Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରଲା ଷ୍ଟେସନ ଠାରେ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ ଏବଂ ୱାଗନ୍ ରୁଟିନ୍ ମରାମତି ସୁବିଧା ପ୍ରକଳ୍ପ କାର୍ଯ୍ୟକ୍ଷମ
ଆଜିର ଖବର

ସରଲା ଷ୍ଟେସନ ଠାରେ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ ଏବଂ ୱାଗନ୍ ରୁଟିନ୍ ମରାମତି ସୁବିଧା ପ୍ରକଳ୍ପ କାର୍ଯ୍ୟକ୍ଷମ

August 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବୃଦ୍ଧି ପାଉଥିବା ଶିଳ୍ପ ଚାହିଦା ପୂରଣ ଦିଗରେ ପୂର୍ବତଟ ରେଳପଥ ସମ୍ବଲପୁର ନିକଟସ୍ଥ ସରଲା ଷ୍ଟେସନରେ ଏକ ପଣ୍ୟବାହୀ ଟ୍ରେନ୍ ପରୀକ୍ଷଣ ଏବଂ ରୁଟିନ୍ ମରାମତି (ROH) ସୁବିଧାକୁ ସଫଳତାର ସହ କାର୍ଯ୍ୟକ୍ଷମ କରାଇ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ରାଇଟ୍ସ (RITES) ଲିମିଟେଡ୍ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏବଂ ସମ୍ବଲପୁର ରେଳ ମଣ୍ଡଳ ଗତି ଶକ୍ତି ୟୁନିଟ୍ (ଜିଏସୟୁ) ସହଯୋଗରେ ପ୍ରାୟ 200 କୋଟି ଟଙ୍କା ବିନିଯୋଗ ଦ୍ୱାରା ଏହି ପ୍ରକଳ୍ପକୁ ଜୁନ୍ 2024 ରେ ସମ୍ପୂର୍ଣ୍ଣ କରାଯାଇଅଛି।

ଭାରତୀୟ ରେଳବାଇରେ ଦ୍ରୁତ ଅଗ୍ରଗତି କରୁଥିବା ସମ୍ବଲପୁର ରେଳମଣ୍ଡଳ ଏହାର ପରିସୀମା ମଧ୍ୟରୁ ଇସ୍ପାତ, ଆଲୁମିନିୟମ୍ ଏବଂ କୋଇଲା କ୍ଷେତ୍ର ସମେତ ଏହି ଅଞ୍ଚଳର ପ୍ରମୁଖ ଶିଳ୍ପଗୁଡିକରେ ସେବା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଅଛି। ଏହି ଅଞ୍ଚଳର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ପାଇଁ ସରଲା ଷ୍ଟେସନରେ ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ରୁଟିନ ମରାମତି ଡିପୋର ବିକାଶ ଜରୁରୀ ଥିଲା ଯାହାକି କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହିତ ପରିଚାଳନାଗତ ଦକ୍ଷତା ବୃଦ୍ଧି କରାଯାଇ ହେବ। ଏହି ବିକାଶ ପୂର୍ବରୁ, ପଣ୍ୟବାହୀ ଟ୍ରେନ ପରୀକ୍ଷଣ ଓ ମରାମତି ପାଇଁ ଦୂର ସ୍ଥାନକୁ ଯାଞ୍ଚ ପାଇଁ ପଠାଯିବାକୁ ବାଧ୍ୟ କରୁଥିଲା ଯାହା ପରିଚାଳନାହଟ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଥିଲା।

ପ୍ରୋଜେକ୍ଟ ହାଇଲାଇଟ୍ସ:

1. ନୂତନ ସୁବିଧା ବିକଶିତ ହେଲା:

ROH ସେଡ୍, ଏକ ନୂତନ ଷ୍ଟେସନ୍ ବିଲଡିଂ, ଇଲେକ୍ଟ୍ରିକ୍ ସବଷ୍ଟେସନ୍, ଅଫିସ୍, ଟ୍ରେନିଂ ହଷ୍ଟେଲ ଏବଂ ଦୁଇଟି ପରୀକ୍ଷଣ ଲାଇନକୁ ରାଇଟ୍ସ ଦ୍ୱାରା 160 କୋଟି ଟଙ୍କା ମୂଲ୍ୟରେ ବିକଶିତ କରାଯାଇ ଜୁନ୍ 2024 ରେ କାର୍ଯ୍ୟସମାପ୍ତ କରାଯାଇଥିଲା।

ଗତି ଶକ୍ତି ୟୁନିଟ ଦ୍ୱାରା ଆନୁମାନିକ ପ୍ରାୟ ₹ 40 କୋଟି ମୂଲ୍ୟରେ ଗୋଟିଏ ଅତିରିକ୍ତ ଲୁପ୍ ଲାଇନ ଏବଂ ଦୁଇଟି ପଣ୍ୟ ପରିବହନ ପରୀକ୍ଷଣ ଲାଇନ ବିକଶିତ କରାଯାଇଅଛି। ଏହି ଲାଇନ ଗୁଡ଼ିକର ସମ୍ପୂର୍ଣ୍ଣ ବିଦ୍ୟୁତିକରଣ ଅଗଷ୍ଟ 2024 ରେ ସମାପ୍ତ କରାଯାଇଥିଲା।

2. ଉନ୍ନତ ୟାର୍ଡ ରିମଡେଲିଂ:

