ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ପଦକ୍ଷେପ ନେଇ ରବିବାର ଉତ୍ତର କୋରିଆ ଗସ୍ତ କରି ରାଷ୍ଟ୍ରପତି କିମ୍ ଜୋଙ୍ଗ ଉନଙ୍କୁ ଭେଟିଛନ୍ତି। ଟ୍ରମ୍ପ ପ୍ରଥମ ରାଷ୍ଟ୍ରପତି ଭାବେ ଉତ୍ତର କୋରିଆରେ ପାଦ ରଖିଛନ୍ତି। କେବଳ ଏତିକି ନୁହେଁ, କିମ୍ ଜୋଙ୍ଗ ଉନଙ୍କୁ ଟ୍ରମ୍ପ ହ୍ବାଇଟ୍ ହାଉସକୁ ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ଟ୍ରମ୍ପ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗଙ୍କ ପ୍ରଶଂସା କରିଛନ୍ତି। ଟ୍ରମ୍ପ ଏବଂ କିମ୍ ଜୋଙ୍ଗ ଉନ ଏହି ସାକ୍ଷାତକୁ ଐତିହାସିକ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି, ଉତ୍ତର କୋରିଆର ମାଟି ଉପରେ ପାଦ ରଖିବା ତାଙ୍କ ପାଇଁ ଗର୍ବର ବିଷୟ। ସେହିପରି ଏହି ସାକ୍ଷାତ ଟ୍ରମ୍ପଙ୍କ ସହିତ ତାଙ୍କର ଭଲ ସମ୍ପର୍କକୁ ଦର୍ଶାଉଛି ବୋଲି କିମ୍ ଜୋଙ୍ଗ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଉତ୍ତର କୋରିଆର ଏକ ମାଲବାହୀ ଜାହାଜ ବେଆଇନ ଭାବେ କୋଇଲା ନେଇଯାଉଥିବାବେଳେ ଆମେରିକା ତାହାକୁ ଜବତ କରିଥିଲା। ଏହାକୁ ନେଇ କିମ୍ ଜୋଙ୍ଗ ଆମେରିକା ଉପରେ ଖପ୍ପା ହୋଇଯାଇଥିଲେ। ଏହାପରେ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା ଏବଂ କିମ୍ ଜୋଙ୍ଗ ନିଜର ସେନାକୁ ଆକ୍ରମଣ କ୍ଷମତା ବଢ଼ାଇବାକୁ ନିର୍ଦେଶ ଦେଇଥିଲେ।
ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବରେ ଉତ୍ତର କୋରିଆରେ ଟ୍ରମ୍ପ : କିମ୍ ଜଙ୍ଗ ଉନ୍ଙ୍କୁ ଆମନ୍ତ୍ରଣ
Published:
Jun 30, 2019, 5:46 pm IST
Tags: