ଭୁବନେଶ୍ଵର ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ପକ୍ଷରୁ ବଡ ଘୋଷଣା: ଆସନ୍ତାକାଲି ବନ୍ଦ ରହିବ ସେବା

Published: Aug 29, 2024, 3:54 pm IST

ଭୁବନେଶ୍ଵର: ପାସପୋର୍ଟ ସେବା କେନ୍ଦ୍ର (PSK), ଭୁବନେଶ୍ୱର ଏବଂ ସମସ୍ତ ଡାକଘର ପାସପୋର୍ଟ ସେବା କେନ୍ଦ୍ର (POPSKs – ଆସ୍କା, ବାଲେଶ୍ୱର, ବରଗଡ, ବାରିପଦା, ବରହମପୁର, ଭଦ୍ରକ, ଭବାନୀପାଟଣା, ବଲାଙ୍ଗିର, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡା, ଫୁଲବାଣୀ, ପୁରୀ, ରାଉରକେଲା, ସମ୍ବଲପୁର, କେଉଁଝର, ନବରଙ୍ଗପୁର , କୋରାପୁଟ , ଯାଜପୁର), ଯେଉଁଗୁଡିକ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ (RPO), ଭୁବନେଶ୍ୱର ଅଧୀନରେ କାର୍ଯ୍ୟକ୍ଷମ, ପୂର୍ବ ନିର୍ଦ୍ଧାରିତ ରକ୍ଷଣାବେକ୍ଷଣ କାର୍ଯ୍ୟହେତୁ, ଶୁକ୍ରବାର, ୩୦ ଅଗଷ୍ଟ ୨୦୨୪ ଦିନ ବନ୍ଦ ରହିବ।

୨. ଯେଉଁ ଆବେଦନକାରୀ ସାକ୍ଷାତକାର ୩୦ ଅଗଷ୍ଟ ୨୦୨୪, ଶୁକ୍ରବାର ପାଇଁ ସ୍ଥିର କରିଛନ୍ତି, ସେହି ଆବେଦନକାରୀ ସାକ୍ଷାତକାର ପାଇଁ ସ୍ୱୟଂଚାଳିତ ଭାବରେ ସିଷ୍ଟମ ମାଧ୍ୟମରେ ଅନ୍ୟ ଏକ  ତାରିଖ ପାଇବେ,  ଅଥବା ସେମାନେ ନିଜ ପସନ୍ଦ ଅନୁଯାୟୀ ସେମାନଙ୍କର ସାକ୍ଷାତକାର ପୁନଃ ସ୍ଥିର କରିପାରିବେ।

୩. ଅଧିକ ସୂଚନା ପାଇଁ, ଦୟାକରି ୦୬୭୪ – ୨୫୬୩୮୫୫ ରେ ଯୋଗାଯୋଗ କରନ୍ତୁ।

Related posts