ଦେଶର ପ୍ରମୁଖ ସିୟା ଧର୍ମଗୁରୁ ଓ ଅଲ୍ଇଣ୍ଡିଆ ମୁସଲିମ୍ ପସର୍ନାଲ୍ ଲ’ ବୋର୍ଡର ବରିଷ୍ଠ ସଦସ୍ୟ ମୌଲାନା କଲ୍ବେ ଜବାଦ୍ ଦେଶରେ ଏକ ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଗୋଷ୍ଠୀକନ୍ଦଳ ଦ୍ବାରା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି। ଏହି ଅପରାଧ ପାଇଁ ଫାଶୀର ପ୍ରାବଧନ ହେବା ନେଇ ଦାବି ରଖିଛନ୍ତି। ମୌଲାନା ଜଭାଦ୍ ଦେଶରେ ବଢି ଚାଲିଥିବା ‘ମବ୍ ଲିଚିଂ’ କୁ ନେଇ ନିନ୍ଦା କରିବା ସହ ଏପରି ଅପରାଧ ଘଟାଉଥିବା ଅପରାଧୀଙ୍କ ପାଇଁ କଡ଼ା ଦଣ୍ଡବିଧାନ ପାଇଁ ଯୁକ୍ତି ବାଢିଛନ୍ତି। ‘ମବ୍ ଲିଚିଂ’ ଏବେ ଏନ୍କାଉଣ୍ଟରର ଏକ ନୂଆ ରୂପ ପାଲଟିଛି। ଆଗରୁ ସରକାର ଏନ୍କାଉଣ୍ଟର କରୁଥିଲେ ଏବେ କିନ୍ତୁ ଜନତାଙ୍କୁ ଏନ୍କାଉଣ୍ଟର କରିବାର ଅଧିକାର ଦିଆହୋଇଛି। ଏପରି ଅପରାଧୀଙ୍କୁ ଦୁଇ ବର୍ଷର ଜେଲ୍ ଦଣ୍ଡ ଦେବା ଅପେକ୍ଷା ଫାଶୀର ସଜ୍ଜା କରିବା ଦରକାର। ଏପରି କରିବା ଦ୍ବାରା ଏହି ଅପରାଧକୁ କାବୁ କରିହେବ। ଏହି ଘଟଣା ଦ୍ବାରା ସରକାରଙ୍କ ବହୁତ ନିନ୍ଦା ହେଉଛି। ଏଇ ଘଟଣା ପାଇଁ ଯେଉଁ ନେତାମାନେ ଦାୟୀ ରହୁଛନ୍ତି, ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ଜବାଦ୍ କହିଛନ୍ତି। ନିକଟରେ ଝାରଖଣ୍ଡରେ ହୋଇଥିବା ଭିଡ ହିଂସାରେ ଅନ୍ସାରୀଙ୍କ ମୃତ୍ୟ ଘଟଣାକୁ ନେଇ ଦୁଃଖପ୍ରକଟ କରିବା ସହିତ ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ଜବାଦ୍।
ଏନ୍କାଉଣ୍ଟରର ନୂଆ ରୂପ ହେଉଛି ‘ମବ୍ ଲିଚିଂ’ – କଲ୍ବେ ଜବାଦ୍
Published:
Jun 30, 2019, 4:42 pm IST
Tags: