Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପବିତ୍ର ଜନ୍ମାଷ୍ଠମୀ: ଆଜି ଯଦି ଭଗବାନ କୃଷ୍ଣ ଥାଆନ୍ତେ ତେବେ ତାଙ୍କୁ କେତେ ବୟସ ହୋଇଥାଆନ୍ତା!
ଆଜିର ଖବର

ପବିତ୍ର ଜନ୍ମାଷ୍ଠମୀ: ଆଜି ଯଦି ଭଗବାନ କୃଷ୍ଣ ଥାଆନ୍ତେ ତେବେ ତାଙ୍କୁ କେତେ ବୟସ ହୋଇଥାଆନ୍ତା!

August 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ। ହିନ୍ଦୁ ଧର୍ମର ଏହା ହେଉଛି ଏକ ବଡ ପର୍ବ। ଏହି ଦିନ ପ୍ରାୟତଃ ସମସ୍ତେ ଉପବାସ ଗ୍ରହଣ କରିଥାନ୍ତି। ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦିନ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥାଏ। ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଠମୀ ପର୍ବ ଦିନ ସ୍ବତନ୍ତ୍ର ନୀତି କରାଯାଇଥାଏ।

ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ, ଦ୍ବାପର ଯୁଗ ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି। ବର୍ତ୍ତମାନ କଳିଯୁଗ ଯୁଗାଦ୍ଦ ୫୧୧୩ ଚାଲିଛି। ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ। ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା।

ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ। ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ। ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜ୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ ।

ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ। ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ। ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ।

ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି। ଏହା ଭାଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ। ଭଗବତ ଗୀତା ବିଶ୍ବ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ବୋଲି ବିଶ୍ବାସ ରହିଛି।

କୃଷ୍ଣଜନ୍ମ ଜନ୍ମାଷ୍ଠମୀ ଭଗବାନ କୃଷ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

“ଗୋମାଂସ ବିକ୍ରୟ କରି ରାମରାଜ୍ୟ ପ୍ରତିଷ୍ଠା କରିବ?”: ଯୋଗୀ ସରକାରଙ୍କୁ ଚେତାବନୀ ଦେଲେ ଶଙ୍କରାଚାର୍ଯ୍ୟ

January 30, 2026

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026
Latest News

“ସ୍ୱେଚ୍ଛାଚାରିତା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ…”: ଜାତିସଂଘ ମୁଖ୍ୟଙ୍କ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କୁ ଟାର୍ଗେଟ

January 30, 2026

“ଗୋମାଂସ ବିକ୍ରୟ କରି ରାମରାଜ୍ୟ ପ୍ରତିଷ୍ଠା କରିବ?”: ଯୋଗୀ ସରକାରଙ୍କୁ ଚେତାବନୀ ଦେଲେ ଶଙ୍କରାଚାର୍ଯ୍ୟ

January 30, 2026

ଏନସିପି ମିଶ୍ରଣର ବଡ଼ ସଙ୍କେତ: ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବେ ଶରଦ ପାୱାର!

January 30, 2026

ଷଷ୍ଠ ବିଜୟ ସହିତ ଫାଇନାଲ ସ୍ଥାନ ସୁରକ୍ଷିତ କଲା ବେଙ୍ଗାଲୁରୁ, ହାରିସ୍ ଏବଂ ମନ୍ଧାନାଙ୍କ ଚମତ୍କାର

January 30, 2026

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.