ଚଳିତ କ୍ରିକେଟ ବିଶ୍ବକପ୍ରେ ମୁକାବିଲା କରିବାକୁ ଯାଉଛନ୍ତି ଆୟୋଜକ ଇଂଲଣ୍ଡ ଏବଂ ବିରାଟ କୋହଲିଙ୍କ ଭାରତ। ଟୁର୍ଣ୍ଣାମେଣ୍ଟର ଏକମାତ୍ର ଅପରାଜେୟ ଦଳ ଭାରତ ୬ଟି ମ୍ୟାଚ୍ରୁ ୫ଟିରେ ବିଜୟ ହାସଲ କରିଥିବା ବେଳେ ସେମିରେ ପ୍ରବେଶ କରିବା ପାଇଁ ଭାରତକୁ ମାତ୍ର ଗୋଟିଏ ବିଜୟ ଆବଶ୍ୟକ। ଅପରପକ୍ଷରେ ସେମି ଫାଇନାଲ ଦୌଡରେ ରହିବାକୁ ହେଲେ ଇଂଲଣ୍ଡକୁ ମଧ୍ୟ ଏହି ମ୍ୟାଚ୍ରେ ବିଜୟୀ ହେବାକୁ ପଡିବ। ଭାରତ ପକ୍ଷରୁ ଦୁଇ ଓପ୍ନରଙ୍କ ସହିତ ଅଧିନାୟକ ବିରାଟ କୋହଲି ଭଲ ଫର୍ମରେ ରହିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ସାମି ଏବଂ ଜଶ୍ପ୍ରୀତ୍ ବୁମ୍ରା ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ, ରୁଟ୍, ବାୟେରେଷ୍ଟୋ ଏବଂ ଜାସନ୍ ରୟ ଭଲ ପ୍ରଦର୍ଶନ କରିଛନ୍ତି। ଏହି ମ୍ୟାଚ୍ରେ ବିଜୟୀ ହେବା ପାଇଁ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଗତ ଦୁଇଟି ମ୍ୟାଚ୍ରୁ ୮ଟି ଓ୍ବିକେଟ୍ ଅକ୍ତିଆର କରିଥିବା ସାମି ପୁନର୍ବାର ଏହି ମ୍ୟାଚ୍ରେ ଖେଳିବାର ସମ୍ଭାବନା ରହିଥିବା ବେଳେ ଭୁବନେଶ୍ବର କୁମାର ବାଦ ପଡିବାର ସମ୍ଭାବନା ରହିଛି। ଏଜ୍ବାଷ୍ଟନ୍ରେ ମ୍ୟାଚ୍ ଆଜି ଅପରାହ୍ନ ୩.୦୦ରେ ଖେଳାଯିବ।
ଏଜ୍ବାଷ୍ଟନରେ ଭାରତ- ଇଂଲଣ୍ଡ ମୁକାବିଲା : ସେମିଫାଇନାଲ ଆଶାରେ ଭାରତ
Published:
Jun 30, 2019, 12:46 pm IST
Tags: