ଟା ଏବଂ ଏହାର ସାମିଲ ଶିକ୍ଷକ ସଂଗଠନ ମାନଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଭୁବନେଶ୍ୱର ରେଳଷ୍ଟେସନସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରି ବିଧାନସଭା ସମ୍ମୁଖସ୍ଥ ଲୋୟର ପି.ଏମ୍‌.ଜି. ଗାନ୍ଧିମାର୍ଗରେ ସମବେତ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ବିପୁଳ ସଂଖ୍ୟାରେ ଯୋଗଦାନ କରି ସଫଳ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ତଥା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଆହ୍ୱାନ ଦେଇଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ସହିତ ଏହାର ସାମିଲ ସଂଗଠନ ଯଥା- ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା), ସଂସ୍କୃତ ଟୋଲ୍ ଶିକ୍ଷକ ସଂଘ, ମଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ମିଳିତ ଭାବରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିକଟରେ କେତେକ ନ୍ୟାର୍ଯ୍ୟ ଦାବୀ ଉପସ୍ଥାପନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପ୍ରମୁଖ ଦାବୀ ମଧ୍ୟରେ ଅନୁଦାନ ଯୋଗ୍ୟ ଅଣଅନୁଦାନପ୍ରାପ୍ତ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟରେ ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ଓ ପେନସନ୍ ପ୍ରଦାନ କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ଏବଂ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରିବା, ନୂତନ ପେନସନ୍ ବ୍ୟବସ୍ଥା (ଘ.ଚ.ଝ) କୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ (ଙ.ଚ.ଝ) ଲାଗୁ କରିବା, ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ଏବଂ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଇତ୍ୟାଦି।

ପ୍ରକାଶଥାଉକି, ଅଗଷ୍ଟ ୧୬ ରାଜ୍ୟର ଶିକ୍ଷକମାନଙ୍କ ପାଇଁ ଏକ ସମ୍ବେଦନଶୀଳ ଦିବସ। ୧୯୬୯ ମସିହାରୁ ଶିକ୍ଷକ ମାନଙ୍କର ମଉଡ଼ମଣି ତଥା ରାଜ୍ୟ, ଦେଶ ଓ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷକ ନେତା ସ୍ୱର୍ଗତଃ ଅବନୀ କୁମାର ବରାଳ, କୈଳାଶ ଚନ୍ଦ୍ର ମହାପାତ୍ର ଏବଂ ବନମାଳୀ ବ୍ରହ୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶାରେ ସବୁ ଶିକ୍ଷକ ସଂଗଠନମାନଙ୍କୁ ନେଇ ପ୍ରଥମକରି ଏକତ୍ରିତ ଭାବରେ ଦାବୀ ଉପସ୍ଥାପନ କରାଯାଇଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଶିକ୍ଷକମାନେ ଅଗଷ୍ଟ ୧୬କୁ ସେମାନଙ୍କର ଦାବିଦିବସ ରୂପେ ପାଳନ କରି ଆସୁଛନ୍ତି। ଆସନ୍ତା ଅଗଷ୍ଟ ୧୦ ଓ ୧୧ ତାରିଖ ଦୁଇଦିନଧରି ସମସ୍ତ ଜିଲ୍ଲାର ଜିଲ୍ଲା ସଂପାଦକ ମାନେ ସାମିଲ ସଂଗଠନର ନେତୃତ୍ୱମାନଙ୍କୁ ଏକାଠି କରି ବୈଠକ କରିବେ ଏବଂ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ନିମନ୍ତେ ଉକ୍ତ ଆଭାଷୀ ଆଲୋଚନା ଚକ୍ରରେ ସ୍ଥିରୀକୃତ ହୋଇଛି।

ଦୀର୍ଘ ୨୪ ବର୍ଷର ଅବଧିପରେ ନୂତନ ଭାବେ ଆସିଥିବା ସରକାରଙ୍କ ଉପରେ ସମସ୍ତ ବର୍ଗର କର୍ମଚାରୀଙ୍କ ମନରେ ଆଶାର ସଂଚାର ସୃଷ୍ଟି ହୋଇଛି ତେଣୁ ସରକାର ତୁରନ୍ତ ଏହି ସମସ୍ତ ବିଷୟବସ୍ତୁ ଉପରେ ଅନୁଧ୍ୟାନ କରି ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ଅନୁଦାନ, ପେନସନ୍‌  ଓ ଅନ୍ୟାନ୍ୟ ଦାବୀ ସମ୍ପର୍କରେ ଆଶୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଗଷ୍ଟ ୧୬ ଦାବିଦିବସରେ ଶିକ୍ଷକମାନେ ରାଜରାସ୍ତାରେ ସମବେତ ହେବାକୁ ଯାଉଛନ୍ତି ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଆହ୍ୱାନ ଦେଇଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ଶିକ୍ଷକ ଦାବିଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.