ସରଲା ୟାର୍ଡକୁ 64 ଟି ନୂତନ ଟର୍ନଆଉଟ୍ ଏବଂ 10.4 ଟ୍ରାକ କିଲୋମିଟରର ନୂତନ ଟ୍ରାକ୍ ନିର୍ମାଣ କରାଯାଇଅଛି ଏବଂ ନୂତନ ଆଧୁନିକ ପ୍ରଣାଳୀ ଉପଯୋଗ କରାଯାଇ ରୂପାନ୍ତରିତ ସହିତ 195 ରୁଟ୍ ର କାର୍ଯ୍ୟକ୍ଷମ କରାଯାଇଅଛି।

ଏହି କାର୍ଯ୍ୟରେ ଅପ ଓ ଡ଼ାଉନ ମେନ୍ ଲାଇନ୍ ରେ ନନ-ଇଣ୍ଟରଲକିଙ୍ଗ ଓ ଇଣ୍ଟରଲକିଙ୍ଗ କାର୍ଯ୍ୟ ବ୍ଲକଗୁଡିକର ଯତ୍ନର ସହ ଯୋଜନା କରାଯାଇଥିଲା ଏବଂ ପଣ୍ୟ ପରିବହନ କାର୍ଯ୍ୟରେ ସର୍ବନିମ୍ନ ବ୍ୟାଘାତ ସହିତ ନୂତନ ଭିତ୍ତିଭୂମି ବିକାଶ କରାଯାଇଥିଲା।

3. କାର୍ଯ୍ୟ ଆରମ୍ଭ ହେଲା:

14 ଜୁନ୍ 2024 ରେ ନୂତନ ସରଲା ୟାର୍ଡ଼କୁ ସଫଳତାର ସହିତ କାର୍ଯ୍ୟକ୍ଷମ କରାଗଲା ଏବଂ 25 ଜୁନ୍ 2024 ରେ ପଣ୍ୟବାହୀ ଟ୍ରେନ୍ ପରୀକ୍ଷା ଆରମ୍ଭ ହୋଇଥିଲା। 13 ଅଗଷ୍ଟ 2024 ରେ ପ୍ରଥମ ରହ (ରୁଟିନ ମରାମତି) କାର୍ଯ୍ୟ ହାସଲ କରାଯାଇଥିଲା।

4. କ୍ଷମତା ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି:

ୟାର୍ଡ଼ରେ 90-100 ଟ୍ରେନ୍ ପରୀକ୍ଷା ଏବଂ 100 ୱାଗନ୍ ର ROH (ରୁଟିନ ମରାମତି) ପରିଚାଳନା କରିବା ପାଇଁ ମାସିକ କ୍ଷମତା ଅଛି, ସୁରକ୍ଷାକୁ ସୁଦୃଢ଼ କରିବା ସହିତ BTAP (ଆଲୁମିନିୟମ୍ ବହନ କରୁଥିବା ୱାଗନ୍) ର ଟର୍ନ ଆରାଉଣ୍ଡ ଟାଇମ୍ (TAT) କୁ 30% ହ୍ରାସ କରାଯାଇପାରିବ।

5. ଆଉଟସୋର୍ସିଂ ଅପରେସନ୍:

ଏହି ଡ଼ିପୋରେ ମାତ୍ର ଅଳ୍ପ ସଂଖ୍ୟକ କର୍ମଚାରୀମାନଙ୍କୁ ନେଇ ଭାରତୀୟ ରେଳପଥରେ ପ୍ରଥମ ଥର ପାଇଁ ରୁଟିନ ମରାମତି ଏବଂ ସିକ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ ଆଉଟସୋର୍ସିଂ ମଡେଲରେ ପରିଚାଳିତ କରାଯାଇ ଡିପୋର କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରାଯାଉଅଛି।

ଆଞ୍ଚଳିକ ଅର୍ଥନୀତି ଉପରେ ପ୍ରଭାବ:

ସରଲା ଷ୍ଟେସନରେ ପଣ୍ୟ ପରିବହନ ଡିପୋର ବିକାଶ ଶିଳ୍ପ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପକୁ ଆକର୍ଷିତ କରି ସମ୍ବଲପୁର ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ପ୍ରମୁଖ ଶିଳ୍ପ ହବ୍ ଯଥା ଝାରସୁଗୁଡା ଏବଂ ନିକଟବର୍ତ୍ତୀ ସାଇଡିଙ୍ଗ୍ ସହିତ ଏହି ସୁବିଧା ଉକ୍ତ ଅଞ୍ଚଳରେ ପଣ୍ୟ ପରିବହନ କାର୍ଯ୍ୟର କାର୍ଯ୍ୟକ୍ଷମତାକୁ ମଧ୍ୟ ବୃଦ୍ଧି କରାଇବ।

ନୂତନ ସରଲା ୟାର୍ଡ଼ର କାର୍ଯ୍ୟକ୍ଷମ ହେବା ସହିତ ପୂର୍ବତଟ ରେଳପଥ ଓଡିଶାର ବିସ୍ତାରିତ ଶିଳ୍ପ ସଂସ୍ଥା ଗୁଡିକର ଚାହିଦା ପୁରାଣ କରିବା ପାଇଁ ଭଲ ସ୍ଥିତିରେ ଅଛି, ଯାହା ଦ୍ୱାରା ଏହି ଅଞ୍ଚଳର ଆର୍ଥିକ ସମୃଦ୍ଧତା ତଥା ଭାରତୀୟ ରେଳ ନେଟୱର୍କରେ ସୁଗମ, ଅଧିକ ଦକ୍ଷ ପଣ୍ୟ ପରିବହନ କାର୍ଯ୍ୟ ସୁନିଶ୍ଚିତ ହେବ।

ପଣ୍ୟବାହୀ ଟ୍ରେନ୍ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.