ଦୀର୍ଘ ୧୪ ବର୍ଷ ପରେ ବଲିଉଡ୍ର ଦୁଇ ପ୍ରତିଷ୍ଠିତ ମହିଳା ଚରିତ୍ର ଅଭିନେତ୍ରୀ ଶେଫାଳୀ ଶାହ ଏବଂ ଶବାନା ଆଜ୍ମୀ ଏକତ୍ର ନଜର ଆସିବାକୁ ଯାଉଛନ୍ତି। ମୋଜେଜ୍ ସିଂଙ୍କ ନିର୍ଦ୍ଦେଶିତ ଏକ ଓ୍ବେବ୍ ସିରିଜ୍ରେ ଉଭୟ ଅଭିନେତ୍ରୀ ନଜର ଆସିବାକୁ ଯାଉଛନ୍ତି। ଓ୍ବେବ୍ ସିରିଜ୍ଟି ମେଡିକାଲ୍ ମାଫିଆଙ୍କ ଉପରେ ଆଧାରିତ ରହିବ। ସିରିଜ୍ର ଅନ୍ୟାନ୍ୟ କଳାକାର ସ୍ଥିର ହୋଇନଥିବା ବେଳେ ଶେଫାଳୀ ଏବଂ ଶବାନା ଦୁଇଟି ଗୁରୁତ୍ବପୂର୍ଣ୍ଣ ଚରିତ୍ର ନିମନ୍ତେ ରାଜି ହୋଇଥିବା ମୋଜେଜ୍ ପ୍ରକାଶ କରିଛନ୍ତି। ସିରିଜ୍ର କାହାଣୀ ଇଶାନୀ ବାନାର୍ଜୀ ଏବଂ ମୋଜେଜ୍ ଲେଖିଥିବା ବେଳେ ମୋଜେଜ୍ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଶେଫାଳୀଙ୍କ ସ୍ବାମୀ ବିପୁଲ ଶାହ ଏହି ସିରିଜର ପ୍ରଯୋଜକ ରହିଛନ୍ତି। ଉଭୟ ଶେଫାଳୀ ଏବଂ ଶବାନା ଶେଷଥର ପାଇଁ ଅପର୍ଣ୍ଣା ସେନ୍ଙ୍କ ୨୦୦୫ର ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ୧୫ ପାର୍କ ଆଭେନ୍ୟୁରେ ନଜର ଆସିଥିଲେ। ମୋଜେଜ୍ ୨୦୧୫ରେ ରିଲିଜ୍ ହୋଇଥିବା ଭିକି କୌଶଲଙ୍କ ଫିଲ୍ମ ଜୁବାନ୍ରେ ନିର୍ଦ୍ଦେଶକ ଭାବରେ ପଦାର୍ପଣ କରିଥିଲେ।