Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ଆଜିର ଖବର

ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

September 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷ (CRC) ର ଉଦ୍‌ଘାଟନ କୃଷି ଭବନରେ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରାଜ୍ୟ କାର୍ଯ୍ୟ ଯୋଜନା (SAPCC)ର କାର୍ଯ୍ୟକ୍ଷମ ଏବଂ ତଦାରଖ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ପ୍ରତିଷ୍ଠା ହୋଇଛି।

ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଗବେଷଣା, ନୀତି ପ୍ରଣୟନ, ବୃତ୍ତିଗତ ଦକ୍ଷତା ବୃଦ୍ଧି ଏବଂ ନୀତି ନିୟୋଜନ ଓ ପ୍ରଚାର ପ୍ରସାର ନିମନ୍ତେ ଆନ୍ତର୍ଜାତିକ ସଂସ୍ଥାମାନଙ୍କ ସହଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏକ ପରିବେଶ ଅନୁକୂଳ ଓ ଜଳବାୟୁ ସମ୍ବେଦନଶୀଳ ନୀତିର ରୂପରେଖ ଗଠନ କରିବାକୁ ଯାଉଛି। ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୀତି ଅଧ୍ୟୟନ କେନ୍ଦ୍ର (CSTEP) ଏହି ପ୍ରକ୍ରିୟାର ଦୁଇ ପ୍ରମୁଖ ସହଯୋଗୀ ଅଟନ୍ତି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ରାଜ୍ୟରେ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଜଳବାୟୁ ସହନଶୀଳ କୃଷି ପଦ୍ଧତି ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିରନ୍ତର ଉତ୍ପାଦନ, ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ, ଆମେ ଜଳବାୟୁ ଅନୁକୂଳ ଅନୁଶୀଳନ କୃଷିକୁ ଆପଣେଇବା ନିତାନ୍ତ ଜରୁରୀ ବୋଲି ପ୍ରକାଶ କରିଥିଲେ।

ସହନୀୟ କୃଷିଜନିତ ଖାଦ୍ୟ ପ୍ରଣାଳୀ କାର୍ଯ୍ୟକାରୀ କରିବା, ଦକ୍ଷତା ବୃଦ୍ଧି ଏବଂ ପ୍ରଭାବୀ ନୀତିର ନିର୍ଦ୍ଧାରଣ, ଗ୍ରୀନ ହାଉସ ଗ୍ୟାସ ହ୍ରାସ, ଦକ୍ଷ ଜଳସେଚନ ପଦ୍ଧତି ଏବଂ ଭବିଷ୍ୟତରେ ଜଳବାୟୁ ସ୍ମାର୍ଟ ଅଭ୍ୟାସକୁ ବଜାୟ ରଖିବା ଆବଶ୍ୟକ। ଦକ୍ଷତା ବିକାଶରେ ଜଳବାୟୁ ଅନୁକୁଳ ଅନୁଶୀଳନ କକ୍ଷ ସହଯୋଗ କରିବା ଉଦ୍ଦେଶ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ କାର୍ଯ୍ୟ କରିବା ନିମନ୍ତେ ଆଇଏଫପିଆରଆଇ ଏବଂ ସିଏସଟିଇପି ଭଳି ଅନୁଷ୍ଠାନ ମାନଙ୍କୁ ନିୟୋଜିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ, କୃଷକ ଓ ନାଗରିକମାନଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ ରଖିବା ସହିତ ସାମୂହିକ ଭାବେ ଅଙ୍ଗାରକାମ୍ଲ ଗ୍ୟାସକୁ ଯଥାସମ୍ଭବ କମ୍ କରିବା ପାଇଁ ଏହି ପଦକ୍ଷେପ ସହାୟକ ହେବ । ଏହି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଦ୍ଧ। ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହି ଯୋଜନା କୁ ପାଣ୍ଠି ଯୋଗାଇ ଦିଆଯିବ। ଯାହାଦ୍ୱାରା ରାଜ୍ୟ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡିବ ନାହିଁ।

ଆଇଏଫପିଆରଆଇର ସାଉଥ ଏସିଆ ନିର୍ଦ୍ଦେଶକ, ଡ଼ ସହିଦୁର ରସିଦ ଏହି କୃଷି, ଜଳବାୟୁ ଏବଂ ପ୍ରାକୃତିକ ସମ୍ପଦ ସମ୍ବନ୍ଧୀୟ ନୀତି ଗବେଷଣାରେ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଦକ୍ଷତା ବିନିଯୋଗ କରି ଆଇଏଫପିଆରଆଇ ଓଡ଼ିଶାର କୃଷକଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବ ବୋଲି କହିଥିଲେ। ଆହୁରି ମଧ୍ୟ ବିଶ୍ଵସ୍ତରୀୟ ଦକ୍ଷତା କେନ୍ଦ୍ର ସେମାନଙ୍କର ଉନ୍ନତ ଜ୍ଞାନ କୌଶଳ ଆଇଏଫପିଆରଆଇ ଦ୍ଵାରା ଓଡ଼ିଶାକୁ ଯୋଗାଇ ଦେବେ ବୋଲି କହିଛନ୍ତି।

ଉଦଘାଟନୀ ଉତ୍ସବରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ୍ ପୱନ କଲ୍ୟାଣ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶୁଭ୍ରାଂଶୁ ମିଶ୍ର ଓ ଆଇଏଫପିଆରଆଇର ରିସର୍ଚ୍ଚ ସଂଯୋଜକ ଡ. ମମତା ପ୍ରଧାନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ନିଶ୍ଚିତ ଭାବରେ ଓଡ଼ିଶାର କୃଷି ବ୍ୟବସ୍ଥାକୁ ସମୃଦ୍ଧ, ଜୀବିକାକୁ ସରସ ଏବଂ ରାଜ୍ୟରେ ଅର୍ଥନୈତିକ ବିକାଶର ପରିପନ୍ଥୀ ହେବ।

କନକ ବର୍ଦ୍ଧନ ସିଂହଦେଓ କୃଷି ଭବନ ଜଳବାୟୁ ପରିବର୍ତ୍ତନ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.