ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଘେରିଲେ ଦୀପାଳି ଦାସ, ପଚାରିଲେ ଚାରିଟି ପ୍ରଶ୍ନ

Published: Aug 29, 2024, 12:24 pm IST

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଘେରିଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ବିଜେପି ସରକାରକୁ କଡା ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ତରଫରୁ ଯେଉଁ ନିର୍ବାଚନ ଇସ୍ତାହାର ଦିଆଯାଇଥିଲା ତାହା କେବଳ ଏକ ପ୍ରହସନ। ସୁଭଦ୍ରା ଯୋଜନା ନାଁରେ ମା’ମାନଙ୍କ ଭାବନା ସହିତ ଏବଂ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳିର ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କ ଭାବନା ସହିତ ଖେଳିଛି।

ଏଥିସହିତ ସେ ବିଜେପି ନେତାଙ୍କୁ ଚାରିଟି ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି ଯେ, ଏସବୁ ପ୍ରଶ୍ନର ଉତ୍ତର ବିଜେପି ନେତାମାନେ ଦେଇପାରିବେ ତ? ସେହି ପ୍ରଶ୍ନଗୁଡିକ ହେଲା..

୧. ଅଙ୍ଗନୱାଡି କର୍ମୀ ଏବଂ ଶିକ୍ଷା ସହାୟିକା ସୁଭଦ୍ରା ଯୋଜନାରେ ସାମିଲ ହେବେନି, ଏମାନେ କ’ଣ ଭୋଟ୍‌ ଦେଇନଥିଲେ?

୨. ୨୧ ବର୍ଷରୁ କମ ଏବଂ ୬୦ ବର୍ଷରୁ ଅଧିକ ମହିଳା ସୁଭଦ୍ରା ଯୋଜନାର ସୁବିଧା ପାଇବେନି, ଏମାନେ କ’ଣ ଭୋଟ୍‌ ଦେଇନଥିଲେ?

୩. କୃଷି କାର୍ଯ୍ୟ ପାଇଁ ମିନି ଟ୍ରାକ୍ଟର ଓ ଅନ୍ୟ ସହାୟତା ପାଇଥିବା ମହିଳା ଚାଷୀ ସୁଭଦ୍ରାରୁ ବଞ୍ଚିତ ହେବେ, ଏମାନେ କ’ଣ ଭୋଟ୍‌ ଦେଇନଥିଲେ?

୪. ମାସିକ ୮୩୩ ଟଙ୍କା ପାଇ କେଉଁ ପ୍ରକାରର ବ୍ୟବସାୟ କରିପାରିବେ ମହିଳାମାନେ?

ଏହି ପ୍ରଶ୍ନର ଜବାବ ମାଗିଛନ୍ତି ଦୀପାଳି

Related posts