Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାୟେରେଷ୍ଟୋଙ୍କ ଶତକ, ଷ୍ଟୋକ୍ସଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ସମ୍ମୁଖରେ 338 ରନ୍‌ର ବିଜୟ ଲକ୍ଷ୍ୟ
ଆଜିର ଖବର

ବାୟେରେଷ୍ଟୋଙ୍କ ଶତକ, ଷ୍ଟୋକ୍ସଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ସମ୍ମୁଖରେ 338 ରନ୍‌ର ବିଜୟ ଲକ୍ଷ୍ୟ

June 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
bairstow scentury keeps india in toe
bairstow scentury keeps india in toe

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଚଳିତ ବିଶ୍ବକପ୍‌ର 38 ତମ ମ୍ୟାଚ୍‌ରେ ଭାରତ ସମ୍ମୁଖରେ 338 ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଇଂଲଣ୍ଡ । ଇଂଲଣ୍ଡ ପକ୍ଷରୁ ଜନି ବାୟାରେଷ୍ଟୋ ଶତକ ହାସଲ କରିଥିବା ବେଳେ ଭାରତ ପକ୍ଷରୁ ମହମ୍ମଦ ସାମି 5ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଟସ୍‌ ଜିତି ଇଂଲଣ୍ଡ ଅଧିନାୟକ ଇଅନ୍‌ ମୋର୍ଗାନ୍‌ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଇଂଲଣ୍ଡ 7 ଓ୍ବିକେଟ ହରାଇ 337 ରନ୍‌ ସଂଗ୍ରହ କରିଥିଲା । ଜନି ବାୟେରେଷ୍ଟୋ 109 ବଲ୍‌ରୁ 10 ଚୌକା ଏବଂ 6 ଛକ୍କା ସହାୟତାରେ 111 ରନ୍‌ ସଂଗ୍ରହ କରିଥିବା ବେଳେ ଜାସନ୍‌ ରୟ ଏବଂ ଷ୍ଟୋକ୍ସ ଅର୍ଦ୍ଧଶତକ ହାସଲ କରିଥିଲେ । ରୟ(66) ଏବଂ ବାୟେରେଷ୍ଟୋ ପ୍ରଥମ ଓ୍ବିକେଟ୍‌ରେ 160 ରନ୍‌ ଯୋଡିଥିଲେ । ଏହାପରେ ସାମି ନିୟମିତ ବ୍ୟବଧାନରେ ଓ୍ବିକେଟ ଅକ୍ତିଆର କରି ଇଂଲଣ୍ଡର ରନ୍‌ ହାର ଉପରେ ଅଙ୍କୁଶ ଲଗାଇଥିଲେ । ଶେଷ ଭାଗରେ ଷ୍ଟୋକ୍ସ 54 ବଲ୍‌ରୁ 6 ଚୌକା ଏବଂ 3 ଛକ୍କା ସହାୟତାରେ 79 ରନ୍‌ ସଂଗ୍ରହ କରିବାରୁ ଦଳ 330 ଅତିକ୍ରମ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଜୋସ୍‌ ବଟଲର 8ଟି ବଳ୍‌ରୁ 20 ଏବଂ ଜୋ ରୁଟ୍‌ 54 ବଲ୍‌ରୁ 44 ରନ୍‌ର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ସାମି 69 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ହାସଲ କରିଥିବା ବେଳେ ବୁମ୍‌ରା ମିତବ୍ୟୟୀ ବୋଲିଂ କରି 10 ଓଭରରେ ମାତ୍ର 44 ରନ୍‌ ପ୍ରଦାନ କରିବା ସହିତ ଷ୍ଟୋକ୍ସଙ୍କ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଦୁଇ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ଯଥାକ୍ରମେ 88 ଏବଂ 72 ରନ୍‌ ବ୍ୟୟ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Latest News

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026

ସୋଆ ଆଇଏଏସ୍ ପକ୍ଷରୁ ବିଶ୍ୱ ଡାଲି ଦିବସ ପାଳିତ

February 11, 2026

ନକ୍ସଲମୁକ୍ତ ରାଷ୍ଟ୍ର ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କଲେ ଓଡ଼ିଶା ସରକାର

February 11, 2026

ଟିମ୍ ଇଣ୍ଡିଆକୁ ଡବଲ ଝଟକା: ଅଭିଷେକ ଶର୍ମା ଅସୁସ୍ଥ ଖବର ପରେ ଇଶାନ କିଷାନ ଆହତ!

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.