ଟେଣ୍ଡର ସ୍କାମ ମାମଲା: କଂଗ୍ରେସ ନେତାଙ୍କ ଘନିଷ୍ଠ ରାଜଦୀପ ସିଂଙ୍କୁ ଗିରଫ କଲା ଇଡି

Published: Sep 5, 2024, 11:14 am IST

ନୂଆଦିଲ୍ଲୀ: ପଞ୍ଜାବର ଖନ୍ନାରୁ ବଡ ଖବର ଆସୁଛି। ଏଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ରାତିରେ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାରତ ଭୂଷଣଙ୍କ ଘନିଷ୍ଠ ରାଜଦୀପ ସିଂଙ୍କୁ ଗିରଫ କରିଛି। ଗିରଫ ପୂର୍ବରୁ ଇଡି ଦଳ ଖନ୍ନାରେ ଚଢାଉ କରିଥିଲା।

ସୂଚନାନୁସାରେ, ଟେଣ୍ଡର ସ୍କାମ ମାମଲାରେ ଏହି ଗିରଫଦାରୀ କରାଯାଇଛି। ରାଜଦୀପ ସିଂ ବୃତ୍ତିରେ ଜଣେ କମିଶନ ଏଜେଣ୍ଟ ଏବଂ ସେ ଅନେକ ରାଜନେତାଙ୍କ ଘନିଷ୍ଠ ବୋଲି କୁହାଯାଉଛି। ଭାରତ ଭୂଷଣ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ରାଜ୍ୟରେ କଂଗ୍ରେସ ସରକାରରେ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ରହିଛନ୍ତି।

ଅଭିଯୋଗ କଣ?:

ଭାରତ ଭୂଷଣ ଟେଣ୍ଡର ସ୍କାମ ମାଧ୍ୟମରେ ୨ ହଜାର କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ମନ୍ତ୍ରୀ ଥିବା ସମୟରେ ଶସ୍ୟ ପରିବହନ ପାଇଁ ଟେଣ୍ଡର ଆବଣ୍ଟନରେ ଏହି ଘୋଟାଲା ହୋଇଥିଲା। ବାସ୍ତବରେ, ଶ୍ରମ ପରିବହନ ଟେଣ୍ଡର ସ୍କାମରେ ଅଭିଯୁକ୍ତମାନେ ସେମାନଙ୍କ ଗାଡିରେ ନକଲି ନମ୍ବର ପ୍ଲେଟ୍ ଲଗାଇ ଶସ୍ୟ ବଜାରକୁ ସାମଗ୍ରୀ ପରିବହନ କରୁଥିଲେ। ଏଥିସହ ଅଭିଯୁକ୍ତମାନେ ଟେଣ୍ଡର ନେବା ପୂର୍ବରୁ ଭୁଲ ଗାଡି ନମ୍ବର ଲେଖିଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ, ଲେଖାଯାଇଥିବା ନମ୍ବରଗୁଡିକ ସ୍କୁଟର, ବାଇକ୍ ଇତ୍ୟାଦି ଦୁଇ ଚକିଆ ଯାନ ଅଟେ। ଏହି ନମ୍ବର ଧାରଣ କରୁଥିବା ଯାନଗୁଡିକ ସାମଗ୍ରୀ ପରିବହନ ପାଇଁ ବୈଧ ନୁହେଁ।

Related posts