ଭାରତକୁ ମିଳିଲା ଆଉ ଦୁଇଟି ପଦକ: ନବଦୀପଙ୍କୁ ସ୍ଵର୍ଣ୍ଣ ଏବଂ ସିମରନ୍ ଙ୍କୁ ବ୍ରୋଞ୍ଜ

Published: Sep 8, 2024, 7:20 am IST

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସର ଦଶମ ଦିନରେ ସିମରନ୍ ଶର୍ମା ଭାରତର ପ୍ରଥମ ପଦକ ଜିତିଛନ୍ତି। ତା’ପରେ ନବଦୀପ ଭାରତ ପାଇଁ ଦିନର ଦ୍ୱିତୀୟ ପଦକ ଜିତିଛନ୍ତି। ପାରା ଆଥଲେଟିକ୍ସର ମହିଳା 200 ମିଟର T12 ରେ ସିମରନ୍ ଶର୍ମା ବ୍ରୋଞ୍ଜ ଜିତିଛନ୍ତି। ସିମରନ୍ 24.75 ସେକେଣ୍ଡରେ ଦୌଡ ସମାପ୍ତ କରିଥିଲେ, ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା। ପୁରୁଷ ଜାଭେଲିନ୍ ଥ୍ରୋ F41 ଇଭେଣ୍ଟରେ ସ୍ଵର୍ଣ୍ଣ ଜିତିଥିବା ନବଦୀପ 47.32 ମିଟର ଫିଙ୍ଗିଥିଲେ, ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଭାରତର ନବଦୀପ ଇଭେଣ୍ଟରେ ଦ୍ଵିତୀୟ ସ୍ଥାନରେ ଥିଲେ। ପ୍ରଥମ ସ୍ଥାନରେ ଥିବା ଇରାନ ଖେଳାଳିଙ୍କୁ ଅଯୋଗ୍ୟ ଘୋଷିତ ପରେ ନବଦୀପଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିଲା।

ପ୍ରକାଶ ଯେ, ସିମରନ୍ ଶର୍ମା ଭାରତକୁ ପ୍ୟାରିସ୍ ପାରାଲିମ୍ପିକ୍ସର 28 ତମ ପଦକ ଏବଂ ନବଦୀପ 29 ତମ ପଦକ ଦେଇଛନ୍ତି।

Related posts