ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ, ଭାରତୀୟ ସେନାର କ୍ୟାପଟେନ ସହିଦ

Published: Aug 14, 2024, 3:54 pm IST

ନୂଆଦିଲ୍ଲୀ: ଆଜି ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଭାରତୀୟ ସେନାର କ୍ୟାପଟେନ ସହିଦ ହୋଇଥିବାବେଳେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଛି। ଡୋଡାରେ ସହିଦ ହୋଇଥିବା କ୍ୟାପଟେନ ୪୮ ରାଷ୍ଟ୍ରିୟ ରାଇଫଲରୁ ଆସିଥିଲେ। ହ୍ଵାଇଟ ନାଇଟ୍ କର୍ପସ କହିଛି ଯେ, ପ୍ରବଳ ଗୁଳି ବିନିମୟ ମଧ୍ୟରେ ଆତଙ୍କବାଦୀଙ୍କ ସନ୍ଧାନ ଚାଲିଛି। ଅପରେସନ୍ ସମୟରେ ଯୁଦ୍ଧ ପରି ଭଣ୍ଡାର ଜବତ କରାଯାଇଛି।

Related posts