Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା
ଆଜିର ଖବର

ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା

August 18, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଗଷ୍ଟ ୧୬ ଶିକ୍ଷକ ଦାବିଦିବସରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସକରାତ୍ମକ ଥିଲା ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ପବିତ୍ର ଶିକ୍ଷକ ଦାବିଦିବସରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସଭାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ ପହଞ୍ଚି ସରକାରଙ୍କ ତରଫରୁ ଶିକ୍ଷକମାନଙ୍କର ସମସ୍ୟାପ୍ରତି ସମ୍ବେଦନଶୀଳ ଭାବରେ ନିଜର ସହମତି ବ୍ୟକ୍ତ କରିବା ସହ ଦାବୀପତ୍ର ଗ୍ରହଣ କରିଥିଲେ। ଏହାପରେ ସମନ୍ୱୟ ସମିତିର ପ୍ରତିନିଧିଗଣ ସଚିବାଳୟ ପରିସରରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଆହୂତ ବୈଠକରେ ଯୋଗଦେଇ ଦାବୀପତ୍ର ପ୍ରଦାନ ସହିତ ବିଭିନ୍ନ ସମସ୍ୟାର ସମାଧାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ, ଶିକ୍ଷାକର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କର ଅନେକ ସମସ୍ୟାର ସମାଧାନ ପାଇଁ ସରକାରୀସ୍ତରରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ପୁନର୍ବାର ବୈଠକ କରି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ଏହି ପରିପ୍ରେକ୍ଷୀରେ ସମନ୍ୱୟ ସମିତି ପକ୍ଷରୁ ନୂତନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ସମନ୍ୱୟ ସମିତିର ପ୍ରମୁଖ ଦାବୀଗୁଡ଼ିକ ମଧ୍ୟରେ ୨୫ ରୁ ୩୦ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟରତ ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନ୍‌ସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍‌ସନ୍ ଲାଗୁ କରିବା, ୨୦୦୪ ମସିହା ଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ କର୍ମଚାରୀ ମାନଙ୍କୁ ପେନ୍‌ସନ୍‌, ଚାକିରିସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା ଏବଂ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବା ସହିତ ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନଭୋଜନ, ସାଇକେଲ୍‌, ପୋଷାକ ଆଦି ଯୋଗାଇ ଦେବା ପ୍ରଭୃତି ଅନ୍ତର୍ଭୁକ୍ତ ଥିଲା।

ଆଲୋଚନାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଆବାହକ ରଞ୍ଜନ କୁମାର ଦାଶ, ଓଷ୍ଟାର ସଭାପତି ଅକ୍ଷୟ କୁମାର ମିଶ୍ର, ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ହରେକୃଷ୍ଣ ପାଣିଗ୍ରାହୀ, ମଦ୍ରାସା ଶିକ୍ଷକ ସଂଘ ପକ୍ଷରୁ ଏମ୍‌.ଏ. କାସିମ୍ ବେଗ୍‌, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ ପକ୍ଷରୁ ରଞ୍ଜନ କୁମାର ପଣ୍ଡା, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ ତରଫରୁ ପ୍ରମୋଦ କୁମାର ହୋତାଙ୍କ ସମେତ ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରେସ୍ ଇସ୍ତାହାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷକ ଦାବିଦିବସ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

January 30, 2026

ଭାରତ ବନାମ ନ୍ୟୁଜିଲାଣ୍ଡ ପଞ୍ଚମ ଟି-୨୦ କେବେ ଏବଂ କେଉଁଠି ହେବ? ଜାଣନ୍ତୁ ସମସ୍ତ ବିବରଣୀ

January 30, 2026

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026
Latest News

ଅନଲାଇନ୍ ଠକେଇ ମାମଲା: ଚୀନ୍‌ରେ ୧୧ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ

January 30, 2026

ଅଜିତ ପାୱାରଙ୍କ ମୃତ୍ୟୁ ପରେ ଏହି ଚାରୋଟି ପ୍ରଶ୍ନ, ମହାରାଷ୍ଟ୍ରର ନିର୍ଣ୍ଣୟ କରିବ ରାଜନୈତିକ ଭବିଷ୍ୟତ?

January 30, 2026

ଭାରତ ବନାମ ନ୍ୟୁଜିଲାଣ୍ଡ ପଞ୍ଚମ ଟି-୨୦ କେବେ ଏବଂ କେଉଁଠି ହେବ? ଜାଣନ୍ତୁ ସମସ୍ତ ବିବରଣୀ

January 30, 2026

“ସ୍ୱେଚ୍ଛାଚାରିତା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ…”: ଜାତିସଂଘ ମୁଖ୍ୟଙ୍କ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କୁ ଟାର୍ଗେଟ

January 30, 2026

“ଗୋମାଂସ ବିକ୍ରୟ କରି ରାମରାଜ୍ୟ ପ୍ରତିଷ୍ଠା କରିବ?”: ଯୋଗୀ ସରକାରଙ୍କୁ ଚେତାବନୀ ଦେଲେ ଶଙ୍କରାଚାର୍ଯ୍ୟ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.