ଲକ୍ଷ୍ନୌରେ ବଡ ଦୁର୍ଘଟଣା: କୋଠା ଭୁଶୁଡ଼ି ୪ ମୃତ, ଅନେକ ଲୋକ ପୋତି ହୋଇ ରହିଥିବା ଆଶଙ୍କା

Published: Sep 7, 2024, 8:40 pm IST

ନୂଆଦିଲ୍ଲୀ: ରାଜଧାନୀ ଲକ୍ଷ୍ନୌ ଟ୍ରାନ୍ସପୋର୍ଟ ନଗରରେ ଏକ ବଡ କୋଠା ଭୁଶୁଡ଼ି ପଡିଛି। ଯାହାଫଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ପୋତି ହୋଇ ରହିଥିବା ସମ୍ଭାବନା ଅଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୪ ଜଣଙ୍କ ମୃତ୍ୟୁକୁ କମିଶନର ନିଶ୍ଚିତ କରିଛନ୍ତି, ମୃତ୍ୟୁବରଣ କରିଥିବା ଦୁଇଜଣଙ୍କ ନାମ ପଙ୍କଜ ଏବଂ ଧୀରଜ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Related posts